ରାସ୍ତାରୁ ବେଲପତ୍ର କି ପଇସା ମିଳିଲେ ତାହାକୁ କ’ଣ କରିବେ ! ନିହାତି ଭାବରେ ଏହା ଜାଣିବାର କଥା ! Maa Laxmi

ବନ୍ଧୁଗଣ ବହୁ ସମୟରେ ଆମେ ମାନେ ରାସ୍ତାରେ ବେଳେବେଳେ କିଛି ନା କିଛି ଜିନିଷ ପାଇଥାଉ । ତେବେ ରାସ୍ତାରୁ କିଛି ଜିନିଷ ପାଇବା ମଧ୍ୟ କୌଣସି ସାଧାରଣ କଥା ନୁହେଁ । ଏହା ପଛରେ ମଧ୍ୟ ଏକ ମହତ୍ଵ ରହିଥାଏ । ହେଲେ ରାସ୍ତାରୁ ବ୍ୟକ୍ତି କେଉଁ ଜିନିଷ ପାଉଛି ତାହା ଉପରେ ନିର୍ଭର କରି ସେହି ବ୍ୟକ୍ତିର ଆଗାମୀ ସମୟ କିପରି ରହିବାକୁ ଯାଉଛି ତାହା ଜାଣି ହୋଇଥାଏ । 1- ଯେଉଁ ବ୍ୟକ୍ତିକୁ ସୌଭାଗ୍ୟ ବଶତଃ ରାସ୍ତାରୁ ବେଲପତ୍ର ମିଳିଯାଇଥାଏ ।

ବା କୌଣସି ବ୍ୟକ୍ତିକୁ ଯଦି ରାସ୍ତାରେ ତୁଳସୀ ପତ୍ର କି ଗାୟତ୍ରୀ କି ଲାଲ ରଙ୍ଗର କୌଣସି ଫିତା ମିଳିଥାଏ । ବା ରାସ୍ତାରେ ପଡି ଯାଇଥିବା ପଇସା ଯଦି ପାନ ମାନେ ପାଆନ୍ତି । ତେବେ ଏହା ଆପଣଙ୍କ ପାଇଁ କୌଣସି ମାମୁଲି କଥା ନୁହେଁ । ଏହା ଆପଣଙ୍କ ପାଇଁ ଭଗବାନଙ୍କ ଆଶ୍ରୀବାଦ ହୋଇଥାଏ । ଏହା ଆପଣଙ୍କ ଭାଗ୍ୟକୁ ପୁରା ଚମକେଇ ଦେବ । ତେବେ ଏହି ସବୁ ଜିନିଷ ରାସ୍ତାରୁ କିନ୍ତୁ ସବୁବେଳେ ମିଳିନଥାଏ ।

କେବଳ କିଛି ଭାଗ୍ୟବାନ ଲୋକ ଯାହାଙ୍କୁ କେବେ କେବେ ରାସ୍ତାରୁ ଏହି ସବୁ ଜିନିଷ ମିଳିଥାଏ । ଯେଉଁ ଲୋକ ମାନଙ୍କ ଉପରେ ମା’ ଲକ୍ଷ୍ମୀ ଓ ପ୍ରଭୁ ନାରାୟଣଙ୍କର ଆଶ୍ରୀବାଦ ରହିଥାଏ । ସେହି ଭାଗ୍ୟବାନ ଲୋକଙ୍କୁ ଏହି ସବୁ ଜିନିଷ ରାସ୍ତାରୁ ମିଳିଥାଏ । ଯେଉଁ ବ୍ୟକ୍ତି ଧର୍ମ ମାର୍ଗରେ ଚାଲିଥାଏ । ସେହି ବ୍ୟକ୍ତି ଏହି ଉପୋରୋକ୍ତ ଜିନିଷ ମଧ୍ୟରୁ କୌଣସି ନା କୌଣସି ଜିନିଷ ନିହାତି ଭାବରେ ଅତୀତରେ ପାଇଥିବ ।

1- ଯେଉଁ ବ୍ୟକ୍ତିକୁ ରାସ୍ତାରୁ କେବେ ବେଲପତ୍ର ମିଳିବ । ସେ ତାହାକୁ ଅଣଦେଖା ନକରି ତାହାକୁ ମୁଣ୍ଡିଆ ମାରି ଭଲ ପାଣିରେ ଧୋଇ ତାହାର ମଝି ପତ୍ର ଉପରେ ଚନ୍ଦନରେ ନିଜର ମନୋସ୍କାମନା ଲେଖି ପ୍ରଭୁ ଶିବଙ୍କ ପାଖରେ ନେଇ ତାହାକୁ ପୂଜା କରି ଆଣନ୍ତୁ । ତାପରେ ଆପଣ ଟଙ୍କା ରଖୁଥିବା କୌଣସି ସ୍ଥାନରେ ତାହାକୁ ରଖନ୍ତୁ । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଭଲ ରଖିଥାଏ ।

2- ଯଦି ରାସ୍ତାରୁ କେବେ ତୁଳସୀ ପତ୍ର ପାଇଯିବେ । ତେବେ ତାହାକୁ ଭଲ ପାଣିରେ ଧୋଇ ତାପରେ ଗୁଡ ଓ ଚଣା ସହ ମିଶାଇ ଶନିବାର କି ମଙ୍ଗଳବାର ଭଗବାନ ହନୁମାନଙ୍କୁ ଚଢାଇ ଦିଅନ୍ତୁ । ଏହା ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ ।

3- ରାସ୍ତାରୁ ଯଦି କେବେ ପଇସା ପାଆନ୍ତି । ତେବେ ଗଙ୍ଗା ଜଳରେ ଭଲ ଭାବେ ଧୋଇ ତାପରେ ତାହାକୁ ଶୁଖାଇ ତାପରେ ଧୂପ, ଦୀପ ଦେଇ ତାପରେ ଯାଇ ମା’ ଲକ୍ଷ୍ମୀଙ୍କ ଚରଣରେ 11 ଥର ଛୁଆଁଇ ଏହାକୁ ଏକ ନାଲି ରଙ୍ଗର କପଡାରେ ରଖିଦିଅନ୍ତୁ । ଏହାକୁ ଆପଣ ନିଜର ଧନ ରଖୁଥିବା ସ୍ଥାନରେ ନେଇ ରଖିଲେ ଧନ ବଢିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *