ମହାନଦୀରେ ଭାସିଗଲେ ବାପ, ପୁଅ ଓ ଝିଅ… ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ସୂଚନା ଅନୁସାରେ ସମ୍ବଲପୁର ମହାନଦୀରେ ପୁଅ, ଝିଅ ଓ ବାପା ଭାସି ଯାଇଛନ୍ତି । ଭାସି ଯାଇଥିବା ଏହି ୩ଜଣଙ୍କ ମଧ୍ୟରୁ ପୁଅକୁ ପାଣିରୁ ଉଦ୍ଧାର କରା ଯାଇଛି । ମହାନଦୀରେ ଗାଧୋଇବା ବେଳେ ପରିବାର ୩ ଜଣ ସଦସ୍ୟ ଭାସି ଯାଇଛନ୍ତି । ଯେଉଁ ପରିବାରର ସଦସ୍ୟ ଭାସି ଯାଇଛନ୍ତି ସେହି ପରିବାର ଅନ୍ୟ ଜଣେ ଝିଅ କହିଛନ୍ତି ଯେ ତାଙ୍କ ବାପା ଅଲତାବ ଯାହାଙ୍କର ବୟସ ୪୫ ବର୍ଷ, ଝିଅ ରୁକସନ ଯାହାର ବୟସ ୧୨ ବର୍ଷ, ପୁଅ ମହମଦ ଅଫତାବ ଯାହାର ବୟସ ୧୫ ବର୍ଷ ଯିଏ କି ସମ୍ବଲପୁର ପେନସନପଡାର ବାସିନ୍ଦା । ତାଙ୍କ ଭଉଣୀର କହିବା ଅନୁସାରେ ତାଙ୍କ ବାପା, ଭାଇ ଓ ଭଉଣୀ କେବେ ବି ମହାନଦୀକୁ ଆସନ୍ତି ନାହି ।

କିନ୍ତୁ ଆଜି ସେମାନେ ଅପରାହ୍ନରେ ଗାଧୋଇବା ପାଇଁ ମହାନଦୀକୁ ଆସିଥିଲେ । ଏହା ପରେ ଅଚାନକ ପାଣିରେ ସେମାନେ ଭାସି ଯାଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ସେଠାରେ ପୋଲିସ, ଅଗ୍ନିସମ ବାହିନୀ ଆସି ସେମାନାଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି । ଏମିତି କି ମାଛ ଧରାଳି ମାନେ ମଧ୍ୟ ଜାଲ ପକାଇ ସେମାନଙ୍କୁ ଖୋଜିବାରେ ଲାଗିଛନ୍ତି । ନିଖୋଜ ଥିବା ଏହି ୩ଜଣ ଦଲିପଡା ଘାଟକୁ ଗାଧୋଇବାକୁ ଆସିଥିବା ବେଳ ତାଙ୍କ ସହ ଏପରି ଦୁର୍ଘଟଣା ଘଟିଛି ବୋଲି ଜଣା ପଡିଛି । ଅଗ୍ନିସମ ବାହିନୀ ପୁରା ପ୍ରସ୍ତୁତି ସହ ପାଣି ଭିତରକୁ ଯିବା ପାଇଁ ବାହାରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

କିନ୍ତୁ ଏ ଯାଏଁ ଏହା ସ୍ପଷ୍ଟ ହୋଇ ନାହାଇ ଯେ ବାପା, ପୁଅ ଓ ଝିଅ କେଉଁ କାରଣ ପାଇଁ ପାଣିରେ ବୁଡି ଯାଇଛନ୍ତି ନାଁ ଅନ୍ୟ କୌଣସି କଥା ରହିଛି । ଏହା ସହ ଯେଉଁ ମାନେ ମାଛ ଧରାଳି ସେମାନଙ୍କର ଅଭିଜ୍ଞତା ଅଧିକ ରହି ଥିବାରୁ ସେମାନେ ମଧ୍ୟ ଖୋଜା ଖୋଜି ଆରମ୍ଭ କରି ଦେଇଛନ୍ତି । କାରଣ ସେମାନେ ଜାଣିଛନ୍ତି ଯଦି କୌଣସି ବ୍ୟକ୍ତି ଭାସି ଯାଇଛି ତେବେ ସେ କେଉଁ ଜାଗାରେ ଯାଇ ଲାଗିଥିବ ।

ଏ ଯାଏଁ ମାଛ ଧରାଳି ମାନେ କୌଣସି ସାନ୍ଧଣା ପାଇ ନାହାନ୍ତି । ହୁଏ ତ ସେମାନେ କୌଣସି ଲଟା ବା ଗଛରେ ଅଟକି ରହିଥାଇ ପାରନ୍ତି ବୋଲି ଅନୁମାନ କରା ଯାଉଛି । ମାଛ ଧରାଳି ମାନେ ପାଖାପାଖି ଅଧ ଘଣ୍ଟା ହେବ ଜାଲ ପକାଇ ବା ପାଣି ଭିତରେ ବୁଡି ଦେଖୁଛନ୍ତି କିନ୍ତୁ ଏ ଯାଏଁ କିଛି ସାନ୍ଧଣା ମିଳି ନାହି । ତେବେ ଆଶା କରା ଯାଉଛି ଯେ ବହୁତ ଜଲ୍ଦି ନିଖୋଜ ଥିବା ପରିବାରର ଏହି ୩ଜଣ ସଦସ୍ୟ ମିଳିଯିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *