ଫୁଜି ପର୍ବତ ଆରୋହଣ କରୁଥିବା ସମୟରେ ୟୁଟ୍ୟୁବରେ ଲାଇଭ ସ୍ଟ୍ରୀମ କରୁଥିଲେ ଏହି ବ୍ୟକ୍ତି ଓ ଘଟିଲା କିଛି ଭୟଙ୍କର- ଦେଖନ୍ତୁ ଭିଡିଓ

ପର୍ବତ ଚଢିଲା ବେଳେ ଲାଇଭ ଭିଡିଓ କରିବା ତାହା ପୁଣି ଦୁନିୟାର ସବୁଠାରୁ ଉଚ୍ଚ ଶିଖର ପର୍ବତ ଉପରେ ଏକ ଭୁଲ ଆଇଡିୟା । ଯଦି ଗୋଟେ ସେକେଣ୍ଡ ବି ଧ୍ୟାନ ହଟେ ତ ଆପଣ ସିଧା ତଳେ ଥିବେ ଓ ଏହି ଜାପାନୀ ଲୋକ ସହ ଠିକ ତାହା ହିଁ ହୋଇଛି, ଏହିଭଳି ଏକ ଘଟଣାର ଶିକାର ହୋଇଛନ୍ତି ଜାପାନ ର ଏହି ପର୍ବତ ଆରୋହୀ । ଯିଏ ନିଜ ପ୍ରବାତ ଆରୋହଣର ଲାଇଭ ଭିଡିଓ ୟୁଟ୍ୟୁବ ରେ ପ୍ରସାରଣ କରୁଥିଲେ ।

ଭିଡିଓ ଆରମ୍ଭ ରେ ସେହି ଲୋକର କଥା କହିବାର ଆପଣ ଶୁଣି ପାରନ୍ତି ସେହି ଲୋକ କହୁଛି କି “ମୋ ହାଥ ଅନୁଭବ ହେଉ ନାହିଁ, ମୁ ଗୋଟେ ସ୍ମାର୍ଟଫୋନ ହୋଲ୍ଡର ଆଣି ଥିଲେ ଭଲ ହୋଇ ଥାନ୍ତା । ଫୋନକୁ ପକେଟ ରେ ରଖିଛି, ମୋ ହାଥ ଆଙ୍ଗୁଳି ମତେ କଷ୍ଟ ଦେଉଛି, ଏହାକୁ ଗରମ କରିବା ଟିକେ। ” ଏହା ପରେ ସେ କହିଚାଲିଲା ଓଃ ଏହା ଖଶୁଚି, ଏଠି ବହୁତ ଭୟଙ୍କର ଖସଡା ” ଏବଂ ଏହା କହି ସେ ହସୁଥିଲା ।

“ ଏଠାରେ ପଥର ଅଛି ଏହା ଦ୍ଵାରା ଆଗକୁ ଯାଇ ହେବ କିନ୍ତୁ ଯଦି ଖସିଲୁ ଏହା ବହୁତ ଭୟଙ୍କର ହୋଇପାରେ” ।  ସେହି ଲୋକର ଅନ୍ତିମ ଶବ୍ଦ ଏହି ଭିଡିଓ ରେ ଏତିକି ଥିଲେ “ ମୁଁ ଠିକ ରାସ୍ତା ରେ ଯାଉଛି ତ?, ମୁଁ ଖଶୁଚି” । ଏହା ପରେ ଆପଣ ଭିଡିଓ ରେ ଦେଖି ପାରିବେ ଯେ ସେହି ଭିଡିଓ ରେ ବାଦଲ ପାହାଡ ଓ ଲୋକ ଖସୁ ଥିବାର ଦେଖାଯାଉଛି ।

ରିପୋର୍ଟ ଅନୁଯାଇ ଅଜଣା ଲୋକ ଯିଏ ଏହି ଭିଡିଓ କରୁଥିଲେ ଥଣ୍ଡା ଦିନରେ ଏକା ପର୍ବତ ଚଢୁଥିଲେ ଓ ତାଙ୍କ ଏହି ପଡିବା ଲାଇଭ ଦେଖି ଜଣେ ଦର୍ଶକ ଏମର୍ଜେନ୍ସି ବ୍ରଡକାସ୍ଟ କରିଥିଲେ କିନ୍ତୁ ଖୋଜିବା ଲୋକଙ୍କୁ ପର୍ବତ ଆରୋହୀଙ୍କୁ ଖୋଜିବା ପାଇଁ ଦୁଇ ଦିନ ସମୟ ଲାଗିଲା । ଦର୍ଶକମାନଙ୍କ ଅନୁଯାଇ ସେ କେତେ ଥର ପର୍ବତ ଆରୋହୀଙ୍କୁ ବୁଝାଇଲେ ଏହା ଗୋଟେ ଭୟଙ୍କର କାମ ଏଠି ଟିକେ ସମୟ ପାଇଁ ଧ୍ୟାନ ଗଲେ କିଛି ବି ହୋଇ ପାରେ କିନ୍ତୁ ପର୍ବତ ଆରୋହୀ ମାନିଲେ ନାହିଁ ଓ ଚାଲିବାକୁ ଲାଗିଲେ ।

ସବୁ ବର୍ଷ ପ୍ରାୟତଃ ହଜାର ହଜାର ଲୋକ ଫୁଜି ମାଉଣ୍ଟ ଚଢନ୍ତି ଯାହା ଜାପାନ ରେ ଗୋଟେ ପବିତ୍ର ପର୍ବତ ଅଟେ । ଏହି ପର୍ବତ ଆରୋହୀ ଅଫିସିଅଲ ସମୟ ଜୁଲାଇ ରେ ଆରମ୍ଭ ହୁଏ ଓ ଅଗଷ୍ଟ ରେ ସରିଯାଇ ଥାଏ ।

Leave a Reply

Your email address will not be published. Required fields are marked *