ଲୋକେଶ ରାହୁଲ ଭାଙ୍ଗିଲେ ବିଟାର କୋହଲି ଙ୍କ ରେକଡ, ଟି ୨୦ ସିରିଜ ରେ କଲେ ସର୍ବାଧିକ ରନ

ଭାରତୀୟ ଦଳର ଭଲ ବ୍ୟାଟ୍ସ ମ୍ୟାନ ଲୋକେଶ ରାହୁଲ ଟି ୨୦ ପ୍ରାଥମିକ ରୂପରେ ଏକ ଦୀପାଖିଆ ସିରିଜ ରେ ବିରାଟ କୋହିଲି ଙ୍କ ସର୍ବାଧିକ ରନ କରିଥିବା ରେକଡକୁ ଭାଙ୍ଗିଦେଲେ । ରାହୁଲ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଟି ୨୦ ସିରିଜ ର ୫ ଓଭର ରେ ୨୨୪ ରନ କରି ବିରାଟ ଙ୍କ ୨୦୧୫-୧୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଟି ୨୦ ର ସିରିଜ ରେ ୧୯୯ ରନ କରିଥିବାର ରେକଡକୁ ଭାଙ୍ଗିଦେଲେ ।

ଭାରତ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ବି ଟି ୨୦ ଅନ୍ତରାଷ୍ଟୀୟ ଦ୍ଵିପଖିୟ ସିରିଜ ରେ ସବୁଠାରୁ ଅଧିକ ରନ କରିବାର ରେକଡ ବିରାଟ କୋହିଲ ଙ୍କ ନାମ ଉପରେ ଥିଲା ,କିନ୍ତୁ ଏବେ ଲୋକେଶ ରାହୁଲ ବିରାଟ ଙ୍କୁ ପଛରେ ପକାଇଦେଲେ । ଲୋକେଶ ରାହୁଲ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଦୀପଖିୟ ସିରିଜରେ ସବୁଠାରୁ ଅଧିକରେ ୨୨୪ ରନ କରିଛନ୍ତି ।

ରାହୁଲ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଟି ୨୦ ରେ ୫୬ ରନ, ଦ୍ଵିତୀୟରେ ୫୭ ର, ତୃତୀୟରେ ୨୭ ରନ, ଚତୁର୍ଥରେ ଟି ୨୦ ମ୍ଯାଚ ରେ ୩୯ ରନ ଏବଂ ପଞ୍ଚମ ମୁକାବିଲାରେ ୪୫ ରନ କରିଛନ୍ତି । କିନ୍ତୁ ରାହୁଲ ଟିମ ବିପକ୍ଷରେ ୫ଟି ମ୍ଯାଚରେ ଏହି ସିରିଜ ରେ ୫୬ ବଲ ରେ ସେ ୨୨୪ ରନ କରିଛନ୍ତି ।

ସେ ଏହି ସିରିଜ ରେ ୨ ଅର୍ଦ୍ଧଶତକ ଲଗାଇଛନ୍ତି । ଏହି ସିରିଜ ରେ ରାହୁଲ ୧୬ଟି ଚୌକା ଏବଂ ୧୦ ଟି ଛକା ମାରିଛନ୍ତି । ଲୋକେଶ ରାହୁଲ ଙ୍କ ପୂର୍ବରୁ ବିରାଟ କୋହିଲି ଭାରତ ତରଫରୁ ଦୀପଖିୟା ଟି ୨୦ ସିରିଜରେ ସବୁଠାରୁ ଅଧିକ ରନ ୨୦୧୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୯୯ ରନ କରିଥିଲେ ।

Leave a Reply

Your email address will not be published. Required fields are marked *