Love ରେ ଧୋକା ଖାଇଥିବା Ollywood ଅଭିନେତା ଓ ଅଭିନେତ୍ରୀ ! Ollywood Actor & Actress

ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ କାମ କରିଥାନ୍ତି । ସେଥିମଧ୍ୟରୁ ଅନେକ ହିରୋ ହିରୋଇନ ପରସ୍ପରଙ୍କୁ ଭଲ ମଧ୍ୟ ପାଇ ବସିଥାନ୍ତି । ତେବେ ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥାଏ ସତ । ହେଲେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଭଳି କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ଯେଉଁମାନେ ପ୍ରେମରେ ଧୋକା ଖାଇଛନ୍ତି । ପ୍ରେମରେ ଧୋକା ଖାଇଥିବା ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ।

1- ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡିର ନାୟିକା ହେଉଛନ୍ତି ଲିପ୍ସା ମିଶ୍ର । ଅଭିନେତ୍ରୀ ଲିପ୍ସାଙ୍କୁ ଅନେକ ଗୁଡିଏ ଓଡିଆ ଫିଲ୍ମ, ସିରିଏଲ ଓ ମ୍ୟୁଜିକ ଭିଡିଓରେ କାମ କରିଥିବାର ଆମେ ଦେଖିବାକୁ ପାଇଛୁ । ତେବେ ଲିପ୍ସା ବର୍ତ୍ତମାନ ତ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ହେଲେ ବିବାହ ପୂର୍ବରୁ ଲିପ୍ସା ଓଡିଆ ଅଭିନେତା ସନ୍ଦୀପଙ୍କୁ ଭଲ ପାଉଥିଲେ । ଲିପ୍ସା ଓ ସନ୍ଦୀପ ଉଭୟ ଉଭୟଙ୍କୁ ଭଲ ପାଇବା ସହ ସନ୍ଦୀପ ଲିପ୍ସାଙ୍କୁ ବାହା ହେବାକୁ କହିଥିଲେ । ହେଲେ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଲିପ୍ସା ନିଜ କ୍ଯାରିଅର ଗଢିବାକୁ ନିଷ୍ପତ୍ତି ନେଇଥିଲେ ।

2- ତେବେ ଓଲିଉଡ ଇଣ୍ଡଷ୍ଟ୍ରିର ଆଉ ଜଣେ ଚର୍ଚିତ ଯୋଡି ହେଉଛନ୍ତି ରାଜ ରାଜେଶ ଓ ଶ୍ରଦ୍ଧା । ଅତୀତରେ ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ । ଏକ ରିୟାଲିଟି ସୋ’ ଠାରୁ ଉଭୟଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିବା ବେଳେ ସେମାନେ 2 ଜଣଙ୍କୁ ଏକା ସାଥିରେ ଅଭିନୟ କରିବାର ମଧ୍ୟ ନଜର ଆସିଛି । ତେବେ ସେମାନଙ୍କର ନିର୍ବନ୍ଧ ସରିଯାଇଥିଲେ ମଧ୍ୟ ରାଜ ରାଜେଶ ଶ୍ରଦ୍ଧାଙ୍କୁ ଧୋକା ଦେଇଥିଲେ । ଯାହାପରେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ।

3- ଆକ୍ଟିଙ୍ଗ ଲାଇନରେ ଜଣେ ଶିଶୁ କଳାକାର ରୂପେ ନିଜ କ୍ଯାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ପ୍ରକୃତି ମିଶ୍ର । ଜିଏକି ବର୍ତ୍ତମାନ ସମୟରେ ଫିଲ୍ମ, ମ୍ୟୁଜିକ ଭିଡିଓରେ କାମ କରିବା ସହ ଏହି ଲାଇନରେ ଯାଇ ମୁମ୍ବାଇରେ ମଧ୍ୟ ନିଜ କ୍ଯାରିଅର ଗାଢୁଛନ୍ତି । ପ୍ରକୃତି ମିଶ୍ର ଗତ 10 ବର୍ଷ ପୂର୍ବେ ଅଭିନେତା ଅରିନ୍ଦମ ରଏଙ୍କୁ ଭଲ ପାଉଥିଲେ । ସେମାନେ ପରସ୍ପରଙ୍କୁ ମଧ୍ୟ ଅନେକ ସମୟରେ ଡେଟ୍ କରି ଦେଖାସାକ୍ଷାତ କରୁଥିଲେ । ପ୍ରକୃତିଙ୍କ ଘରେ ଏ ବିଷୟରେ ଜାଣିବା ପରେ ପ୍ରକୃତି ଅରିନ୍ଦମଙ୍କୁ ଧୋକା ଦେଇ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଯାହା ଫଳରେ କି ତାଙ୍କର ବ୍ରେକଅପ ହୋଇଯାଇଥିଲା ।

4- ଓଡିଆ ସିନେମାର ଜଣେ ବହୁ ଚର୍ଚିତ ଅଭିନେତ୍ରୀ ହେଉଛନ୍ତି ଶୀତଲ ପାତ୍ର। ଶୀତଲ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରଯୋଜକ ଦୟାନିଧିଙ୍କୁ ଭଲ ପାଉଥିଲେ । କିଛି ବର୍ଷ ପରସ୍ପର ଲଭ ରିଲେସନରେ ରହିଲା ପରେ ଶୀତଲଙ୍କ ବୟଫ୍ରେଣ୍ଡ ତାଙ୍କୁ ଧୋକା ଦେଇଥିଲେ । ପରେ ପରେ ଶୀତଲଙ୍କୁ ବ୍ଲାକମେଲ୍ କରୁଥିବା ବେଳେ ଶୀତଲ ନିଜ ବୟଫ୍ରେଣ୍ଡ ନାମରେ ଥାନାରେ ଅଭିଯୋଗ କରିଥିଲେ ।

ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *