ନିର୍ଭୟା କେସ: ମାର୍ଚ୍ଚ ୩ ସକାଳ ୬ ଟାରେ ହେବ ଫାଶୀ, କୋର୍ଟ ଜାରୀ କଲା ନୂଆ ଡେଥ ୱାରେଣ୍ଟ

ନୂଆଦିଲ୍ଲୀ, ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀ ମାନଙ୍କ ବିରୋଧରେ ନୂଆ ଡେଥ ୱାରେଣ୍ଟ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାରି କରିଛନ୍ତି । କୋର୍ଟ ନିଜ ନିଷ୍ପତ୍ତି ରେ ଶୁଣାଇଛନ୍ତି ଯେ ଦୋଷୀମାନଙ୍କୁ ମାର୍ଚ୍ଚ ୩ ସକାଳ ୬ ଟାରେ ଫାଶୀ ଦିଆଯିବ । ଏହି ୱାରେଣ୍ଟକୁ କୋର୍ଟ ୩ୟ ଥର ଜାରି କରିଛି । ଶୁଣାଣି ଆରମ୍ଭ ହେବା ପରେ ପରେ ତିହାଡ ଜେଲ ତରଫରୁ ଏ ପର୍ଯ୍ୟନ୍ତର ଷ୍ଟାଟସ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି ।

ବିଶେଷ ସରକାରୀ ଓକିଲ ରାଜୀବ ମୋହନ କୋର୍ଟଙ୍କୁ ବର୍ତ୍ତମାନର ସ୍ଥିତି ବିଷୟରେ ଅବଗତ କରାଇଥିଲେକି ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ ଆଇନଗତ ବିକଳ୍ପ ଶେଷ ହେଇଯାଇଛି ।

ନୂଆ ଡେଥ ୱାରେଣ୍ଟକୁ ନେଇ ଦୋଷୀଙ୍କ ଓକିଲ କହିଛନ୍ତିକି ଏବେବି ବହୁତ ବିକଳ୍ପ ବାକି, ସେମାନେ କହିଛନ୍ତି ଦିଲ୍ଲୀ ହାଇକୋର୍ଟ ରେ ଦୋଷୀଙ୍କୁ ସାତ ଦିନ ସମୟ ଦିଆଯାଇଥିଲା, ତାହା ଶେଷ ହେଇଗଲାଣି । ହେଲେ ନିର୍ଭୟା ଙ୍କର ପରିଜନ କେହି ବି ଏପର୍ଯ୍ୟନ୍ତ ଦୋଷୀ ଙ୍କ ବିରୋଧରେ ନୂଆ ଡେଥ ୱାରେଣ୍ଟ ଜାରି ପାଇଁ କୌଣସି ବି କୋର୍ଟରେ ଯାଚିକା ଆବେଦନ କରିନାହାନ୍ତି ।

ନିର୍ଭୟା କେସ ହିଅରିଂ ଲାଇଭ ଅପଡେଟସ

୧. କୋର୍ଟ ନିର୍ଭୟାଙ୍କ ଦୋଷୀ ଫାଶୀ ଦେବାପାଇଁ ନିଷ୍ପତ୍ତି ଶୁଣାଇଛନ୍ତି । ମାର୍ଚ୍ଚ ୩ ସକାଳ ୬ ଟାରେ ଫାଶୀ ଦିଆଯିବ ।

୨. ଦୋଷୀ ପବନ ଗୁପ୍ତାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଜେସେ ସୁପ୍ରିମକୋର୍ଟ ରେ କ୍ୟୁରେଟିଭ୍ ପିଟିସନ ଓ ରାଷ୍ଟ୍ରପତିଙ୍କ ଦୟା ଯାଚିକା  ଦାଖଲ କରିବାକୁ ଚାହୁଁଛନ୍ତି ।

୩. ଅକ୍ଷୟଙ୍କ ଓକିଲ କହିଛନ୍ତି ସେ ରାଷ୍ଟ୍ରପତିଙ୍କ ସମକ୍ଷ ନୂଆ ଦୟା ଯାଚିକା  ଦାଖଲ କରିବାକୁ ଚାହୁଛନ୍ତି ।

୪. ବିନୟଙ୍କ ଓକିଲ କହିଛନ୍ତି ଯେ ଅଦାଲତ ରେ ବିନୟଙ୍କ ଉପରେ ଆକ୍ରମଣ କରାଯାଇଛି ଓ ତାଙ୍କ ମୁଣ୍ଡ ରେ କ୍ଷତ ହୋଇଛି  ।

୫. ଦୋଷୀ ମୁକେଶ କହିଛନ୍ତିକି ସେ ଓକିଲ ବୃନ୍ଦା ଗ୍ରୋବରଙ୍କ ସାହାଯ୍ୟ ଚାହୁନାହାନ୍ତି । ତାପରେ ରବି କାଜିଙ୍କୁ ତାଙ୍କ ଓକିଲ ଭାବେ ନିଯୁକ୍ତି କରାଗଲା ।

୬. ଦୋଷୀ ବିନୟ ଶର୍ମା ଜେଲ୍ ଖାଦ୍ୟ ନଖାଇବାରୁ କୋର୍ଟ ଜେଲ୍ ପ୍ରଶାସନଙ୍କୁ ବିନୟଙ୍କ ବିଶେଷ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୭. ବିନୟଙ୍କ ଓକିଲ ଏ ପି ସିଂ କହିଛନ୍ତି ଯେ ସେ ୧୧ ଫେବୃଆରୀ ଠୁ ଭୋକ ହରତାଳ ରେ ଅଛନ୍ତି ।

୮. ପବନଙ୍କ ଓକିଲ କହିଛନ୍ତିକି ସେ ସାତ ଦିନ ମଧ୍ୟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିପାରିବେନି କାରଣ ତାଙ୍କ ପାଖରେ ଓକିଲ ନଥିଲେ ।

ଦୋଷୀଙ୍କ ଓକିଲମାନେ କହିଛନ୍ତିକି ଯେ ପର୍ଯ୍ୟନ୍ତ କାନୁନ ବିକଳ୍ପ ରହିଛି ସେଜାଏ କାନୁନ ପକ୍ରିୟାକୁ ପୁରଣ ପାଇଁ ସମୟ ଦିଆଯାଉ ।

Leave a Reply

Your email address will not be published. Required fields are marked *