Samanthaଙ୍କଠୁ ଅଲଗା ହେବା ପରେ ଘର ଛାଡି ହୋଟେଲରେ ରହୁଛନ୍ତି Naga Chaitanya

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାଉଥର ସୁପର ଯୋଡି ନାଗା ଚୈତନ୍ୟ ଓ ସାମନ୍ଥା ଅକେନେନୀ ପରସ୍ପର ଠାରୁ ବିବାହ ବନ୍ଧନରୁ ଅଲଗା ହୋଇ ଯାଇଛନ୍ତି ଯାହା ସବୁଠାରୁ ଚର୍ଚ୍ଚାର ବିଷୟ ରହିଛି । ଏହି ଦୁଇ ଯୋଡି ପରସ୍ପର ଠାରୁ ଅକ୍ଟୋବର ୨ରେ ଛା-ଡ-ପ-ତ୍ର ନେଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହାରି ଭିତରେ ଅଭିନେତା ନାଗା ଚୈତନ୍ଯ ନିଜ ଘର ଛାଡି ହୋଟେଲରେ ରହୁଥିବା କଥା ସାମନାକୁ ଆସିଛି । ସୂଚନା ଯୋଗ୍ୟ କି ଗତ ଏକ ମାସ ହେବ ନାଗ ଚୈତନ୍ଯ ହାଇଦ୍ରାବାଦର ଏକ ଲକଜରି ହୋଟେଲରେ ରହୁଛନ୍ତି ।

ନାଗ ଚୈତନ୍ୟ ଘର ଛାଡି ଆସିବା କଥା ସାମନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଜୋରସୋରରେ ଚର୍ଚ୍ଚା ହେବାରେ ଲାଗିଛି । ଗତ ଶନିବାର ଦିନ ଦୁହେଁ ପରସ୍ପର ଠାରୁ ଅଲାଗା ହେବା ନେଇ ଗଣ ମାଧ୍ୟମରେ ଘୋଷଣା କରିଛନ୍ତି । ସାମନ୍ଥା ନିଜ ସୋସିଆଲ ଆକାଉଣ୍ଟରେ ଲେଖିଛନ୍ତି ଯେ ଅନେକ ବିଚାର ବିମର୍ଶ ପରେ ଆମେ ଦୁହେଁ ସ୍ଵାମୀ ସ୍ତ୍ରୀ ଅଲଗା ହେବା ପାଇଁ ନିଷ୍ପତି ନେଇଛୁ । ଏହି ଦୁଇ ଯୋଡି ଗତ ୧୦ ବର୍ଷ ମଧ୍ୟରେ ପରସ୍ପର ସହ ବେଶ ଖୁସିରେ ରହିବା ସହ ଦୁହିଙ୍କର ସମ୍ପର୍କ ଅତୁଟ ଥିଲା । ଏହା ହିଁ ତାଙ୍କ ସମ୍ପର୍କର ମୂଳଦୁଆ ଥିଲା ବୋଲି ସାମନ୍ଥା ପୋଷ୍ଟ କରି ଲେଖିଛନ୍ତି ।

ଆମେ ଦୁହେଁ ଆଗକୁ ଏମିତି ବନ୍ଧୁ ହୋଇ ରହିବୁ ବୋଲି ମୋର ବିଶ୍ଵାସ ବୋଲି ସାମନ୍ଥା ଲେଖିଛନ୍ତି । ଏହି କଠିନ ସମୟରେ ଆମର ଫ୍ୟାନ୍ସ ମାନେ ଓ ମିଡିଆ ବନ୍ଧୁ ମାନେ ଆମର ସହଯୋଗ କରନ୍ତୁ ବୋଲି ସାମନ୍ଥା ନିବେଦନ କରିଛନ୍ତି । ଦୁହିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି ଗତ କିଛି ଦିନ ହେବ ସାମନାକୁ ଆସିଥିଲା । ପ୍ରକୃତରେ ସାମନ୍ଥାଙ୍କ ରିୟଲ ନାଁ ହେଉଛି ସାମନ୍ଥା ରୁଠା ପ୍ରଭୁ । ସେ ନାଗା ଚୈତନ୍ଯଙ୍କ ସହ ମ୍ୟାରେଜ ପରେ ନିଜର ଟ୍ବିଟର ଆକାଉଣ୍ଟରେ ନିଜର ସର ନେମରେ ସ୍ଵାମୀ ନାଗା ଚୈତନ୍ଯଙ୍କ ନାଁ ଯୋଡି ଥିଲେ । କିନ୍ତୁ ଦୁହିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ସେ ନିଜର ନାଁ ଆଗରେ ଅକିନେନୀ ନାଁ ହଟାଇ ଦେଇଥିଲେ ।

୨୦୧୭ ଅକ୍ଟୋବର ୬ରେ ନାଗ ଚୈତନ୍ଯ ଓ ସାମନ୍ଥା ରୀତିନୀତି ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁହିଙ୍କର ବିବାହ ଦୁଇ ଥର ହୋଇଥିଲା । ପ୍ରଥମେ ହିନ୍ଦୁ ରୀତି ଅନୁଯାୟୀ ଓ ପରେ ଚର୍ଚ୍ଚରେ ହୋଇଥିଲା । ମ୍ୟାରେଜ ପୂର୍ବରୁ ଦୁହେଁ ପରସ୍ପରକୁ ୧୦ ବର୍ଷ ଧରି ଡେଟ ମଧ୍ୟ କରୁଥିଲେ । ଦୁହେଁ ଏକାଠି ହୋଇ ଅନେକ ସାଉଥ ଫିଲ୍ମ ଓ ବିଜ୍ଞାପନ ମଧ୍ୟ କରିଛନ୍ତି । ବିବାହର ଦୀର୍ଘ ୪ ବର୍ଷ ପରେ ସାଉଥ ଜଗତର ଏହି ଲୋକପ୍ରିୟ ଯୋଡି ଏବେ ଅଲଗା ହୋଇ ଯାଇଛନ୍ତି ଯାହାକୁ ନେଇ ପୁରା ସାଉଥ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ଦୁହିଙ୍କର ଫ୍ୟାନ୍ସ ମାନେ ଦୁଖ ପ୍ରକାଶ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ନାଗା ଚୈତନ୍ଯ ଓ ସାମନ୍ଥାଙ୍କ ଯୋଡି କିପରି ଲାଗିଲା ଆମକୁ କାନେତ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *