ଲକ ଡାଉନ ରେ ଏହି ବ୍ୟାଙ୍କରେ କରନ୍ତୁ FD! ଜଲ୍ଦି ହେବ ଆପଣଙ୍କ ପଇସା ଦୁଇଗୁଣ

କରୋନା ଭାଇରସ ପାଇଁ ସାରା ଦୁନିଆ ଏହି ମହାମାରୀ ରେ ଲଢୁଛନ୍ତି । ଲକ ଡାଉନ କାରଣରୁ ଅର୍ଥନୈତିକ ଅବସ୍ତା ବହୁତ ଖରାପ ଅଛି । ବଜାରରେ ପଇସାର କମି ଦେଖାଦେଲାଣି, ବଡ ବ୍ୟାଙ୍କ ରେ ସେବିଙ୍ଗ ଆକାଉଣ୍ଟ ଓ ଫିକ୍ସଡ ଡିପୋଜିଟ ଉପରେ ଦେଉଥିବା ସୁଧ କମ କରିଛନ୍ତି । ଏସବିଆଇ ବିତିଥିବା ସପ୍ତାହରେ ଫିକ୍ସଡ ଡିପୋଜିଟ ଉପରେ ସୁଧ କମ କରିବାର ଫଇସଲା ନେଇଛନ୍ତି । ବ୍ୟାଙ୍କ ସବୁ ଫିକ୍ସଡ ଡିପୋଜିଟ ଉପରେ ସୁଧ ହାର ୦.୪୦ ପ୍ରତିଶତ କମ କରିଛନ୍ତି । ଏହା ଛଡା ସରକାର ନିୟମିତ ରୂପରେ ସ୍ମଲ ସେବିଂଶ ଉପରେ ସୁଧ କାଟୁଛନ୍ତି ।

ଯଦି ଆପଣ ବି ଏଫଡ଼ି ଜରିଆରେ ଅଧିକ ସୁଧ କମେଇବା ପାଇଁ ଚାହୁଁଛନ୍ତି ତ ଏହି ବ୍ୟାଙ୍କ ମାନଙ୍କରେ ଏଫଡ଼ି କରିବା ଆପଣଙ୍କ ପାଇଁ ଭଲ ବିକଳ୍ପ ନୁହେଁ । କିନ୍ତୁ ଆଜି ଆମେ କିଛି ଏମିତି ବ୍ୟାଙ୍କ ବିଷୟରେ କହିବାକୁ ଯାଉଛୁ ,ଯେଉଁଥିରେ ଏବେ ବି ଏଫଡ଼ି ଉପରେ ୯ ପ୍ରତିଶତ ପାଖାପାଖି ଅଛି । ଆପଣ ଏହି ବ୍ୟାଙ୍କ ରେ ଏଫଡ଼ି କରିଲେ ଆପଣଙ୍କୁ ଭଲ ଆୟ ହୋଇପାରିବ ।

ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ :-

ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ରେ ଆପଣଙ୍କୁ ୫ ପ୍ରତିଶତ ଠୁ ନେଇ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ଏଫଡ଼ି ଉପରେ ସୁଧ ମିଳୁଛି ।

୧୫ ରୁ ୪୫ ଦିନ ପର୍ଯ୍ୟନ୍ତ ଏଫଡ଼ି ଉପରେ ସୁଧ ୫.୫୦ ପ୍ରତିଶତ

୪୬ ରୁ ୬୦ ସମୟ ପାଇଁ ୬.୨୫ ପ୍ରତିଶତ

୬୧ ରୁ ୯୦ ଦିନ ସମୟ ପାଇଁ ୬.୭୫ ପ୍ରତିଶତ ହାରରେ ସୁଧ ମିଳୁଛି ।

୯୧ ରୁ ନେଇ ୧୮୦ ଦିନର ଏଫଡ଼ି ଉପରେ ୭.୨୫ ପ୍ରତିଶତ ସୁଧ ମିଳିବ ।

ଏହି ବ୍ୟାଙ୍କ ରେ ୧ବର୍ଷ ଏଫଡ଼ି ଉପରେ ୯ ପ୍ରତିଶତ ସୁଧ ମିଳୁଛି ।

ସୁର୍ୟଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ :-

ସୁର୍ୟଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଉପରେ ସୁଧର ହାର ୪ ପ୍ରତିଶତରୁ ନେଇ ୯ ପ୍ରତିଶତ ପର୍ଯ୍ୟନ୍ତ ।

ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ୪.୨୫ ପ୍ରତିଶତ ଠୁ ନେଇ ୯.୫୮ ପ୍ରତିଶତ ପର୍ଯ୍ୟନ୍ତ । ଏହି ବ୍ୟାଙ୍କ ରେ ୫ ବର୍ଷର ଏଫଡ଼ି ଉପରେ ସବୁଠୁ ଆଧିକ ସୁଧ ହାର

ସୁର୍ୟଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ଆପଣଙ୍କୁ ଏତିକି ମିଳିବ

୭ ରୁ ନେଇ ୧୫ ଦିନ ଓ ୧୫ ରୁ ୪୫ ଦିନ ପର୍ଯ୍ୟନ୍ତ ୪ ପ୍ରତିଶତ ସୁଧ ମିଳିବ ।

୪୬ ଦିନ ରୁ ନେଇ ୯୬ ଦିନ ପର୍ଯ୍ୟନ୍ତ ଏଫଡ଼ି ଉପରେ ୫ ପ୍ରତିଶତ ।

୯୧ ଦିନରୁ ନେଇ ୬ ମାସ ପର୍ଯ୍ୟନ୍ତ ଏଫଡ଼ି ଉପରେ ୫.୫୦ ପ୍ରତିଶତ ସୁଧ ମିଳିବ ।

୬ ମାସରୁ ନେଇ ୯ ମାସ ପର୍ଯ୍ୟନ୍ତ ୭.୫୦ ପ୍ରତିଶତ

୯ ମାସରୁ ନେଇ ୧ ବର୍ଷ ପର୍ଯ୍ୟନ୍ତ ଏଫଡ଼ି ଉପରେ ୭.୭୫ ପ୍ରତିଶତ ହାରରେ ସୁଧ ମିଳିବ ।

୧ ବର୍ଷରୁ ନେଇ ୨ ବର୍ଷ ସମୟ ପାଇଁ ଓ ୨ ବର୍ଷରୁ ନେଇ ୩ ବର୍ଷ ସମୟ ପାଇଁ କ୍ରମଶଃ :୮.୦୦ ପ୍ରତିଶତ ଓ ୮.୨୫ ପ୍ରତିଶତ ହାରରେ ସୁଧ ମିଳିବ ।

ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ :-

ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ରେ ବରିଷ୍ଠ ନାଗରିକ ଙ୍କ ପାଇଁ ୫୦ ଆଧାର ଅଙ୍କ ମାନେ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିବ ।

୭ ରୁ ୪୫ ଦିନ ଓ ୪୬ ଦିନରୁ ନେଇ ୯୦ ଦିନ ଏଫଡ଼ି ଉପରେ ସୁଧ ହାର କ୍ରମଶ ୪.୭୫ ପ୍ରତିଶତ ଓ ୫.୫୦ ପ୍ରତିଶତ ହାରରେ ସୁଧ ମିଳିବ ।

୯୧ ଦିନରୁ ନେଇ ୧୮୦ଦିନ ଓ ୧୮୧ ଦିନରୁ ନେଇ୨୭୦ ଦିନ ପର୍ଯ୍ୟନ୍ତ ଏଫଡ଼ି ଉପରେ ୬.୭୫ ପ୍ରତିଶତ ହାରରେ ସୁଧ ମିଳିବ ।

୨୭୧ ଦିନରୁ ନେଇ ୧ ବର୍ଷ ଏଫଡ଼ି କରୁଛନ୍ତି ତ ୭.୨୦ ପ୍ରତିଶତ ମିଳିବ, ଓ ୧ ବର୍ଷ ରୁ ୪୪୫ ଦିନ ଏଫଡ଼ି କରୁଛନ୍ତି ତ ଏହା ଉପରେ ଆପଣଙ୍କୁ ୮.୨୦ ପ୍ରତିଶତ ହାରରେ ରେ ସୁଧ ମିଳିବ ୪୫୬ ଦିନରୁ ନେଇ ୨ ବର୍ଷ ସମୟ ପାଇଁ ମିଳିବ ।

Leave a Reply

Your email address will not be published. Required fields are marked *