ଯଦି ଆପଣଙ୍କୁ ବି ଅଛି ଡାଇବେଟିସ ତେବେ ନିଶ୍ଚୟ ଖାଆନ୍ତୁ ଏହି ସୁପରଫୁଡ! ଆଶ୍ଚର୍ଯ୍ୟ ହୋଇଯିବେ ଏହାର କମାଲ ଦେଖି

ବର୍ତମାନର ବ୍ୟସ୍ତ ବହୁଳତା ଜୀବନରେ ଖୁବ କମ ବୟସରେ ଲୋକେ ମଧୁମେହ ରୋଗର ଶିକାର ହେଉଛନ୍ତି । ମଧୁମେହ ରୋଗ ଯଦି କାହାକୁ ଥରେ ହୋଇଥାଏ ତେବେ ଏହା ସମଗ୍ର ଜୀବନ ତାର ଶରୀରରେ ରହିଥାଏ । ମଧୁମେହ କାରଣରୁ ଶରୀରରେ ଅନ୍ୟ କିଛି ରୋଗର ଆଗମନ ହେଇଥାଏ । କେବଳ ଉପଯୁକ୍ତ ଖାଦ୍ୟ ପାନୀୟ ଓ ବ୍ୟାୟାମ ଦ୍ଵାରା ଏହି ରୋଗ ଉପରେ ନିୟନ୍ତ୍ରଣ କରାଯାଇ ପାରିବ । ଏମିତି କିଛି ଖାଦ୍ୟ ଅଛି ଯାହାକୁ ଗ୍ରହଣ କରିବା ଦ୍ଵାରା ମଧୁମେହ ନିୟନ୍ତ୍ରଣ ବାହାରେ ହେଇ ଯାଇଥାଏ ।

Image Courtesy: Google

କିନ୍ତୁ କିଛି ଖାଦ୍ୟ ପଦାର୍ଥକୁ ନିୟମିତ ସେବନ କରିବା ଦ୍ଵାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଶରୀରରେ ସୁଗାରର ମାତ୍ରାକୁ ଏହା ନିୟନ୍ତ୍ରଣରେ ରଖିଥାଏ । ଏହି ପଦାର୍ଥ ମଧ୍ୟ ସମସ୍ତ ସ୍ଥାନରେ ଅତି ସହଜରେ ଉପଲୋବ୍ଧ ହୋଇଥାଏ । ନିଜର ଖାଦ୍ୟରେ ଏହି ପ୍ରକୃତିକ ଜିନିଷକୁ ମିଶାଇ ଭୋଜନ କଲେ ଏହା ସୁଗାରର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ।

ଲେମ୍ବୁ :-

ଯେଉଁ ଲୋକମାନେ ମଧୁମେହରେ ପୀଡିତ ଥାନ୍ତି ସେମାନଙ୍କୁ ସର୍ବଦା ଶୋଷ ଲାଗିଥାଏ, ଏମିତିରେ ଖାଲି ପାଣିରେ ସେମାନଙ୍କର ତୃଷ୍ଣା ମେଣ୍ଟିନଥାଏ । ପାଣିରେ ଲେମ୍ବୁ ମିଶାଇ ସେବନ କରିବା ଦ୍ଵାରା ଆପଣଙ୍କ ତୃଷ୍ଣା ମେଣ୍ଟିବା ସହିତ ଆପଣଙ୍କୁ ସଙ୍କ୍ରମଣର ଭୟ ରହିନଥାଏ । ଲେମ୍ବୁରେ ଭିଟାମିନ ସି ର ମାତ୍ରା ରହିଥିବାରୁ ଏହା ପରୋକ୍ଷ ଭାବରେ ଇନସୁଲିନ ଉପରେ ପ୍ରଭାବ ପକାଇଥାଏ ।

କାକୁଡି :-

ମଧୁମେହ ରୋଗୀଙ୍କୁ ବହୁତ ଜଲ୍ଦି ଭୋକ ଲାଗିଥାଏ । ଏମିତିରେ ବାରମ୍ବାର ଖାଦ୍ୟ ଗ୍ରହଣ କରାଯାଇପାରିବ ନାହିନ । ତେଣୁ ଏହି ସମୟରେ କାକୁଡି ଖାଇବା ଦ୍ଵାରା ଆପଣଙ୍କ ଭୋକ ମେଣ୍ଟିଥାଏ ।

Image Courtesy: Google

ଗାଜର ଓ ପାଳଙ୍ଗ ରସ :-

ମଧୁମେହ ରୋଗୀଙ୍କ ଉପରେ ଦୃଷ୍ଟିଶକ୍ତିର ପ୍ରଭାବ ବହୁମାତ୍ରାରେ ପଡିଥାଏ । ଏହି କାରଣରୁ ଗାଜର ଓ ପାଳଙ୍ଗର ସେବନ କରିବା ଉଚିତ । ଗାଜର ଓ ପାଳଙ୍ଗ ରସ ଚକ୍ଷୁର ଏହି ଅସୁବିଧା ଦୂର କରିଥାଏ ।

ଓଲକୋବି :-

ଓଲକୋବି ପାଖରେ ସୁଗାରକୁ ନିୟନ୍ତ୍ରଣ କରିବାର ଅଦ୍ଭୁତ କ୍ଷମତା ରହିଥାଏ । ଲୋକି, ପାଲକ, ଅମୃତ ଭଣ୍ଡାର ମିଶ୍ରିତ ତରକାରୀ ଖାଇବା ଦ୍ଵାରା ଶରୀରରେ ସୁଗାରର ମାତ୍ରା ନିୟନ୍ତ୍ରଣରେ ରହିଥାଏ । ଫାଇବର ଓ ଭିଟାମିନ ଏହି ସମସ୍ତ ପରିବାରେ ବହୁଳ ମାତ୍ରାରେ ନିହିତ ଥାଏ ।

Image Courtesy: Google

ଜାମୁକୋଳି :-

ଆୟୁର୍ବେଦରେ ଜାମ୍ବୁକୁ ମଧୁମେହ ପାଇଁ ଓଷଧ ରୂପରେ ବ୍ୟବହାର କରାଯାଇଥାଏ । ଜାମ୍ବୁ ଓ ତାହାର ମଞ୍ଜୀର ପାଉଡରକୁ ନିମିତ ସେବନ କରିବା ଦ୍ଵାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଜାମ୍ବୁ ମଞ୍ଜୀର ପାଉଡରକୁ ପ୍ରତିଦିନ ପ୍ରଭାତ ସମୟରେ ୨ ଚାମଚ ଖାଲି ପେଟରେ ସେବନ କରିବା ଉଚିତ ।

କଲରା :-

କଲରାକୁ ମଧ୍ୟ ମଧୁମେହର ଓଷଧ ବୋଲି କୁହାଯାଏ । ସୁଗାରକୁ ନିୟନ୍ତ୍ରଣରେ ରଖିବାର ଗୁଣ କଲରାରେ ନିହିତ ରହିଥାଏ । ଖାଲି ପେଟରେ ପ୍ରତିଦିନ ୧ କପ କଲରା ରସ ପାନୀଯ ରୂପେ ଗ୍ରହଣ କରିବା ଉଚିତ ।

Leave a Reply

Your email address will not be published. Required fields are marked *