ମନ୍ଦିର ଭିତରୁ ଆସୁଥିଲା ଅଦ୍ଭୁତ ଶବ୍ଦ, ପାଖକୁ ଯାଇ ଦେଖିଲା ପରେ ଲୋକଙ୍କ ହୋସ ଉଡିଗଲା

ପୂର୍ବରୁ କିଛି ରୋଚକ ତଥ୍ୟ ବରସନା କ୍ଷେତ୍ରର କମଇ ଗ୍ରାମ ବିଷୟରେ ଜଣା ପଡିଥିଲା । କମଇ ଗ୍ରାମର ଏକ କୁଣ୍ଡରୁ ଦାଉଜିଙ୍କ ପ୍ରତିମୂର୍ତି ମିଳିଥିଲା । ଏହା ପରେ ମହାରାଜ ଜିଙ୍କ ପରିବାର ଦ୍ଵାରା ଏହି ମୂର୍ତିକୁ ଗ୍ରାମର ମନ୍ଦିରରେ ସ୍ଥାପନ କରାଯାଇଥିଲା । କିନ୍ତୁ ମୂର୍ତି ସ୍ଥାପନା ପରେ ଏହାର ଊର୍ଜାର ପ୍ରଭାବରେ ଗ୍ରାମରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଥିଲା ।

ଏହାପରେ ଦାଉଜି ନିଜେ ମନ୍ଦିରର ମହାନ୍ତଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ ମନ୍ଦିରରେ ନାରାୟଣଙ୍କ ମୂର୍ତି ସ୍ଥାପନ କରିବାକୁ ଉପଦେଶ ଦେଇଥିଲେ । ଏପରି ଚମତ୍କାର ଦେଖି ଲୋକଙ୍କ ବିଶ୍ଵାସ ଦାଉଜିଙ୍କ ପ୍ରତି ବଢିବାର ଲାଗିଲା ଏବଂ ଲୋକମାନେ ନିଜର ସମସ୍ତ ସୁଖ ଦୁଖ ଦାଉଜିଙ୍କ ନିକଟରେ ଜଣାଇଲେ । ଏମିତି କିଛି ସମୟ ବିତିଗଲା, କିନ୍ତୁ ଏହାପରେ ଯାହା ହେଲା ତାହା କେଉଁ ଚମତ୍କାର ଠାରୁ କମ ନଥିଲା ।


ଏହା ୧୯୭୦ ମସିହାର କଥା, ଏହି ସମୟରେ ଦାଉଜିଙ୍କ ସେବା ସୋର ମହାରାଜ୍ ଙ୍କ ଦ୍ଵାରା କରାଯାଉଥିଲା । ପ୍ରତେକ ଦିନ ପ୍ରାତଃ କାଳରେ ଦାଉଜିଙ୍କୁ ପବିତ୍ର ଜଳରେ ସ୍ନାନ କରା ଯାଉଥିଲା । ତାଙ୍କୁ ପୁଷ୍ପ ଓ ଚନ୍ଦନା ଅତି ଶ୍ରଦ୍ଧାରେ ଅର୍ପଣ କରାଯାଉଥିଲା ଓ ତାଙ୍କ ନିକଟରେ ମାଖନର ଭୋଗ ଲଗାଉଥିଲା । କିନ୍ତୁ ମଣିଷ ସ୍ଵଭାବରେ ସର୍ବଦା ପରିବର୍ତନ ଘଟି ଥାଏ, ସେହିପରି ଭାବେ ଦାଉଜିଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ଆସ୍ଥାର ପରିବାରବତନ ଘଟିଲା । ଲୋକମାନେ ପ୍ରତି ଛୋଟ ଛୋଟ କଥାରେ ଦାଉଜିଙ୍କ ସତ ଓ ମିଛ ରାଣ ଖାଇବାକୁ ଲାଗିଲେ ।

କେହି କାହାଠାରୁ ସୁଧରେ ପଇସା ନେଇଥାଉ ବା କାହା ସହ କିଛି ଝଗଡା ହେଇଥାଉ ଲୋକମାନେ ଦାଉଜିଙ୍କର ମିଛ ରାଣ ଖାଉଥିଲେ । ତାଙ୍କର ମହିମା ବା ଏହାର ପରିଣାମ ପ୍ରତି ଲୋକଙ୍କ ମନରେ କୌଣସି ଭୟ ନଥିଲା । ଗୋଟେ ଦିନ ଦାଉଜିଙ୍କ ପ୍ରାତଃ ପୂଜନ ପରେ ଦ୍ଵିପହର ସମୟରେ ଗ୍ରାମରେ ବହୁତ ଉଚ ଶବ୍ଦ ବା ଧ୍ୱନି ଶୁଣିବାକୁ ମିଳିଲା । ସେ ଶବ୍ଦ ଏପରି ଭୟଙ୍କର ଥିଲା ଯେମିତି ଏକା ସହିତ ବହୁତ ବାଦଲ ଗର୍ଜନ କରୁଛନ୍ତି ।


ଏହି ଶବ୍ଦରେ ଗ୍ରାମବାସୀଙ୍କ ମନରେ ଭୟର ଲହରୀ ଖେଳିଗଲା । ଏହି ଶବ୍ଦ ସୂନୀ ଗ୍ରାମ ବାହାରେ କାର୍ଯ୍ୟରତ ଥିବା କୃଶକ ମଧ୍ୟ ଗ୍ରାମ କୁ ପଳାଇ ଆସିଲେ ଘଟଣାର ସତ୍ୟତା ଜାଣିବା ପାଇଁ । ତେବେ ଗ୍ରାମାବାସୀ ଏହା ପରେ ଯାହା ଦେଖିଲେ ତାହା ଅବିଶ୍ଵସନୀୟ ଥିଲା । ସେମାନେ ଦେଖିଲେ ଯେ ଦାଉଜି ମହାରାଜ୍ ଙ୍କ ମୂର୍ତି ଫାଟି ଦୁଇଖଣ୍ଡ ହୋଇ ଯାଇଛି । ଏବଂ ଏଥିରୁ କିଛି ମଖନ ବାହାରିଛି ।

ତେବେ ଗ୍ରାମବାସୀ ଜାଣିପାରିଲେ ଯେ ସେମାନଙ୍କ ମୁର୍ଖାମି କାରଣରୁ ଦାଉଜି କ୍ରୋଧ ବଶତଃ ଏପରି କରିଛନ୍ତି । ତେବେ ଏହି ଘଟଣାରେ ଦାଉଜିଙ୍କ ପୂଜକ ନବଲ କିଶୋର ମହାରାଜ ଦୁଖରେ ଭାଙ୍ଗି ପଡିଥିଲେ । ଏହା ପରେ ଗ୍ରାମବାସୀ ଦାଉଯୀଙ୍କୁ କ୍ଷମା ମାଗିବା ସହିତ ଜୟପୁରରୁ ଅବିକଳ ଦାଉଜିଙ୍କ ମୂର୍ତି ନେଇକି ଆସିଲେ ଓ ପୂର୍ବ ପରି ତେନ୍ତୁଳୀ ବୃକ୍ଷ ମୂଳରେ ଦାଉଜିଙ୍କ ମୂର୍ତି ସ୍ଥାପନ କରି ପୂର୍ବପରି ଶ୍ରଦ୍ଧାରେ ତାଙ୍କର ପୂଜାର୍ଚନା କରିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *