ମିଠା ଖାଇବା ଯୋଗୁଁ ନୁହେଁ, ଡାଇବେଟିସ୍ ହେବାର ଏହି ୪ ଟି ହେଉଛି ମୁଖ୍ୟ କାରଣ

ଆଜିକାଲି ବ୍ୟସ୍ତପୂର୍ଣ ଜୀବନରେ ସମସ୍ତେ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ସେମାନଙ୍କର ଧ୍ୟାନ ରହୁ ନାହିଁ । ସେମିତିରେ ବି ଆଜିକାଲିକା ଖାଦ୍ଯପଦାର୍ଥରେ ମଧ୍ୟ ଏତେ ମିଶ୍ରଣ ହେଉଛି ଯାହା ଆମ ଶରୀରକୁ ଆହୁରି ଦୁର୍ବଳ କରି ଦେଉଛି । ତେବେ ଆଜି ଆମେ ଆପଣଙ୍କୁ ମଧୁମେହ ରୋଗ ସମ୍ପର୍କରେ କିଛି ବିଶେଷ କଥା କହିବୁ । ଏହି ରୋଗ ହେବାର କାରଣ କଣ? ଲୋକମାନେ ଭାବନ୍ତି ଅଧିକ ମିଠା ଖାଇବା ଦ୍ଵାରା ଏହି ରୋଗ ହୋଇଥାଏ , କିନ୍ତୁ ଏହା ଭୁଲ ଧାରଣା । ତେବେ ଚାଲନ୍ତୁ ଜାଣିବା ଏହି ରୋଗର ମୁଖ୍ୟ କାରଣ ସବୁ କଣ ।

Image Courtesy: Google

ଅନେକ ସମୟରେ ଆପଣମାନେ ଲୋକମାନଙ୍କୁ ଏହି କଥା କହୁଥିବାର ଶୁଣୁଥିବେ କି ଅଧିକ ମିଠା ଖାଅ ନାହିଁ ନ ହେଲେ ଡାଇବେଟିସ୍ ହୋଇଯିବ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । ତେବେ କଣ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମଧ୍ୟ ମିଠା ଖାଇ ପାରିବେ ନାହିଁ ? ଏଭଳି ଅନେକ ପ୍ରଶ୍ନ ଆପଣ ମାନଙ୍କ ମନକୁ ଆସୁଥିବ ନିଶ୍ଚୟ । ଆଜି ଆମେ ଆପଣଙ୍କ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଯାଉଛୁ ।

୧. ସବୁବେଳେ ଦୁଖୀ ରହିବା ଦ୍ୱାରା ଶରୀରରେ ସର୍କରା ସ୍ତର ବଢ଼ିଥାଏ । ଯଦି ଆପଣ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ଆପଣ ଖୁବ୍ ଶୀଘ୍ର ଏହି ରୋଗରେ ପଡ଼ିବାକୁ ଯାଉଛନ୍ତି ବୋଲି ଜାଣି ନିଅନ୍ତୁ ।

୨. ଯେଉଁ ଲୋକମାନେ ଅଫିସରେ ଚେୟାରରେ ବସି କାମ କରିବା ସହ ବ୍ୟାୟାମ କରୁ ନାହାନ୍ତି । ସେମାନଙ୍କଠାରେ ଏହି ରୋଗ ଦେଖାଯିବାର ଆଶଙ୍କା ୮୦ ପ୍ରତିଶତ ରହିଥାଏ ।

Image Courtesy: Google

୩. ମଧୁମେହ ରୋଗ ମିଠା ଖାଇବା ଯୋଗୁଁ ନୁହେଁ ବରଂ ମୋଟାପଣ ହେତୁ ହୋଇଥାଏ । ଅଧିକ ଜଙ୍କ ଫୁଡ଼୍ ବା ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ । ଯଦି ଆପଣ ଜଙ୍କ ଫୁଡ଼୍ ବା ଶର୍କରା ଜାତୀୟ ଖାଦ୍ୟ ଖାଇବା ପରେ ମଧ୍ୟ ନିଜ ଓଜନକୁ ନିୟନ୍ତ୍ରଣରେ ରଖି ପାରୁଛନ୍ତି ତେବେ ଆପଣ ଏହି ରୋଗର ଶିକାର ହେବେ ନାହିଁ ।

୪. ଯେଉଁ ଲୋକମାନେ ଉପଯୁକ୍ତ ପରିମାଣରେ ଶୋଇ ପାରନ୍ତି ନାହିଁ । ସେମାନଙ୍କ ପାଖରେ ଏହି ରୋଗ ଦେଖା ଯାଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Image Courtesy: Google

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *