ମହିଳା ଯଦି ପୁରୁଷ ସହ ଜବରଦସ୍ତି କରେ ତେବେ ଏହା କଣ ରେପ ଅଟେ ?

କେତେକ ଲୋକଙ୍କ ପାଇଁ ଏହା କଳ୍ପନା କରିବା କଷ୍ଟକର ଯେ କୌଣସି ମହିଳା କୌଣସି ପୁରୁଷ ସହ ତା ଇଛା ବିରୁଦ୍ଧରେ ତା ସହ ସମ୍ବନ୍ଧ ଗଢି ପାରେ । ଯେତେବେଳେ କୌଣସି ପୁରୁଷ ମହିଳା ଇଛା ବିରୁଦ୍ଧ ରେ ତା ସହ ସମ୍ବନ୍ଧ ଗଢି ଥାଏ ସେତେବେଳେ ଏହାକୁ ରେପ କୁହା ଯାଏ, କିନ୍ତୁ ଯଦି ଗୋଟେ ମହିଳା କୌଣସି ପୁରୁଷ ସହ ତା ଇଛା ବିରୁଦ୍ଧ ରେ ସମ୍ବନ୍ଧ ଗଢିବା ପାଇଁ ମଜବୁର କରିଥାଏ ତେବେ ଏହାକୁ କଣ ରେପ କୁହାଯିବ ?

ଇଂଲଣ୍ଡ ଓ ୱେଲ୍ସ ଆଇନ ରେ ରେପ ନାହିଁ, କିନ୍ତୁ ଏହି ଘଟଣା ଉପରେ ଅଧ୍ୟୟନ କରୁଥିବା ଗୋଟେ ଲେଖକ କହିବା ଅନୁଯାଇ ବୋଧେ ଏମିତି ଆଇନ ହବା ଉଚିତ ଅଟେ ।

ଲୈଂକାସ୍ଟର ୟୁନିୱର୍ସିଟୀ ଲା ସ୍କୂଲ ର ଡକ୍ଟର ସିୟୋଭାନ ୱିୟରେ ବ୍ରିଟେନ ରେ ୨୦୧୬-୨୦୧୭ ମଧ୍ୟରେ ବଳପୂର୍ବକ ସମ୍ବନ୍ଧ ଗଢିବା ଉପରେ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନ ସମୟ ରେ ସେ ୨୦୦ରୁ ଅଧିକ ପୁରୁଷମାନଙ୍କ ସହ ଅନ୍ଲାଇନ ସୂଚନା ପ୍ରାପ୍ତ କଲେ ଏହା ପରେ ସେ ମଇ ୨୦୧୮ ଓ ଜୁଲାଇ ୨୦୧୯ ମଧ୍ୟରେ ୩୦ଟି ପୁରୁଷ ସହ ବ୍ୟକ୍ତିଗତ ରୂପରେ କଥା ହୋଇ ଥିଲେ, ଏହି ଅଧ୍ୟୟନ ବର୍ତମାନ ରେ ପ୍ରକାଶିତ ହୋଇଛି ।

ଅଧ୍ୟୟନ ଗୋଟେ ପୁରୁଷର କାହାଣୀ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କିନ୍ତୁ ତାଙ୍କ ଅନୁରୋଧ ପାଇଁ ଆମେ ତାଙ୍କ ଅସଲ ନା କହିବୁ ନାହିଁ ଆଜି ଆମେ ତାଙ୍କୁ ଜନ ନାମ ରେ ସମ୍ବୋଧିତ କରିବୁ । ଜନ କହିବା ଅନୁଯାଇ ତାଙ୍କୁ ପ୍ରଥମେ ଅନୁଭବ ସେତେବେଳେ ହେଲା ଯେତେବେଳେ ତାଙ୍କ ପାର୍ଟନର ନିଜକୁ ହାନି କରିବା ଆରମ୍ଭ କଲେ ସେତେବେଳେ ତାଙ୍କୁ ଲାଗିଲା ଯେ କିଛି ଭୁଲ ହେଉଛି । ଏହା ପରେ ଜନ ନିଜ ପାର୍ଟନରକୁ ମନୋବୈଜ୍ଞାନିକ କୁ ଦେଖେଇବା ଆରମ୍ଭ କଲେ ଯାହା ଚିକିତ୍ସା ରୁ ପାର୍ଟନର ଅବସ୍ଥା କିଛି ଭଲ ହେଲା କିନ୍ତୁ ୬ ମାସ ପରେ ତାଙ୍କ ପାର୍ଟନର ନିଜକୁ ଛାଡି ଜନକୁ ହାନି କରିବା ଆରମ୍ଭ କଲେ ।

ପ୍ରତି ଦିନ ଝଗଡା ଆରମ୍ଭ ହୋଇ ଗଲା ଓ ଜନ ପାର୍ଟନର ଏତେ ହିଂସକ ହୋଇ ଗଲେ ଯେ ସେ ଜନ କୁ ହାନି କରିବା ସହ ତାଙ୍କ ଶରୀର ଉପରେ ଘା ଦବା ଆରମ୍ଭ କଲେ । ଯେବେ ବି ଜନ ଅଫିସରୁ ଘରୁକୁ ଆସନ୍ତି ତାଙ୍କ ପାର୍ଟନର ସମ୍ବନ୍ଧ ବନେଇବା ପାଇଁ ତାଙ୍କୁ କୁହନ୍ତି ଓ ତାଙ୍କୁ ଏହା କରିବା ପାଇଁ ମଜବୁର କରିବା ଆରମ୍ଭ କରନ୍ତି କିଛି ଦିନ ପରେ ପରିସ୍ଥିତି ଏମିତି ହୋଇ ଗଲା ଯେ ଜନ ଘରକୁ ଫେରିବା ପାଇଁ ଡରିଲେ । ଯଦି ତାଙ୍କ କଥା ସେ ନ ମାନୁଥିଲେ ତେବେ ତାଙ୍କ ସ୍ତ୍ରୀ ତାଙ୍କୁ ପିଟିବା ଆରମ୍ଭ କରିଦେଉଥିଲେ । ହାତ ଗୋଡ ବାନ୍ଧି ଭାଇଗ୍ରା ପିଆଇ ତାଙ୍କ ସହ ଜବରଦସ୍ତି ସମ୍ପର୍କ ବନାଉଥିଲା । ତେବେ ଏହା କୁ କଣ ରେପ କୁହାଯିବ ନା ନାଇଁ ? ଏହି ବିଷୟରେ ଡାଃ ସିୟୋଭାନ ୱିୟରେ ଏକ ରିସର୍ଚ କରିଥିଲେ ।

Leave a Reply

Your email address will not be published. Required fields are marked *