ମାଡି ଆସୁଛି Super Typhoon ! 200 କିମି ବହିବା ସହ 50 ଫୁଟରେ ଉଠିବ ଜୁଆର… ଦେଖନ୍ତୁ କେତେ ଭୟଙ୍କର ହେବ ଏହି ବାତ୍ୟା

ବନ୍ଧୁଗଣ ଏବେ ବଳ ଗୋଟାଉଛି ବାତ୍ୟା । ସମୁଦ୍ରରୁ ଉପକୂଳ ଆଡକୁ ଭୟଙ୍କର ବେଗରେ ଆସୁଛି ମାଡି । ୫୦ ଫୁଟ ଉଠିବ ସମୁଦ୍ର ଜୁଆର ଆଉ ୨୦୦ କିମି ବେଗରେ ବହିବ ପବନ । ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଯାହାକୁ ନେଇ ଏବେ ଆତଙ୍କିତ ଉପକୂଳ ବାସୀ । ଏମିତି କି ଏ ବର୍ଷର ଏହି ବାତ୍ୟାକୁ ସବୁଠାରୁ ବଡ ବାତ୍ୟା ବୋଲି କୁହା ଯାଉଛି । ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା । ବାତ୍ୟା ପ୍ରଭାବରେ ଜାପାନର ଦକ୍ଷିଣ-ପୂର୍ବ ଦ୍ଵିପ ପୁଞ୍ଜ ଗୁଡିକ ପ୍ରଭାବିତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଏଥି ସହ ଚାଇନାର ପୂର୍ବ ଉପକୂଳରେ ଥିବା ସହର ଗୁଡିକ ପ୍ରତି ବାତ୍ୟା ବିପଦ ଘନେଇଛି । ଏହି ସୁପର ଟାଇଫୁନର ନାଁ ହିନ୍ନାମନୋର ରଖା ଯାଇଛି । ଏହାର ପ୍ରଭାବରେ ବର୍ତ୍ତମାନ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୨୫୭ କିମି ତଥା ୧୬୦ ମାଇଲ୍ସ ରହିଛି । ଏହାର ଝଟକା ଘଣ୍ଟା ପ୍ରତି ୧୫୫ ମାଇଲ୍ସ ରହିଥିବା ଆମେରିକା ଜୟନ୍ତ ଟାଇଫୁନୀ ସେଣ୍ଟର ପକ୍ଷରୁ କୁହା ଯାଇଛି । ଏହି ସୁପର ଟାଇଫୁନ ପ୍ରଭାବରେ ଉପକୂଳ ଅଞ୍ଚଳରେ ପବନର ବେଗ ଧୀରେ ଧୀରେ ବଢୁଛି ।

ତେବେ ପବନକୁ ଦେଖି ସମୁଦ୍ର କୁଳରେ ରହୁଥିବା ଲୋକ ମାନେ ଏବେ ଭୟବିତ ହୋଇଛନ୍ତି । ହିନ୍ନାମନୋର ପ୍ରଭାବରେ ସମୁଦ୍ରର ଜୁଆର ୫୦ ଫୁଟ ବା ୧୫ ମିଟର ଉଚ୍ଚକୁ ଉଠି ପାରେ । ଜାପାନ ମେଟ୍ରୋଲଜିକାଲ ଏହାକୁ ୨୦୨୨ର ସବୁଠାରୁ ବଡ ବାତ୍ୟାର ଆଖ୍ୟା ଦେଇ ସାରିଛି । ଯଦି ଏପରି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ ହୁଏ ତେବେ ଭୟଙ୍କର କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି । ହଙ୍କକଙ୍ଗ ପାଣିପାଗ ବିଭାଗ କହିଛି ଯେ, ଦିନ ୧୦ଟା ସୁଧା ଟାଇଫୁନ ଜାପାନର ଓକିନାୱା ଠାରୁ ୨୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା ।

ଏହା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୨ କିମି ବେଗରେ ଏହା ରଇକ୍ୟୁ ଦ୍ବୀପପୁଞ୍ଜରେ ମୁହାଁ ହେଉଛି । ଏହା ପ୍ରଭାବରେ ରଇକ୍ୟୁରେ ୨୦୦ ରୁ ୩୦୦ ମିନିଟ ବର୍ଷା ରେକର୍ଡ ହେଲାଣି । ତେବେ ଏହା ସ୍ଥଳ ଭାଗରେ କେବେ ଛୁଇଁବ ସେନେଇ କୌଣସି ସୂଚନା ଆସି ନାହିଁ । ଅନ୍ୟ ପଟେ ଆମେରିକାର ଯଏଣ୍ଟ ଟାଇଫୁନ ୱାର୍ନିଙ୍ଗ ସେଣ୍ଟର କହିଛି ଯେ, ଏହି ସୁପର ଟାଇଫୁନ ଆଗାମୀ ଦିନରେ ସାମାନ୍ଯ ଦୁର୍ବଳ ହୋଇପାରେ । ହେଲେ ଏହା ପ୍ରଭାବରେ ଘଣ୍ଟା ପ୍ରତି ପବନର ବେଗ ୨୦୦ କିମି ବା ତା ଠାରୁ ଅଧିକ ରହିବ ।

ଏହି ସୂଚନା ପାଇବା ପରେ ଜାପାନ ସରକାର ବାତ୍ୟାର ମୁକବାଲା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି । ଏହା ସହ ଲୋକଙ୍କୁ ସତର୍କ ରହିବା ପାଇଁ କୁହା ଯାଇଛି । ଏହା ସ୍ଥଳ ଭାଗର ନିକଟବର୍ତୀ ହେଲେ ଉପକୂଳ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *