ଲଭ ଗୁରୁ ମଟୁକନାଥ ଓ ଜୁଲିଙ୍କ ପ୍ରେମ କାହାଣୀ- ସାଜିଲା ଭୟଙ୍କର ‘ଲଭ ଷ୍ଟୋରୀ’ ଜାଣନ୍ତୁ କାହିଁକି

ଲଭ ଗୁରୁ ମଟୁକନାଥ ଓ ତାଙ୍କ ଛାତ୍ରୀ ଜୁଲିଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ରହିଥିଲା । ହେଲେ ଏବେ କାହାଣୀ ରେ ନୂଆ ମୋଡ଼, ଯାହାପାଇଁ ବିବାଦ ବଢ଼ିବାରେ ଲାଗିଛି । ଭାଲେନ୍ଟାଇନ ସପ୍ତାହରେ ଲଭ ଗୁରୁ ମଟୁକନାଥ ଓ ତାଙ୍କ ପ୍ରେମିକା ଜୁଲିଙ୍କ ପ୍ରେମ କାହାଣୀ ଯଦି ଆଲୋଚନା ନ କରାଯାଏ ତ ଦିନଟା ଫିକା ଫିକା ଲାଗିଥାଏ । ଚର୍ଚ୍ଚାର ବିଷୟ ଯେ ଏ କାହାଣୀରେ ନୂଆ ମୋଡ଼ ପ୍ରଫେସର୍ ମଟୁକନାଥଙ୍କ ଉପରେ ଜୁଲିଙ୍କ ଉପେକ୍ଷାର ଆରୋପ ଲାଗିଛି ।

ବୟସ  ତାରତମ୍ୟ ନଦେଖି ସମାଜ ଓ ଦୁନିଆ ରେ ବିଦ୍ରୋହ କରି ଜୁଲି ମଟୁକନାଥଙ୍କ ହାତ ଧରିଥିଲେ ।

ପୁଣି ତାଙ୍କୁ ଛାଡ଼ି ଆଧ୍ୟାତ୍ମିକତା ଆଡକୁ ଚାଲିଯାଇଥିଲେ । ଭୋଜପୁରୀ ସୁପ୍ରସିଦ୍ଧ ଗାୟିକା ଓ ଜୁଲିଙ୍କ ସାଙ୍ଗ ଦେବୀ କହିଛନ୍ତିକି ଜୁଲିଙ୍କ ପତ୍ତା ମିଳିଯାଇଛି ଓ ଏବେ ସେ ଜୀବନ-ମୃତ୍ୟୁ ସହ ଲଢେଇ କରୁଛନ୍ତି । ଦେବୀ ଜଣେଇଛନ୍ତିକି ହଟାତ ଜଣେ ପରିଚିତଙ୍କ ଖବର ଆସିଲାକି ଜୁଲି ୱେଷ୍ଟଇଣ୍ଡିଜର ତ୍ରିନିଦାଦରେ ଜୀବନ-ମୃତ୍ୟୁର ଶେଯରେ ଓ କେତେ ମାସ ହେବ ମାନସିକ ରୋଗରେ ପୀଡ଼ିତ । ତାପରେ ସେ ଜୁଲିଙ୍କ ସହ କଥା ହେବାପରେ ଜୁଲି ନିଜ ଫଟୋ ପଠାଇ ନିଜ ପରିସ୍ଥିତି ଜଣାଇ ଭାରତକୁ ନେଇ ଚିକିତ୍ସା କରିବାକୁ ଗୁହାରି କରିଥିଲେ ।

ଦେବୀଙ୍କ ଦୋଷାରୋପ ଯେ, ଜୁଲିଙ୍କ ଏସବୁ ବିଷୟରେ ମଟୁକନାଥ ଜାଣିବି ତାଙ୍କ ପାଖରେ ପଇସା ନାହିଁ କହି ଭାରତ ଆଣିବାକୁ ମନା କରିଥିଲେ । କିନ୍ତୁ ଦେବୀ ସ୍ଥିର କରିଛନ୍ତି ଯେ ଜୁଲିଙ୍କୁ ଯେକୌଣସିବି ପରିସ୍ଥିତିରେ ସେ ଭାରତକୁ ଆଣିବେ ।

ଜୁଲିଙ୍କ ଭାଇ କହିଲେ- ତାଙ୍କ ସହ କିଛି ସମ୍ପର୍କ ନାହିଁ-

ଦେବୀ, ଜୁଲିଙ୍କ ଭାଇଙ୍କୁ ଫୋନ କରିବାରୁ ସେ କହିଥିଲେ ତାଙ୍କ ସହ କିଛି ସମ୍ପର୍କ ନାହିଁ , ସେ ଏଥିରେ କିଛି ସାହାଯ୍ୟ କରିପାରିବେନି । ତାପରେ ସେ ସିଏମ୍ ନୀତିଶଙ୍କୁ ପତ୍ର ଲେଖି ମଟୁକନାଥଙ୍କ ପ୍ରେମକୁ ମିଛ ଓ ଜୁଲି ତାଙ୍କ ପାଇଁ ସବୁ ଛାଡ଼ିଦେଇଥିଲେ ଓ ଏବେ ସେ ତାଙ୍କୁ ଏ ପରିସ୍ଥିତିରେ ଛାଡ଼ିଦେବାର ଅଭିଯୋଗ ମଧ୍ୟ କରିଛନ୍ତି ।

କିନ୍ତୁ ମଟୁକନାଥ କହିଛନ୍ତି ଯେ ଜୁଲିଙ୍କ ଦେହ ଖରାପ ଥିଲା ହେଲେ ଏବେ ଠିକ ଅଛି । ଦେବୀ ଏମିତି କରିବାର କାରଣ ସେ ମିଡ଼ିଆର ଫୋକସ ପାଇବାକୁ ଚାହୁଛନ୍ତି, ଯଦି ସକ୍ଷମ ତ ଜୁଲିଙ୍କୁ ଭାରତ ନେଇ ଚିକିତ୍ସା କରନ୍ତୁ, ଏମିତି ପତ୍ର ଲେଖିବାର ଆବଶ୍ୟକତା କଣ ଅଛି ।

ମଟୁକନାଥ ଓ ଜୁଲିଙ୍କ ପ୍ରେମ କାହାଣୀ-

୨୦୦୬ରେ ପାଟନା ବିଶ୍ଵବିଦ୍ୟାଳୟରେ ମଟୁକନାଥ ହିନ୍ଦୀ ପ୍ରଫେସର୍ ଓ ଜୁଲି ଛାତ୍ରୀ ଥିଲେ ଯିଏ ତାଙ୍କ ଅଧା ବୟସର ଥିଲେ । ମଟୁକନାଥ ଓ ଜୁଲି ପ୍ରେମ କରିବା ପରେ ନିଜ ନିଜ ପରିବାରକୁ ଛାଡ଼ିଦେଇଥିଲେ । ହେଲେ ଗତ ୫ ବର୍ଷ ହେବ ଦିଜଣ ଅଲଗା ରହିଥିବାର ଜଣାଯାଇଛି । ତାପରେ ଜୁଲି ଆଧ୍ୟାତ୍ମିକତା ଆଡକୁ ଚାଲିଯାଇଥିଲେ । କିନ୍ତୁ ମଟୁକନାଥ ଜୁଲି ଫଟ ରଖି କହୁଛନ୍ତି ସେ ଆଜିବି ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି ।

Leave a Reply

Your email address will not be published. Required fields are marked *