ମହାଭାରତକୁ କାଳ୍ପନିକ ମାନୁଥିବା ଲୋକମାନେ ନିଶ୍ଚୟ ଦେଖନ୍ତୁ, 15 ଟି ବଡ ପ୍ରମାଣ…. ଯାହାକୁ ଦେଖି ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ପ୍ରାୟତଃ ଲୋକମାନେ ମାନନ୍ତି କି ମହାଭାରତ ଏକ କାହାଣୀ ଅଟେ ଓ ଏହା ପୂରାପୂରି ମିଛ ଅଟେ । ଖାସକରି ଆଜିକାଲି ଯୁବପିଢି ଏହି ସବୁ ଗ୍ରନ୍ଥ ଉପରେ ବିଶ୍ଵାସ ରଖନ୍ତି ନାହିଁ । କିନ୍ତୁ କହିଦେଉଛୁ କି ମହାଭାରତ କୌଣସି କାହାଣୀ ନୁହେଁ ଅତୀତରେ ଘଟିଥିବା ଏକ ଘଟଣା ଅଟେ । ଆଜି ଆମେ ଆପଣଙ୍କୁ ମହାଭାରତ ସହ ଜଡିତ ଏମିତି କିଛି ପ୍ରମାଣ ବିଷୟରେ କହିବୁ ଯାହା ମହାଭାରତର କାହାଣୀକୁ ସତ୍ୟ ବୋଲି ପ୍ରମାଣିତ କରୁଛି ।

ମହାଭାରତ ନିଜେ ହିଁ ପୃଷ୍ଟି କରିଛି ଏହି ସବୁ ଘଟଣା ସତ୍ୟ ଅଟେ । ସବୁ ବହି ଉପରେ ଏହାର ଶୈଳୀ ଲେଖା ଯାଇଥାଏ । ଲେଖକ ସବୁବେଳେ ବହିର ଶୈଳୀର ବିବରଣ ବିଷୟରେ ଆରମ୍ଭରୁ କହି ଦିଅନ୍ତି । ସେଥିପାଇଁ ମହାଭାରତର ଲେଖକ ଏହା କହିଛନ୍ତି କି ଏହା କୌଣସି କାହାଣୀ କିମ୍ବା ଘଟଣା ନୁହେଁ ଏହା ଏକ ଘଟଣା ଓ ଇତିହାସ ଅଟେ ।

ଯେତେବେଳେ ଆପଣ ମହାଭାରତର ଇତିହାସକୁ ପଢିବେ ତେବେ ଆପଣ ସେଥିରେ ଭାରତ ବଂଶ ରାଜାମାନଙ୍କର ପୁରା ସୂଚୀ ପାଇବେ । ଏମିତିରେ କୁହାଯାଏ କି ମହାଭାରତ ଯଦି କୌଣସି କାବ୍ୟ ହୋଇ ଥାନ୍ତା ତେବେ ଏଥିରେ କିଛି ରାଜାମାନଙ୍କ ବିଷୟରେ କୁହାଯାଇ ଥାନ୍ତା । କିନ୍ତୁ ମହାଭାରତ ଏକ ପୁରା ଇତିହାସ ଅଟେ ସେଥିପାଇଁ ଏଥିରେ ପୁରା ସୂଚୀ ଜାରି କରାଯାଇଛି ।

ଆଜିର କଳିଯୁଗ ବିଷୟରେ ମହାଭାରତରେ ବର୍ଣନା କରାଯାଇଛି । ମହାଭାରତ ୧୦୦୦ ବର୍ଷ ପୂର୍ବେ ଲେଖା ଯାଇ ଥିଲା । ଏମତିରେ ଏହା ଯଦି ଉପନ୍ୟାସ ହୋଇ ଥାନ୍ତା ତେବେ ଏହା ଆଜିର ସମାଜ ସହ ମେଲ ଖାଉଥିବା ସବୁ ଘଟଣା ଏତେ ବି ମିଶି ନ ଥାନ୍ତା । ଗୁଜୁରାଟର ତଟବର୍ତ୍ତୀ ଅଞ୍ଚଳରେ ଦ୍ଵାରକାର ଯେଉଁ ସବୁ ପ୍ରମାଣ ମିଳିଛି ତାହା ଦ୍ଵାରକା ନଗରି ଅବସ୍ଥିତକୁ ସତ୍ୟ ପ୍ରମାଣିତ କରୁଛି । ମହାଭାରତରେ ମଧ୍ୟ ବର୍ଣିତ ହୋଇଛି କି ଦ୍ଵାରକା ସମୁଦ୍ର ମଧ୍ୟରେ ଲୀନ ହୋଇ ଯାଇଛି । ଯାହାକି ସତ୍ୟ ଅଟେ ।

ଉତ୍ତର ଭାରତରେ ୩୫ ରୁ ଅଧିକ ସ୍ଥାନକୁ ନିର୍ଧାରିତ କରାଯାଇଛି ଓ ମହାଭାରତରେ ବର୍ଣିତ ପ୍ରାଚୀନ ସହର ରୂପରେ ଏହି ସବୁ ସ୍ଥାନକୁ ପୃଷ୍ଟି ହୋଇଛି । ଏହି ସବୁ ସ୍ଥାନରୁ ତମ୍ବାର ବାସନ, ଚାନ୍ଦି ସୁନାର ଆଭୁଷଣ ମଧ୍ୟ ମିଳିଛି । ରାମାୟଣ ଓ ମହାଭାରତରେ ଯେଉଁ ବିଭିନ୍ନ ରାଜା ଓ ରାଜା ବଂଶ ବିଷୟରେ ଉଲ୍ଲେଖ କରାଯାଇଛି ତାହା ପରସ୍ପର ସହ ମେଲ ଖାଉଛି । ଯଦି ଏହା ସତ୍ୟ ଘଟଣା ନ ହୋଇଥାନ୍ତା ତେବେ ଏହି ଦୁଇ ଗ୍ରନ୍ଥରେ କୌଣସି ବି ପ୍ରକାରର ସମାନତା ମିଳି ନ ଥାନ୍ତା ।

ୟୁନାନୀ ଇତିହାସକାର ମେଗସ୍ଥନୀ କହିଥିଲେ କି ଚନ୍ଦ୍ରଗୁପ୍ତ ମୋରୟ ଶ୍ରୀ କୃଷ୍ଣଙ୍କ ବଂଶରେ ୧୩୮ ତମ ରାଜା ଥିଲେ । ଏହାର ଅର୍ଥ ଶ୍ରୀ କୃଷ୍ଣ ଗତ ଯୁଗରେ ଉପସ୍ଥିତ ଥିଲେ ଓ ମହାଭାରତ ବାସ୍ତବରେ ହୋଇଥିଲା । ମହାଭାରତରେ ବର୍ଣିତ ସମସ୍ତ ସ୍ଥାନ ଆଜି ବି ଅଛି ।

Leave a Reply

Your email address will not be published. Required fields are marked *