କୁକୁର ବି ଆପଣଙ୍କୁ କରିଦେବ କୋଟିପତି ! ଜାଣନ୍ତୁ କୁକୁର ଦେଇଥାଏ କି ପ୍ରକାର ମହତ୍ଵପୂର୍ଣ୍ଣ ସଂକେତ !

କୁକୁର ଆପଣଙ୍କୁ କରିବ କୋଟିପତି ! ସ୍ଵପ୍ନ ଶାସ୍ତ୍ର ଅନୁସାରେ କୁକୁର ମାନଙ୍କୁ ସ୍ଵପ୍ନ ରତ୍ନ ବୋଲି ମଧ୍ୟ କୁହାଯାଇଥାଏ । ଏହି କୁକୁର ମାନଙ୍କ ପାଖରେ ଏଭଳି କିଛି ଶକ୍ତି ରହିଥାଏ । ଯାହା ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ସବୁ ଘଟଣାର ପୂର୍ବରୁ ସୂଚନା ମିଳିଯାଇଥାଏ । କୁକୁର ମାନଙ୍କର କିଛି କାର୍ଯ୍ୟ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଭଲ ଓ ଖରାପ ଘଟଣାର ଅନୁମାନ କରିହୋଇଯାଇଥାଏ । ତେବେ କୁକୁର ମାନଙ୍କ ବିଷୟରେ ଚାଲନ୍ତୁ ଆଜି ଆଲୋଚନା କରିବା ।


1- କୁକୁର ଯଦି ଆସି କୌଣସି ବ୍ୟକ୍ତିର ପାଦକୁ ଶୁଙ୍ଘିଥାଏ । ତେବେ ଏହା ସେହି ବ୍ୟକ୍ତିର ଧନପ୍ରାପ୍ତିର ସଙ୍କେତକୁ ଦର୍ଶାଇଥାଏ । ତେଣୁ କୁକୁର କୌଣସି ବ୍ୟକ୍ତିର ପାଦ ଚାଟିବାକୁ ଶୁଭ ବୋଲି ମାନା ଯାଇଥାଏ ।

2- କୁକୁର ଯଦି କୌଣସି ବ୍ୟକ୍ତି ହେଉ ଅବା କୌଣସି ସ୍ଥାନରେ ନିଜ ମୁଣ୍ଡକୁ ବାରମ୍ବାର ଆଉଁଶୁ ଥାଏ । ତେବେ ସେଠାରେ ଗୁପ୍ତ ଧନ ଥିବାର ସମ୍ଭାବନା ରହିଥାଏ । ତେଣୁ କରି କୁକୁର ସେହି ସ୍ଥାନରେ ବାରମ୍ବାର ନିଜର ମୁଣ୍ଡକୁ ଘସୁଥାଏ ।

3- ରାସ୍ତାରେ ଯିବା ସମୟରେ କୁକୁର ଯଦି କୌଣସି ବ୍ୟକ୍ତିର ବାମ ପଟେ ବହୁ ଦୂର ପର୍ଯ୍ୟନ୍ତ ଯାଇଥାଏ । ତେବେ ସେହି ବ୍ୟକ୍ତିକୁ ନିକଟରେ ସୁନ୍ଦର ନାରୀ ସହ ଦେଖା କରିବାର ସଂକେତକୁ ଦର୍ଶାଇଥାଏ । ଅଥବା ଏହି ବ୍ୟକ୍ତି ନିକଟରେ ଅଚାନକ ଭାବେ ଧନ ମଧ୍ୟ ଲାଭ କରିଥାଏ । ଅପର ପକ୍ଷରେ କୁକୁରଟି ଯଦି ବ୍ୟକ୍ତିର ଡାହାଣ ପାଖ ଦେଇ ଯାଇଥାଏ । ତେବେ ଏହା ଚୋରୀ ବା ଧନହାନୀକୁ ସୁଚାଇଥାଏ ।

4- ଘର ସାମ୍ନାରେ ଗାଈ ସହ କୁକୁର ଏକା ସାଥିରେ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଥାଏ । ତେବେ ସେହି ଘରକୁ ସନ୍ତାନ ଆସିବାର ସଂକେତ ଦେଇଥାଏ ।

5- ବର୍ଷା ଦିନରେ ଯଦି କୌଣସି କୁକୁର ଗଛ ମୂଳରେ ଛିଡା ହୋଇ ଭୁକିଥାଏ । ଏହି ସଂକେତ ଭଲ ବର୍ଷା ହେବାର ସଂକେତକୁ ସୁଚାଇ ଥାଏ ।

6- କୌଣସି ଜୁଆଡୀ ଜୁଆ ଖେଳିବାକୁ ଯିବା ସମୟରେ କୁକୁରଟି ଡାହାଣ ପାଖରେ ମଳ ତ୍ୟାଗ କରୁଥିବାର ଦେଖିବାକୁ ପାଇଥାଏ । ସେହି ଜୁଆଡୀର ଜୁଆ ଖେଳରେ ଜିତିବାର ସଂକେତ ଏହା ହୋଇଥାଏ ।
7- ଯଦି କାହା ଘର ପାଖରେ ଛିଡା ହୋଇ କୁକୁରଟିକୁ ଅନେକ ସମୟ ଧରି ଆକାଶକୁ ଚାହିଁରହିଥାଏ । ତେବେ ସେହି ଘରେ କାହାକୁ ଲଭ ପାର୍ଟନର ବା ଟଙ୍କା ମିଳିବାର ଅର୍ଥକୁ ଜଣାଇଥାଏ ।


ତେବେ କୁକୁର ମାନଙ୍କର ଏଭଳି ଲକ୍ଷଣ ଦେଖି ଆପଣଙ୍କ ସାଥିରେ କଣ ଘଟିବା ପାଇଁ ଯାଉଛି ତାହା ଆପଣ ମାନେ ଅନୁମାନ କରିପାରିବେ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *