‘ମାଗଣା ସ୍କିମ ବାଣ୍ଟି ବାଣ୍ଟି ସରକାର’… ସରକାରଙ୍କ ମାଗଣା ବଣ୍ଟାକୁ ନେଇ କଣ କହିଲେ Supreme Court ଦେଖନ୍ତୁ

ନମସ୍କାର ବନ୍ଧୁଗଣ । କଡା ଭାଷା ରେ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏମ ଭି ରମନ୍ନା । ବଦଳିଥିବା ରାଜନୀତିର ପରିଭାଷା ରେ ରାଜନେତା ଙ୍କ ହାବ ଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମାଗଣା ସ୍କିମ ବାନ୍ତି କ୍ଷମତା କୁ ଆସୁଛନ୍ତି ଅନେକ ଦଳ । ନିର୍ବାଚନ ବେଳେ କୌଣସି ସମସ୍ୟା ଭିତ୍ତିକ ପ୍ରତିଶ୍ରୁତି ପରିବର୍ତ୍ତେ ମାଗଣା ସ୍କିମ ଲୋକଙ୍କୁ ଦେଖାଇ ଭୁଆଁ ବୁଲାଉଛନ୍ତି । ଦେଶରେ ଅର୍ଥନୀତି ଉପରେ ଏହାର କେତେ ଯେ ପ୍ରଭାବ ସେ କଥା ଆକଳନ ନ କରି କ୍ଷମତା ଲୋଭରେ ଦେଉ ପକାଉଛନ୍ତି ପୁଳା ପୁଳା ନିର୍ବାଚନ ପ୍ରତିଶ୍ରୁତି ।

ଆମ ଆଦମୀ ପାର୍ଟି ବିରୁଦ୍ଧରେ ସୁପ୍ରିମ କୋର୍ଟ ରେ ଦାଖଲ ହୋଇଥିବା ଏକ ଜନ ସ୍ଵାର୍ଥ ମାମଲାର ଶୁଣାଣୀ କରି ଏଭଳି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଶୁଣାଣୀ ବେଳେ ମୁଖ୍ୟ ବିଚାରପତି ନିଜ ଶ୍ଵଶୁର ଙ୍କ ସହ ଘଟିଥିବା ଏକ ଉଦାହରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କି ମୋ ଶ୍ଵଶୁର ଜଣେ ଚାଷୀ ।

ସେ ଯେଉଁଠି ରୁହନ୍ତି ସେହି ଅଞ୍ଚଳ କୁ ସରକାର ବିଜୁଳି କନେକସନ ଦେବା ଉପରେ ରୋକ ଲଗାଇ ଦେଇଥିଲେ । ହଠାତ ସରକାର ଏକ ଅଦଭୁତ ନିସ୍ପତି ନେଲେ । ଅଞ୍ଚଳରେ ଯେଉଁ ମାନଙ୍କ ପାଖରେ ଅବୈଧ ବିଜୁଳି କନେକସନ ମିଳୁଛି ସେମାନଙ୍କ କନେକସନ କୁ ବୈଧ କରି ଦେଲେ ।

ଆଗକୁ ବିଚାରପତି କହିଛନ୍ତି ଏହାର କିଛି ମାସ ତଳେ ମୋ ଶ୍ଵଶୁର ମୋତେ ଫୋନ କରି ମୋତେ ଗୋଟେ ପ୍ରଶ୍ନ ପଚାରି ଥିଲେ ଯାହା ମୋତେ ତାଜୁବ କରି ଦେଲା । ଶ୍ଵଶୁର ଙ୍କ ପ୍ରଶ୍ନ ଶୁଣିବା ପରେ ବିଚାରପତି ନିରୁତ୍ତର ରହିଲେ କାରଣ ତାଙ୍କ ପାଖରେ ଏହାର କୌଣସି ଜବାବ ନ ଥିଲା । ବିଚାରପତି ଙ୍କ ଶ୍ଵଶୁର ପଚାରି ଥିଲେ କି ଏ ନିସ୍ପତି ସରକାର କାହା ସ୍ଵାର୍ଥ ପାଇଁ ନେଲେ ଏହା ଦ୍ଵାରା ବିଜୁଳି କନେକସନ ନେବାକୁ ଅପେକ୍ଷ କରିଥିବା ଜନତା ଙ୍କୁ କି ସନ୍ଦେଶ ଯିବ ।

ଏଠାରେ ଅବୈଧ କାରୋବାର କରୁଥିବା ଲୋକଙ୍କୁ ଫାଇଦା ହେଉଛି ଏହା କି ପ୍ରକାରର ଜନ କଲ୍ୟାଣ । ଏ ନେଇ ନିର୍ବାଚନ ଆୟୋଗଙ୍କ ଭୂମିକା ମଧ୍ୟ ପ୍ରଶ୍ନ ଘେରକୁ ଟାଣିଛନ୍ତି ମୁଖ୍ୟ ବିଚାରପତି । ଯଦି ନିର୍ବାଚାନ ପ୍ରଚାର ବେଳେ ତାଙ୍କ ଭାଷଣ ଉପରେ ଆୟୋଗ ତତ୍ପରତା ସହ କଠୋର ପଦକ୍ଷେପ ନିଆନ୍ତେ ତେବେ ଏଭଳି ଦୁର୍ଦିନ ଦେଖିବାକୁ ମିଳନ୍ତା ନାହି ବୋଲି କହି ତାଗିଦ କରିଛନ୍ତି ମୁଖ୍ୟ ବିଚାରପତି ।

ଏକ ମାସ ତଳେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ମଧ୍ୟ ଅନେକ ରାଜ୍ୟ ରେ ଚାଲିଥିବା ମାଗଣା ସ୍କିମ ବଣ୍ଟନ କୁ ନେଇ ଚିନ୍ତା ପ୍ରକାଶ କରିଥିଲା । ତେବେ ଏହାକୁ ନେଇ ସରକାର ଅଧିକ ଦ୍ରୁଷ୍ଟି ଦେବା ଉଚିତ ଓ ଏହା ଉପରେ କଠୋର ପଦକ୍ଷେପ ନେବା ଉଚିତ । ଯାହା ଫଳରେ ମାଗଣା ସ୍କିମ ଦେଉଥିବା ଦଳ ଆଉ କ୍ଷମତା କୁ ଆସି ପାରିବେ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଯାନଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *