ମହାଦେବ ଶ୍ମଶାନରେ ରୁହନ୍ତି ନାଁ ଘରେ ରୁହନ୍ତି ? ନାରୀମାନେ ଭଗବାନ ଶିବଙ୍କ ପୂଜା କରିପାରିବେ କି ନାହିଁ ? ଶିବଲିଙ୍ଗ କିଏ ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହାଦେବଙ୍କ ପୂଜା ନାରୀମାନେ କରିପାରିବେ କି ନାହି ଓ ଶିବଲିଙ୍ଗ କିଏ ସେହି ବିଷୟରେ କହିବାକୁ ଯାଉଛୁ । ମହାଦେବ ମନ୍ଦିରରେ ପୂଜା ପାଇଥାନ୍ତି ଶ୍ମଶାନର ନୁହେଁ । ମହାଦେବ ପ୍ରତି ଘରେ ରହି ପୂଜା ପାଇଥାନ୍ତି ଏହା ଭୁଲ କଥା ନୁହେଁ । ମହାଦେବଙ୍କ ଫୋଟୋ ଘରେ ଠାକୁର ଘରେ ପୂଜା କରିଲେ କିଛି ଅସୁବିଧା ହୁଏ ନାହି । କାରଣ ଘରର ଐଶାନ୍ୟ କୋଣରେ ମହାଦେବଙ୍କ ସ୍ଥାପନ କାରଯାଇଥାଏ । ଐଶାନ୍ୟ କୋଣରେ ଐଶାନ୍ୟ ରୁହନ୍ତୁ ବା ନ ରୁହନ୍ତୁ କିନ୍ତୁ ମହାଦେବ ବିରାଜମାନ କରିଥାନ୍ତି । ମହାଦେବ ଶ୍ମଶାନବାସୀ ନୁହନ୍ତି କିନ୍ତୁ ତାଙ୍କ ଶରୀରରେ ଭସ୍ମ ଲେପ ଲଗାଇଥାନ୍ତି ।

ଏହାର କାରଣ ମହାଦେବ ଜାଣିଥାନ୍ତି ମଣିଷ ଧନୀ, ଜ୍ଞାନୀ ହେଲେ ମଧ୍ୟ ଶେଷରେ ଶରୀରର ଭସ୍ମରେ ପରିଣତ ହୋଇଥାଏ । ମହାଦେବ କୈଳାସ ପର୍ବତରେ ବାସ କରିଥାନ୍ତି । ଶ୍ମଶାନକୁ ସୃଷ୍ଟି କରିଛନ୍ତି ସ୍ଵୟଂ ମହାଦେବ । ମହାଦେବ ହେଉଛନ୍ତି ସଂହାର କର୍ତ୍ତା । ତାଙ୍କର ନିଷ୍ଠା ସହକାରେ ପୂଜା କରିଲେ ମହାଦେବଙ୍କର ଅପାର କୃପା ଲାଭ ହୋଇଥାଏ । ଭଗବାନ ଶିବ ସକଳ ଘଟରେ ଅଛନ୍ତି ।

ଯେଉଁ ଘରେ ମହାଦେବ ଅଛନ୍ତି ସେହି ଘରେ କେବେ ଅନିଷ୍ଟ ହେବ ନାହି । ଗୋଟିଏ ଘରେ ଦୁଇଟି ଲିଙ୍ଗ ରଖାଯାଇ ପୂଜା କରାଯାଇପାରିବ ନାହି । ଶିବଲିଙ୍ଗ ଅଲଗା ଅଲଗା ରଖି ଘରେ ପୂଜା କରି ହେବ । ୪ ବର୍ଣ୍ଣର ବ୍ୟକ୍ତି ମାନେ ମହାଦେବଙ୍କ ପୂଜା କରିପାରିବେ । ବ୍ରମହାଣ, ଶୂଦ୍ର ଉଭୟ ମହିଳା ଓ ପୁରୁଷ ମହାଦେବଙ୍କ ପୂଜା କରିପାରିବେ । ଚଳ ପ୍ରତିଷ୍ଠା ହେବ ଗୃହରେ ।

ଆଙ୍ଗୁଳି ଉଚ୍ଚରେ ମାଟିରେ ଶିବଲିଙ୍ଗ ପ୍ରତିଷ୍ଠା କରି ଘରେ ପୂଜା କରିପାରିବେ । ନାରୀ ମାନେ ଶିବଲିଙ୍ଗ ପୂଜା କରିପାରିବେ । ଋତୁସ୍ରାବ ସମୟରେ ନାରୀ ମାନେ ମହାଦେବଙ୍କ ପୂଜା ତ୍ୟାଗ କରିଥାନ୍ତି । କିନ୍ତୁ ୭ ଦିନ ପରେ ଗୃହରେ ନାରୀ ମାନେ ପୂଜା କରି ପାରିବେ ମହାଦେବଙ୍କୁ । ନର୍ମଦାଶ୍ଵର ଶିବଲିଙ୍ଗ ଘରେ ରଖି ପୂଜା କରି ହେବ ।

ଯେଉଁ ମାନେ ଅଣ-ହିନ୍ଦୁ ସେମାନେ କୁହନ୍ତୁ ଓଡିଆ ମାନେ ଶିବଲିଙ୍ଗ କାହିଁକି ପୂଜା କରିଥାନ୍ତି ? ଶିବଲିଙ୍ଗ ହେଉଛି ମୂତ୍ରାଶୟ ଯାହା ଅଣ ହିନ୍ଦୁ ମାନେ ବିଶ୍ଵାସ କରିଥାନ୍ତି । କିନ୍ତୁ ପ୍ରକୃତ କଥା ହେଉଛି ଶିବଲିଙ୍ଗ ହେଉଛି ମହାଦେବଙ୍କର । ସେ ସ୍ଵୟଂ ମହାଦେବ ଅଟନ୍ତି । ତାଙ୍କ ଭିତରେ ମହାଦେବ ଅଟନ୍ତି । ଯେମିତି ଶାଳଗ୍ରାମରେ ଭଗବାନ ବିଶୁନ ରହିଥାନ୍ତି ସେମିତି ଶିବଲିଙ୍ଗରେ ମହାଦେବ ରହିଥାନ୍ତି । ଶିବଲିଙ୍ଗ କେବେ ମୂତ୍ରାଶୟ ନୁହେଁ ।

ପୁରୁଷ ଓ ନାରୀ ଉଭୟ ଶିବଲିଙ୍ଗ ସ୍ପର୍ଶ କରି ଜଳାଭିଷେକ କରି ପୂଜା କରି ପାରିବେ । ଦେବ ଦେବ ମହାଦେବ ହେଉଛନ୍ତି ସୃଷ୍ଟିର କର୍ତ୍ତା ତାଙ୍କୁ ତାଙ୍କର ପୂଜା କରିବାରେ କିଛି ସମସ୍ଯା ନାହି । ଯେଉଁ ମାନେ ଏଭଳି ପ୍ରଶ୍ନ କରୁଛନ୍ତି ଶିବଲିଙ୍ଗ କଣ ତାହାର ଉତ୍ତର ଦେବ ଶିଖନ୍ତୁ । ନର୍ମଦା ନଦୀରୁ ନିର୍ମଦେଶ୍ଵର ଶିବଲିଙ୍ଗ ପ୍ରାପ୍ତ ହୋଇଥାନ୍ତି ।

ନର୍ମଦା ନଦୀରେ ସ୍ଵତନ୍ତ୍ର ଧରଣର ପଥର ରହିଛନ୍ତି ତାଙ୍କୁ ଆଣିପାରିଲେ ଘରେ ପ୍ରସ୍ତୁତ କରି ପୂଜା କରିପାରିବା । ସୁନା, ରୂପା ଧାତୁରେ ଶିବଲିଙ୍ଗ କରି ପୂଜା କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *