ପ୍ରଥମ ଥର ଦେଖନ୍ତୁ Maheswataଙ୍କ ଫ୍ୟାମିଲି ଏଲବମ, ଆଗରୁ କେବେ ଦେଖି ନଥିବେ

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଓଡିଆ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଦମଦାର ଅଭିନୟ ସହିତ ଷ୍ଟାଇଲ ଓ ପର୍ସାନିଲିଟି ପାଇଁ ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମହେଶ୍ଵତା ରାଏ ଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଅଭିନେତ୍ରୀ ମହାଶ୍ଵେତା ରାଏ ଙ୍କୁ ବେଶ ଭଲ ଭାବେ ଜାଣିଥିଲେ । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ପ୍ରଶଂସନୀୟ ଅଟେ । ସେ ଅନେକ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସ୍ଥାନ ହେଉଛି ପୁରୀ ଯେଉଁଠାରେ ସେ ନିଜ ପରିବାର ସହ ରୁହନ୍ତି । ତାଙ୍କର ସ୍ଵାମୀ ଙ୍କ ନାଁ ହେଉଛି ଶିରେଶ ରାଉତରାଏ ଅଟେ ।

ଅଭିନେତ୍ରୀ ମହେଶ୍ଵତା ରାଏ ୧୯୭୬ ମସିହାରେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଭିନୟ ଜୀବନୀରେ ପାଦ ଦେଇଥିଲେ । ସେ ଓଡିଆ ଫିଲ୍ମ “ଶେଷ ଶ୍ରାବଣ” ରୁ ନିଜର ପ୍ରଥମ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ଛଡା ସେ ଓଡିଆ ଫିଲ୍ମ ବ୍ଯତୀତ ବଙ୍ଗାଳୀ ଫିଲ୍ମ ରେ ମଧ୍ୟ ନିଜର ଜବରଦସ୍ତ ଅଭିନୟ କରିଛନ୍ତି । ସେ ତାଙ୍କ ସମୟରେ ଓଡିଆ ଜଗତର କଳାକାର ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା ଆଦି ବଡ ବଡ ଷ୍ଟାର ମାନଙ୍କ ସହ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି ।

ଏହା ପରେ ସେ ୨୦୧୦ ରେ “ତୁ ଥିଲେ ମୋ ଡର କାହାକୁ”, ୨୦୧୧ ରେ “କେମିତି ଏ ବନ୍ଧନ” ଆଦି ଫିଲ୍ମରେ ଅଭିନୟ କରି ଖୁବ ଚର୍ଚ୍ଚା ରେ ରହିଥିଲେ । ସେ ଓଡିଆ ଜଗତରେ ୭୦ ରୁ ଅଧିକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ଆଜି ବି ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ସବୁ ଫିଲ୍ମ ଦେଖିବାକୁ ଆଗ୍ରହ ପ୍ରକାଶ କରନ୍ତି ।

ଏହା ଛଡା ମହେଶ୍ଵତା ରାଏ ଅଭିନୟ କରିବା ସହ ରାଜନୀତି ଦୁନିଆରେ ମଧ୍ୟ ପାଦ ରଖିଛନ୍ତି । ତାଙ୍କ ପରିବାର ରେ ତାଙ୍କ ସ୍ବାମୀଙ୍କ ବ୍ଯତୀତ ତାଙ୍କର ବାପା, ମା ଓ ତାଙ୍କର ଗୋଟେ ଝିଅ ଅଛନ୍ତି ଯାହାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିବା ସହ ବହୁତ ଭଲ ପାଇବା ମଧ୍ୟ ରହିଛି । ସେ ତାଙ୍କର ଅଭିନୟ ପାଇଁ ବହୁତ ସାରା ଆୱାର୍ଡ ମଧ୍ୟ ହାସଲ କରିଛନ୍ତି । ଏହା ଛଡା ସେ ତାଙ୍କ ପରିବାର ସହ ଅଧିକାଂଶ ସମତା ବିତାଇବାକୁ ଭଲ ପାଆନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ମହେଶ୍ଵତା ରାଏ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *