ଯଦି ଆପଣଙ୍କୁ ମିଳୁଛି ଏହି ୫ ଟି ସଂକେତ ତେବେ ଜାଣିବେ ମହାଦେବ ଆପଣଙ୍କ ପାଖରେ ଅଛନ୍ତି ବିଦ୍ୟମାନ

ଭଗବାନ ସବୁବେଳେ ଆମର ଆଖ ପାଖରେ ଥାନ୍ତି । କିନ୍ତୁ ଏହା ସତ୍ବେ ବି ଆମେ ଭଗବାନଙ୍କୁ ଅନୁଭବ କରି ପାରି ନ ଥାଉ । ବହୁତ ପୂଜା ପାଠ କରିବା ସତ୍ବେ ବି ଇଶ୍ଵରଙ୍କ ଉପସ୍ଥିତି ବିଷୟରେ ଭକ୍ତ ଜାଣି ପାରନ୍ତି ନାହିଁ ଓ ପ୍ରଭୁଙ୍କ ଦର୍ଶନ ନ ହେବା କାରଣରୁ ଭକ୍ତ ନିରାଶ ହେବାକୁ ଲାଗନ୍ତି ।

ଏହାର ମୁଖ୍ୟ କାରଣ ହେଉଛି ଯେତେବେଳେ ଭଗବାନ ଆମ ଆଖପାଖରେ ଥାନ୍ତି ତେବେ ସେହି ସମୟରେ ଆମକୁ କିଛି ସଂକେତ ଦେଇଥାନ୍ତି । ଯାହା ବିଷୟରେ ଆମକୁ କିଛି ବି ଜଣା ନ ଥାଏ । ସେଥିପାଇଁ ଆମ ଆଖପାଖରେ ଭଗବାନ ଥିଲେ ବି ଆମେ ଅନୁଭବ କରି ପାରି ନ ଥାଉ । ଆଜି ଆମେ ଆପଣଙ୍କୁ ଏହିଭଳି ୫ଟି ସଂକେତ ବିଷୟରେ କହିବୁ । ଯାହା ମଧ୍ୟରୁ ଆପଣଙ୍କୁ ଗୋଟିଏ ବି ମିଳୁଛି ତେବେ ବୁଝି ଯାଆନ୍ତୁ କି ଭଗବାନ ଶିବଙ୍କ ଅସିମ କୃପା ଆପଣଙ୍କ ଉପରେ ଅଛି ।

ଯେତେବେଳେ ଶିବଙ୍କ କୃପା ଆପଣଙ୍କ ଉପରେ ଥିବ ତେବେ ସେହି ସମୟରେ ଆପଣଙ୍କୁ ଭବିଷ୍ୟତର ଘଟଣାର ପୂର୍ବାଭାସ ହେବ । ଖାସ କରି ସ୍ଵପ୍ନ ମାଧ୍ୟମରେ ଏହିଭଳି ହୋଇଥାଏ । ଯେତେବେଳେ ଗୋଟିଏ ବ୍ୟକ୍ତି ନିରନ୍ତର ଶିବଙ୍କ ସାଧାନ କରେ ଓ ଶିବଙ୍କ ଭକ୍ତିରେ ଲୀନ ହୋଇଯାଏ ତେବେ ସେହି ବ୍ୟକ୍ତିର ମନ ଓ ମସ୍ତିଷ୍କ ଅଦ୍ଭୁତ ଊର୍ଜା ଦ୍ଵାରା ଭରପୁର ହୋଇଯାଏ ।

ଏମିତିରେ ଯେଉଁ ସ୍ଵପ୍ନ ଆସିଥାଏ ତାହା ସତ ହୋଇଥାଏ । ବିଶେଷ କରି ବ୍ରହ୍ମ ମୁହୂର୍ତରେ ଯେଉଁ ସ୍ଵପ୍ନ ଆସିଥାଏ ତାହା ଭବିଷ୍ୟତ ଘଟଣାର ପୂର୍ବାଭାସ ଅଟେ । ଏହା କେବଳ ଶିବଙ୍କ କୃପା ଥିଲେ ହିଁ ସମ୍ଭବ ହୋଇଥାଏ । ଦ୍ଵିତୀୟ ସଂକେତ ଶିବଙ୍କ କୃପା ଥିଲେ ମିଳେ ଯାହା ବି ଆପଣ କୁହନ୍ତି ତାହା ସତ ହୋଇଯାଏ । ବିଶେଷ କରି ଆପଣ ଧ୍ୟାନ କରୁଛନ୍ତି ଓ ସେହି ସମୟରେ ଅଚାନକ କୌଣସି ବିଚାର ଆସି ଯାଉଛି କିମ୍ବା ଧ୍ୟାନ ସଙ୍ଗେ ସଙ୍ଗେ ଆପଣ କିଛି କହୁଛନ୍ତି ତେବେ ତାହା ବାସ୍ତବରେ ଘଟିତ ହୋଇଯାଏ ।

ତେବେ ଏହା ଶିବଙ୍କ କୃପାର ବହୁତ ବଡ ସଂକେତ ଅଟେ । ତୃତୀୟ ସଂକେତ ହେଉଛି ଯଦି ଆପଣଙ୍କର ଅଟକି ହୋଇ ଥିବା କିମ୍ବା ଖରାପ ହୋଇ ଯାଇଥିବା କାମ ଆରମ୍ଭ ହୋଇଯାଉଛି କିମ୍ବା ପୁରା ହୋଇଯାଉଛି, ଏହା ଛଡା କୌଣସି ସମସ୍ୟା ଚାଲିଛି ଓ ତାହାର କୌଣସି ସମଧାନ ମିଳି ଯାଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ଶିବଙ୍କ କୃପା ଅଛି ।

ଯଦି ଆପଣଙ୍କର ନିଦ ବ୍ରହ୍ମ ମୁହୂର୍ତରେ ଖୋଲୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ଶିବଙ୍କ କୃପା ଅଛି । ଏହା କୌଣସି ସାଧାରଣ କଥା ନୁହେଁ । ଏହା ସଂକେତ ଅଟେ କି ଆପଣ ଶିବଙ୍କ କୃପା ସହ ଯୋଡି ହୋଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *