ଶିବଲିଙ୍ଗ ଆମେ କାହିଁକି ପୂଜା କରିଥାଉ ? ଜାଣନ୍ତୁ ଏହା ପଛରେ ଥିବା ମହତ୍ଵପୂର୍ଣ୍ଣ ରହସ୍ୟ !

ବନ୍ଧୁଗଣ ଆମେ ମାନେ ପ୍ରଭୁ ଶିବଙ୍କୁ ପୂଜା କରିବାକୁ ଶିବ ମନ୍ଦିର ଯେତେବେଳେ ଯାଇଥାଉ । ସେତେବେଳେ ପ୍ରଭୁଙ୍କର ଶିବଲିଙ୍ଗକୁ ଆମେ ପୂଜା କରିଥାଉ । ହେଲେ ଅନେକଙ୍କ ମନରେ ଏପରି ପ୍ରଶ୍ନ ଥାଏ କି ! ଆମେ ଭଗବାନ ମହାଦେବଙ୍କର ପୂଜା କରିବା ବେଳେ ଶିବଲିଙ୍ଗର କାହିଁକି ପୂଜା କରିଥାଉ ? ତେବେ ଆମେ ଏହାର ରହସ୍ୟ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଭଗବାନ ଶିବ ଏବଂ ଶିବଲୀଙ୍ଗର ପୂଜା ବହୁ ଅନାଦି କାଳରୁ ହୋଇ ଆସୁଛି ।

 

ଏହି ସମାଜର କେତେକ ଆଲୋଚକ ଲିଙ୍ଗ ଶବ୍ଦର ଅପବ୍ୟବହାର କରି ତାହାର ଅର୍ଥକୁ ଅନର୍ଥ କରିଦେଉଛନ୍ତି । ଏଥିସହ ସଭ୍ୟ ଓ ଧର୍ମପ୍ରାଣ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି । ହେଲେ ପ୍ରଭୁ ଶିବଙ୍କର ଶିବଲିଙ୍ଗ ସ୍ୱରୂପ ଅଟେ । ଯାହାକୁ ଆମେ ଶିବଲିଙ୍ଗ କହି ପୂଜା କରୁ । ଯେତେବେଳେ ଏହି ସଂସାରରେ କିଛି ବି ନଥିଲା । ସବୁଠାରୁ ଶୂନ୍ୟ ବା ଅଣ୍ଡାକୃତିର ଯେପରି ବା ବେଦ ପୁରାଣ ଭାଷାରେ ଯାହାକୁ ଅଣ୍ଡ ବୋଲି କୁହନ୍ତି । ସେହିପରି ସ୍ୱରୂପ ଶିବଲିଙ୍ଗ ଅଟେ ।

ଯେଉଁଥିରୁ ସିଦ୍ଧ ହେଉଅଛି । ଯେ ଶିବ ଓ ଶିବଲିଙ୍ଗର ପୂଜା ଏହି ପୃଥିବୀ ପୃଷ୍ଠରେ ବହୁ ଅନାଦି କାଳରୁ ହୋଇ ଆସୁଛି । ଯେପରି ଶୁନକୁ କୌଣସି ଅଙ୍କର ଡାହାଣ ପଟେ ବସେଇଲେ । ସେହି ଅଙ୍କର ମୂଲ୍ୟରେ ବୃଦ୍ଧି ଘଟିଥାଏ । ସେହିପରି ଶିବ ମଧ୍ୟ ଡାହାଣରେ ରହି ମନୁଷ୍ୟକୁ ସୁଖ, ସମ୍ମାନ ଓ ସମୃଦ୍ଧି ପ୍ରଦାନ କରିଥାନ୍ତି ।

ବନ୍ଧୁଗଣ ଶିବରାତ୍ରୀ ବା ଜାଗର କାହିଁକି ପାଳନ କରାଯାଇଥାଏ ଚାଲନ୍ତୁ ଜାଣିବା । ଶିବ ରାତ୍ରୀକୁ ପ୍ରଭୁ ଶିବଙ୍କର ରାତ୍ରୀ ବୋଲି କୁହାଯାଇଥାଏ । ପୌରାଣିକ କଥା ଅନୁଯାଇ ଏହି ତିଥିରେ ପ୍ରଭୁ ଶିବଙ୍କ ସହ ମାତା ପାର୍ବତୀଙ୍କର ବିବାହ ହୋଇଥିଲା । ତେଣୁ ଏହି ରାତ୍ରୀଟିଏ ପ୍ରଭୁ ଶିବଙ୍କର ପୂଜା କରିବାର ଏକ ବିଶେଷ ରାତ୍ରୀ ହୋଇଥାଏ । ଫାଲ୍ଗୁନ କୃଷ୍ଣପକ୍ଷର ଚତୁର୍ଦ୍ଧଶୀ ତିଥିରେ ଏହି ଜାଗର ଉତ୍ସବ ପାଳନ କରାଯାଇଥାଏ ।

ଅନ୍ୟ ଦେବାଦେବୀ ମାନଙ୍କର ପୂଜା ଆଦି କାର୍ଯ୍ୟ ଦିନ ବେଳେ ଅନୁଷ୍ଟିତ ହୋଇଥିବା ବେଳେ ଶିବରାତ୍ରୀ ପୂଜାରେ ମହାଦେବଙ୍କର ରାତ୍ରୀରେ ବିଶେଷ ଭାବେ ପୂଜା ଆରାଧନା କରାଯାଇଥାଏ । କୃଷ୍ଣପକ୍ଷର ଚତୁର୍ଦ୍ଧଶୀ ତିଥିରେ ରାତ୍ରୀର ଆକାଶ ସଂପୂର୍ଣ୍ଣ ଭାବେ ଅନ୍ଧକାରମୟ ହୋଇଥାଏ । ଜୀବଜଗତର ଜୀବ ମାନଙ୍କ ମଧ୍ୟରେ ସେହି ଦିନ ତାମସୀ ଗୁଣ ବୃଦ୍ଧି ପାଇଥାଏ । ଯେପରି ପାଣି ଆସିବା ପୂର୍ବରୁ ନଦୀରେ ପୋଲ କରାଯାଇଥାଏ ।

ସେହିପରି ଚନ୍ଦ୍ରକ୍ଷୟର ସୁନେଲି ଚନ୍ଦ୍ରର କିରଣ ଆସିବା ପୂର୍ବରୁ ସେହି ତାମସୀ ଗୁଣର ନିବାରଣ ପାଇଁ ଭଗବାନ ମହାଦେବଙ୍କର ବିଶେଷ ଭାବେ ପୂଜା ଅର୍ଚନା କରାଯାଇଥାଏ । ତେଣୁ ଶିବରାତ୍ରୀ ରାତ୍ରୀରେ ପାଳନ କରିବାର ରହସ୍ୟ ଏହା ରହିଛି । ଆଶା କରୁଛୁ । ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଜମାରୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *