ମହଶିବରାତ୍ରି ସ୍ପେଶାଲ: ଭଗବାନ ଶିବଙ୍କ ଅଭିଷେକ କରିବା ସମୟରେ କରନ୍ତୁ ନାହିଁ ଏହି ୭ଟି ଭୁଲ ଆଦୌ

ବନ୍ଧୁଗଣ ମହାଶିବରାତ୍ରି ହିନ୍ଦୁ ଧର୍ମର ଗୋଟିଏ ମହତ୍ଵ ପୂର୍ଣ୍ଣ ପର୍ବ ଅଟେ । ଏହା ଶିବ ଭକ୍ତ ମାନଙ୍କ ପାଇଁ ବହୁତ ବଡ ପର୍ବ ଅଟେ । ଫାଲ୍ଗୁନ କୃଷ୍ଣ ପକ୍ଷ ର ଚତୁର୍ଦଶି ତିଥିକୁ ମାହା-ଶିବରାତ୍ରି ପାଳନ କରାଯାଏ । ବନ୍ଧୁଗଣ ଏହିବର୍ଷ ୧୧ ମାର୍ଚ୍ଚ ୨୦୨୧ କୁ ପାଳନ କରାଯିବ । ବନ୍ଧୁଗଣ କୁଜାଏ ଯେ, ଏହି ଦିନର ମଧ୍ୟ ରାତ୍ରିରେ ଭଗବାନ ଶିବଙ୍କର ବ୍ରହ୍ମା ରୁ ରୁଦ୍ର ରୂପରେ ଅବତରଣ ହୋଇଥିଲା । ଭଗବାନ ଶିବ ଯେତେ ଜଲ୍ଦି ପ୍ରସନ୍ନ ହୁଅନ୍ତି, ସେତେ ଜଲ୍ଦି କ୍ରୋଦ୍ଧ ମଧ୍ୟ କରିଥାନ୍ତି । ବନ୍ଧୁଗଣ ଯେତେବେଳେ ଆପଣ ଭଗବାନ ଶଙ୍କର ଙ୍କର ପୂଜା-ଆରାଧନା କରନ୍ତି ସେତେବେଳେ କିଛି ମହତ୍ଵ ପୂର୍ଣ୍ଣ କଥାର ପାଳନ ନିଶ୍ଚୟ କରନ୍ତୁ ।

୧- ବନ୍ଧୁଗଣ ଶାସ୍ତ୍ରରେ ଲେଖା ହୋଇଛି ଯେ, ଭକ୍ତ ଗଣଙ୍କୁ ଶିବ ଲିଙ୍ଗ ଉପରେ ଚଢା ଯାଇଥିବା ପ୍ରସାଦ କୁ କେବେ ଗ୍ରହଣ କରିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ । ଧନ-ହାନି ମଧ୍ୟ ହୋଇଥାଏ । ନାନା ପ୍ରକାରର ରୋଗ ବୈରାଗ ମଧ୍ୟ ଦ୍ଵାରସ୍ଥ ହୋଇଥାଏ । ବନ୍ଧୁଗଣ ଶିବଲିଙ୍ଗ ଉପରେ ଯେଉଁ ବସ୍ତୁ ଅଛି ତାକୁ ଗ୍ରହଣ କରିବେ ନାହିଁ ମାତ୍ର ଲିଙ୍ଗ ତଳ ଭାଗରେ ପ୍ରଭୁଙ୍କୁ ଅର୍ପିତ ବସ୍ତୁକୁ ଆପଣ ଗ୍ରହଣ କରିପାରିବେ ।

୨- ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ୩ ପତ୍ର ଥିବା ବେଲପତ୍ର ସର୍ବଦା ଅର୍ପଣ କରନ୍ତୁ । ଏବନ ପତ୍ର ର ଶେଷ ଭାଗରେ ଗଣ୍ଠି ଥିଲେ ତାକୁ ଭାଙ୍ଗି କାଢି ଦିଅନ୍ତୁ । ଏହା ସହିତ ଧ୍ୟାନ ରଖିବେ ଯେପରି ବେଲପତ୍ର ଟି ଫାଟି ନଥିବ । ୩- ବନ୍ଧୁଗଣ ଯେତେବେଳେ ଆପଣ ଭଗବାନ ଶିବଙ୍କର ପୂଜା କରିବେ, ଧ୍ୟାନ କରି ଭଗବାନ ଶିବଙ୍କୁ ଧଳା ପୁଷ୍ପ ଅର୍ପଣ କରନ୍ତୁ । କାରଣ ଭଗବାନ ଶିବଙ୍କୁ ଧଳା ରଙ୍ଗ ଅତ୍ୟଧିକ ପସନ୍ଦ ହୋଇଥାଏ । ଭଗବାନ ଶିବଙ୍କୁ ଚନ୍ଦନ ଲଗାନ୍ତୁ ମାତ୍ର କୁଙ୍କୁମ ଲଗାନ୍ତୁ ନାହିଁ ।

୪- ଯେତେବେଳେ ଆପଣ ଭଗବାନ ଶିବଙ୍କର ଆରାଧନା କରିବେ, ତାଙ୍କ ପୂଜାରେ ଦୁଗ୍ଧ, ଗୋଲାପଜଳ, ଦହି, ଚନ୍ଦନ, ଘିଅ, ଚିନୀ ଏବଂ ଜଳ । ଏହି ବସ୍ତୁ ଗୁଡିକର ପ୍ରୟୋଗ କରନ୍ତୁ, ତାଙ୍କୁ ତିଳକ ଲଗାନ୍ତୁ ଏବଂ ପୂଜା ଶେଷରେ ଦକ୍ଷିଣା ମଧ୍ୟ କିଛି ମାତ୍ରାରେ ଅର୍ପଣ କରନ୍ତୁ । ୫- ଶିବରାତ୍ରି ରେ ବେର ର ମହତ୍ଵ ବଢି ଯାଇଥାଏ । ବେର ର ଅର୍ଥ ଚିରକାଳ ଅଟେ । ଯଦି ଆପଣ ଶିବ ରାତ୍ରିରେ ଏହାକୁ ଅର୍ପଣ କରନ୍ତି ତେବେ ଆପଣଙ୍କ ଏହି ପୂଜାର ଫଳ ଆପଣଙ୍କୁ ଅନେକ ଜନ୍ମ ଧରି ପ୍ରାପ୍ତ ହେବ ।

୬- ଭଗବାନ ଶିବଙ୍କୁ ପୂଜା କରିବାକୁ ଯାଉଥିଲା ବେଳେ ସର୍ବ ପ୍ରଥମେ ଶିବଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁ । ଏହି ପଞ୍ଚାମୃତ ଦୁଗ୍ଧ, ମହୁ, ଦହି, କେଶର ଏବଂ ଜଳ ରେ ବନାଇ ଆପଣ ଶିବଙ୍କୁ ଅର୍ପଣ କରନ୍ତୁ । କିନ୍ତୁ ମନେ କରି ତୁଳସୀ ପତ୍ର କୁ ଭୁଲରେ ମଧ୍ୟ ବ୍ୟବହାର କରିବେ ନାହିଁ । ଯେଉଁ ମାନେ ୪ ପ୍ରହର ପୂଜା କରନ୍ତି ସେମାନେ ଧ୍ୟାନ କରି ଏପରି କରିବେ, ପ୍ରଥମ ପ୍ରହର ପୂଜାରେ ଜଳର ଅଭିଷେକ କରନ୍ତୁ । ଦ୍ଵିତୀୟ ପ୍ରହର ପୂଜାରେ ଦହିରେ ଅଭିଷେକ କରନ୍ତୁ । ତୃତୀୟ ପ୍ରହର ପୂଜାରେ ଘିଅରେ ଅଭିଷେକ କରନ୍ତୁ । ଏବଂ ଚତୁର୍ଥ ପ୍ରହାର ପୂଜାରେ ମହୁରେ ଅଭିଷେକ କଲେ ବହୁତ ମଙ୍ଗଳ ହେବ ।

୭- ଭଗବାନ ଶିବଙ୍କ ପୂଜାରେ ଭୁଲରେ ମଧ୍ୟ ଭଙ୍ଗା ଅକ୍ଷତ ଚଢାନ୍ତୁ ନାହିଁ । ଅର୍ଥାତ ଆପଣ ଯେଉଁ ଚାଉଳ ପୂଜାରେ ବ୍ୟବହାର କରିବାକୁ ଯାଉଛନ୍ତି ତାହା ଯେପରି ଭାଙ୍ଗି ନଥିବା । ସଂପୂର୍ଣ୍ଣ ରୂପେ ଗଢା ହୋଇଥିବ ଧ୍ୟାନ ରଖିବେ । କାରଣ ଅକ୍ଷତ ପୂର୍ଣ୍ଣତାର ପ୍ରତୀକ ଅଟେ, ଏଣୁ ଏହାର ସଠିକ ବ୍ୟବହାର କଲେ ମଙ୍ଗଳ ହେବ । ଏହା ସହିତ ଭଗବାନ ଶିବଙ୍କୁ ତୁଳସୀ ପତ୍ର, କେତକୀ ଫୁଲ, ଚମ୍ପା ଫୁଲ ଇତ୍ୟାଦି ଅର୍ପିତ କରନ୍ତୁ ନାହିଁ କାରଣ ଭଗବାନ ଶିବ ଏହି ପୁଷ୍ପ ମାନଙ୍କୁ ଶ୍ରାପିତ କରିଥିଲେ ।

ବନ୍ଧୁଗଣ ଏହା ଥିଲା ଭଗବାନ ଶିବଙ୍କ ଆରାଧନା ସମୟରେ ୭ ଟି ଭୁଲର ଟିପ୍ପଣୀ । ଏହାକୁ ପାଳନ କଲେ ଆପଣ ଉଚିତ ଫଳ ପାଇ ପାରିବେ । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *