କୁମ୍ଭ ରାଶି 2023 ପାଇଁ 5ଟି ମହା ଉପାୟ, ଭାଗ୍ୟ ବଦଳିଯିବ… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କିଛି ଉପାୟ ବିଷୟରେ । ଯାହା ଫଳରେ କୁମ୍ଭ ରାଶିର ଜାତକ ଖୁସିରେ ରହିବେ ଓ ସଫଳତା ପାଇପାରିବେ । କୁମ୍ଭ ରାଶିର ବ୍ୟକ୍ତି ଧ୍ୟାନ ରଖନ୍ତୁ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ । ଏପରି କରିଲେ ଆପଣଙ୍କ ଜୀବନରେ ଉନ୍ନତି ଆସିବା ସହ ଧନ, ମାନ ସମାନ ପାଇପାରିବେ । ତମ୍ବା ପତ୍ରରେ ଜଳ ଅର୍ପଣ କରିବା ସହ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ ।

ରୂପାର କୌଣସି ଗୋଟିଏ ଜିନିଷ ଧାରଣ କରନ୍ତୁ । ଏପରି କରିଲେ ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବ । ନ ହେଲେ ରୂପାର କିଛି ଜିନିଷ ନିଜ ପାଖରେ ରଖନ୍ତୁ । ଯେ ପର୍ଯ୍ୟନ୍ତ ଆପଣ ସକ୍ଷମ ନ ଥିବେ ବା ଧନ ସମ୍ପଦ ନ ଥିବ ଆପଣ ନୂଆ ଘରର ଆରମ୍ଭ କରିବା ଠିକ ନୁହେଁ । ଯଦି ସକ୍ଷମ ନ ଥାଇ ଗୃହ ନିର୍ମାଣ କାମ ଆରମ୍ଭ କରନ୍ତି ଧନର ଅଭାବ ଦେଖାଯିବ ଓ ଆପଣ ଚିନ୍ତାରେ ଘେରି ହୋଇ ରହିବେ ।

ଧ୍ୟାନ ରଖିବେ କେବେ ବି ଦକ୍ଷିଣା ମୁହାଁ ଘର କରିବେ ନାହିଁ । ଯଦି ଏପରି ହୋଇଯାଇଛି ତେବେ ସେହି ଘରକୁ ପରିବର୍ତ୍ତନ କରନ୍ତୁ । ଏହାଦ୍ବାରା ଧନ ହାନି ହେବ ସହ ମାନସିକ ଅସାନ୍ତି, ଜୀବନରେ ବିଫଳତା ମିଳିବ । ନୂଆ ଘର ତିଆରି କରିବା ସମୟରେ ଦକ୍ଷିଣା ମୁହାଁ କରିବେ ନାହିଁ । କୁମ୍ଭ ରାଶିର ଜାତକ ଶନିଦେବଙ୍କର ପୂଜା କରିବା ସହ ଉପାୟମାନ କରିବା ଉଚିତ । ଏହା ଦ୍ଵାରା ଆପଣ ଜୀବନରେ ଉଚ୍ଚ ସ୍ତରରେ ପହଞ୍ଚିବାକୁ କେହି ବି ଅଟକାଇ ପାରିବେନି ।

ଭୈରବ ମନ୍ଦିରରେ ତେଲ ଦାନ କରିବା ସହ ମଦ୍ୟପାନ, ଖରାପ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । କିଛି ବି ଖାରପ କର୍ମ କରିବେ ତେବେ ଖୁସି ରେ ରହିପାରିବେନି । ଆପଣଙ୍କ ପାଇଁ ସୁନା ଧାରଣ କରିବା ଅତ୍ୟନ୍ତ ଲାଭଦାୟକ ସିଦ୍ଧ ହେବ ।

ଯାହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହେବ । କୁମ୍ଭ ରାଶିର ବ୍ୟକ୍ତି କେବେ ବି ମିଛ କୁହନ୍ତି ନାହିଁ । ଶନିବାର ରେ ଶନିଦେବ, ମଙ୍ଗଳବାରରେ ହନୁମାନ ଜୀ ଓ ସୋମବାରରେ ମହାଦେବଙ୍କର ଡାର୍ଟସନ କରନ୍ତୁ । ଯଦି କୌଣସି ସମୟରେ ଆପଣ ମନ୍ଦିର ଯାଇପାରୁ ନାହାନ୍ତି ତେବେ ଘରେ ରହିକି ଆରାଧନା କରନ୍ତୁ ।

ଧର୍ମ କର୍ମ ରେ ନିଜକୁ ନିୟୋଜିତ କରନ୍ତୁ । ମନ୍ଦିରରେ ସେବା କରନ୍ତୁ । ମନ୍ଦିର ପରିସରରେ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ନିଜର ଗୃହରେ ଥିବା ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତୁ । ସ୍ତ୍ରୀ ଙ୍କୁ ଅପମାନ ଦିଅନ୍ତୁ ନାହିଁ । ଶନିଦେବ ଙ୍କ କୃପା ଚାହୁଁଥିଲେ କଳା ବସ୍ତ୍ର ପିନ୍ଧାନ୍ତୁ ନାହିଁ । କଳା ଓ ଲୁହା ଜିନିଷର ଦାନ କରନ୍ତୁ ।

ଅକାରଣରେ ଅପମାନ, ମାନସିକ ଅସାନ୍ତି ପାଉଛନ୍ତି 7ଟି ଶନିବାର ମାଟି ପାତ୍ରରେ ସୋରିଷ ତେଲ ଭାରି ସେହି ତେଲରେ ନିଜ ମୁହଁ ଦେଖି ଶନିଦେବଙ୍କ ନିକଟରେ ଅର୍ପଣ କରନ୍ତୁ । ଦେଖିବେ ସବୁ ସମସ୍ଯା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *