ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଜିକା ସମୟରେ କାହାକୁ ଅବା ଆବଶ୍ୟକ ନାହିଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପ୍ରକାର ଉପପାୟ କରିଥାନ୍ତି କିନ୍ତୁ ଜାଣିକି ବା ଅଜଣାରେ ବ୍ୟକ୍ତି ଏମିତି କିଛି କାମ କରିଥାଏ ଯାହା ଦ୍ଵାରା ଧନ ଦେବୀ ମାତା ଲକ୍ଷ୍ମୀ ଏହି ଭଳି ବ୍ୟକ୍ତିଙ୍କ ଉପରେ କେବେ କୃପା କରନ୍ତି ନାହିଁ ତେବେ ଆସନ୍ତୁ ଜାଣିବେ କେଉଁ ଲୋକଙ୍କ ଉପରେ ମାତା ଲକ୍ଷ୍ମୀ କୃପା କରନ୍ତି ନାହିଁ ।
ମାତା ଲକ୍ଷ୍ମୀଙ୍କ କଥନ ଅନୁଯାଇ ଶାସ୍ତ୍ରରେ ଏମିତି କିଛି କଥା ବରଣନ କରା ଯାଇଛି ଯାହା କରିବା ଦ୍ଵାରା ମଣିଷକୁ ତାଙ୍କ କୃପା ପ୍ରାପ୍ତି ହୋଇଥାଏ ଓ କିଛି ଏମିତି କାମ ଥାଏ ଯାହା କରିବା ଦ୍ଵାରା ମଣିଷ ନିର୍ଧନ ହବାକୁ ଲାଗିଥାଏ ।

୧. ଶାସ୍ତ୍ରରେ ଲେଖା ହୋଇଛି ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଦେଶୀ ଘିଅ ଦୀପ ଲଗା ଯାଇଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଓ ଏହା ଛଡା ଏମିତିକା ଘରେ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ । ମାତା ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି ଯେଉଁ ବ୍ୟକ୍ତି ନିଜ ଘରେ ଆସିଥିବା ଅତିଥିଙ୍କ ସ୍ଵାଗତ ଭଲ ଭାବରେ କରି ଥାନ୍ତି ଓ ତାଙ୍କୁ ପାଣି ପଚାରିଥାନ୍ତି ।
୨. ଶାସ୍ତ୍ରରେ ମହୁକୁ ବହୁତ ପବିତ୍ର କୁହା ଯାଇଛି ଓ ମହୁକୁ ରଖିବା ସ୍ଥାନ ସବୁବେଳେ ସଫା ସୁଥୁରା ରହିବା ଉଚିତ ତେବେ ଭୁଲରେ ବି ମହୁ ଅସନା ଜାଗାରେ ରଖନ୍ତୁ ନାହିଁ ଏହା ଛଡା ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେ ମହୁ ନକାରାତ୍ମକ ଊର୍ଜାକୁ ଘରୁ ବାହାର କରିଥାଏ ଯେଉଁ ଘରେ ମହୁ ଥାଏ ସେହି ଘରେ ନକାରାତ୍ମକ ଊର୍ଜା ଯାଇ ନଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଆପଣ ହୋଇପାରିବେ ନିର୍ଧନ :
୧. ଶାସ୍ତ୍ରରେ କୁହା ଯାଇଛି ଯେଉଁ ଘରେ ଦୁର୍ଗନ୍ଧ ବ୍ୟାପୀଥାଏ ଓ ସେହି ଘରେ ବାସ କରୁଥିବା ଲୋକେ ଘର ସଫା କରନ୍ତି ନାହିଁ ଓ ଘରକୁ ସବୁବେଳେ ଅସନା ରଖନ୍ତି ଏହି ଭଳି ଘରେ ମା ଲକ୍ଷ୍ମୀ ଓ ଅନ୍ୟ ଦେବୀ ଦେବତା କେବେ ବାସ କରନ୍ତି ନାହିଁ ସେଥିପାଇଁ ଆପଣଙ୍କୁ ନିଜ ଘର ସବୁବେଳେ ସଫା ରଖିବା ଉଚିତ ।

୨. ତେବେ ବହୁତ ଲୋକ ମନ୍ଦିର ଘର ସବୁବେଳେ ସଫା କରନ୍ତି ନାହିଁ ଏହା ବହୁତ ଅନୁଚିତ ଅଟେ । ଆପଣଙ୍କୁ ସବୁ ଦିନ ନିଜ ପୂଜା ଘର ଧୋଇ ପୂଜା କରିବା ଆବଶ୍ୟକ ଅଟେ ।
୩. ବହୁତ ଲୋକଙ୍କ ଏହା ଖରାପ ଅଭ୍ଯାସ ହୋଇଥାଏ ଯେ କୌଣସି ବାହାର ଜାଗରୁ ଆସି ସିଧା ଖଟ ଉପରେ ଯାଇ ପଡି ଯାନ୍ତି କିନ୍ତୁ ଏହା ବହୁତ ଖରାପ ଅଭ୍ଯାସ ଅଟେ ଆପଣଙ୍କୁ ଆଗ ହାତ ଗୋଡ ଭଲ ଭାବରେ ଧୋଇ ତା ପରେ ଖଟକୁ ଯିବା ଉଚିତ ଅଟେ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।