ସେ ମୋତେ କହିଛନ୍ତି ଆସିଲେ ମୋତେ ସରପ୍ରାଇଜ ଦେବେ.. ଦେଖାଯାଊ ମତେ ନ୍ୟାୟ ନା ଆଉ କଣ ମିଳୁଛି, ଦେଖନ୍ତୁ କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବ୍ରହ୍ମପୁର ସହର ଏବେ ଖାଲି ଉଠୁଛି ପଡୁଛି । କାରଣ କେ ଦୀପିକା ଓ ପ୍ରେମିକ ଦିନେଶ ଙ୍କ ପ୍ରେମ କାହାଣୀ ଙ୍କୁ ନେଇ ଏବେ ବି ବିବାଦ ଲାଗି ରହିଛି ଯାହା ପାଉନ ବ୍ରହ୍ମପୁର ସହ ଚଳ ଚଞ୍ଚଳ ହୋଇ ଉଠିଛି । ତେବେ ଏହାରି ମଧ୍ୟରେ ଅନେକ ଘଟଣା ଘଟି ସାରିଛି ଦୀପିକା ଙ୍କ ସହ ଯାହା ଆପଣ ମାନେ ସୋସିଆଲ ମିଡିଆ ଜରିଆରେ ଦେଖି ପାରୁଥିବେ । ତେବେ କେ ଦୀପିକା ନିଜର ସ୍ତ୍ରୀ ର ଅଧିକାର ଓ ପୁଅକୁ ବାପା ହକ ଦେବା ପାଇଁ ଦିନେଶ ଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି ଦୀର୍ଘ ୧ ମାସ ବୀତି ଗଲାଣି ।

ଦିନେଶ ଙ୍କ ପରିବାର ଲୋକେ ନାହି ନ ଥିବା ହଇରାଣ କରୁଛନ୍ତି ଦୀପିକାଙ୍କୁ । ତେବେ ଦୀପିକାଙ୍କୁ ସାହାଜ୍ଯ କରିବା ପାଇଁ ସମାଜ ସେବି ପ୍ରମିଳା ତ୍ରିପାଠୀ ମଧ୍ୟ ଆସିଛନ୍ତି । କିନ୍ତୁ ପ୍ରମିଳା ମା ଦୀପିକାଙ୍କ ସହ ସବୁବେଳେ ରହିପାରୁ ନାହାନ୍ତି କାରଣ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହି । ସେଥିପାଇଁ ପ୍ରମିଳା ମା ଯିବା ଆସିବା କରୁଛନ୍ତି ଦୀପିକା ଙ୍କ ପାଖକୁ ଆଉ ତାଙ୍କର ଭଲ ମନ୍ଦ ମଧ୍ୟ ବୁଝୁଛନ୍ତି । ତେବେ ଦିନେଶ ଗଣ ମାଧ୍ୟମ ସାମନା କୁ ନ ଆସି ଲୁଚି ରହି ଦୀପିକାଙ୍କ ନାଁ ରେ ଏପଟ ସେପରା କଥା କହୁଛନ୍ତି ଯାହାର ପ୍ରତିବାଦ କରୁଛନ୍ତି ଦୀପିକା ।

ତେବେ ବର୍ତ୍ତମାନ ସମୟରେ ଦୀପିକା ଏକ ବଡ କଥାର ଖୁଲାସା କରିଛନ୍ତି । ଦୀପିକା କହିଛନ୍ତି କି ପ୍ରମିଳା ମା ଯାଇଛନ୍ତି କିଛି ସମାଧାନ କରିବାକୁ ଆଉ କହିଛନ୍ତି ସେ ଆସିଲେ କିଛି ବଡ ସରପ୍ରାଇଜ ରହିଛି ତାଙ୍କ ପାଇଁ । ଏ ନେଇ ଦୀପିକା ଆଶା କରୁଛନ୍ତି କି ହୁଏ ତ ତାଙ୍କୁ ନ୍ୟାୟ ମିଳିପାରେ କି ଆଉ କିଛି ମଧ୍ୟ ମିଳିପାରେ । ତେବେ ପ୍ରମିଳା ମା ଆସିବା ପରେ ଯାଇ ଜଣା ପଡିବ ଦୀପିକା ଙ୍କ ପାଇଁ କଣ ସରପ୍ରାଇଜ ରହିଛି । ତାହା ତ ସମୟ କହିବ ।

ଦୀପିକା ଖରା ବର୍ଷା ରେ ଦିନେଶ ଙ୍କ ଘର ଆଗରେ ବସି ରହିଛି ହକ ପାଇବା ପାଇଁ କିନ୍ତୁ ପ୍ରେମିକ ଦିନେଶ ଏତେ ନିର୍ଦ୍ଦୟ ଯେ ଦୀପିକା ଙ୍କ ଦୁଖ ତାଙ୍କୁ ଟିକେ ହେଲେ ବି ଦେଖାଯାଉ ନାହି । ଦୀର୍ଘ ୧ ମାସ ହେବ ଦୀପିକା ବହୁତ କଷ୍ଟ ଯନ୍ତ୍ରଣା ପାଇଲେଣି ତଥାପି ଦିନେଶ ଙ୍କ ହୃଦୟ ତରଳୁ ନାହି । ଦୀପିକା କେବେ ଆସା କରି ନ ଥିଲେ କି ଯେଉଁ ଦିନେଶ ତାଙ୍କୁ ମିଠା ମିଠା କଥା କହି ପ୍ରେମ କରିଥିଲା ଆଉ ସମ୍ପର୍କ ବି ରଖିଥିଲା ଆଉ ସେ ଏମିତି ବଦଳି ଯିବ ଆଉ ତାଙ୍କୁ ଧୋକା ଦେବ ।

ତେବେ ପ୍ରମିଳା ମା ଦୀପିକା ଙ୍କ ପାଖରେ ପହଞ୍ଚିବା ପରେ ଜଣା ପଡିବ ସେ ତାଙ୍କୁ କେଉଁ ଖୁସି ଖବର ଦେଉଛନ୍ତି ନା ଅନ୍ୟ କିଛି ଖବର ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *