ମହିଳା ମାନେ ଭୁଲ୍ ରେ ବି ଏପରି ଶୟନ କରିବା ଅନୁଚିତ, ନଚେତ ଘରକୁ ମାଡି ଆସିଥାଏ ଦରିଦ୍ରତା !

ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ବହୁତ ସାରା ନିୟମ ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଛି । ଯାହାକୁ ପାଳନ କରି ଆମେ ଆମର ନୀତିଦିନିଆ କାର୍ଯ୍ୟ କରିବା ଦ୍ଵାରା ଜୀବନ ଅଧିକ ସୁଖ ଓ ଶାନ୍ତିମୟ ହୋଇଥାଏ । ବ୍ୟକ୍ତି କିଭଳି ଭାବେ ନିଜର ଶରୀରକୁ ସ୍ବଚ୍ଛ ରଖି ନିଜ ଜୀବନକୁ ସରସ ସୁନ୍ଦର କରିପାରିବ । ତାହା ବିଷୟରେ କିଛି ଶାସ୍ତ୍ର ସମ୍ବାଦ୍ଧୀୟ ନୀତି ବର୍ଣ୍ଣନା କରିବା ପାଇଁ ଯାଉଛୁ । ମନୁଷ୍ୟଙ୍କୁ ନିତ୍ୟ ସ୍ନାନ କରିବା ଉଚିତ ।

ସ୍ନାନ କରିବା ପରେ ହିଁ ମନୁଷ୍ୟ ଦେବକାର୍ଯ୍ୟ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିଜକୁ ଶୁଦ୍ଧ ଭାବରେ ପ୍ରସ୍ତୁତ କରିପାରିଥାଏ । ସ୍ନାନ ନକରି ଭୋଜନ କିମ୍ବା ପୂଜାପାଠ ଆସି କାର୍ଯ୍ୟ କରିବା ଅନୁଚିତ । ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ନିଜର କେଶ କଟାଇବା ଅନୁଚିତ । ମଙ୍ଗଳବାର କେଶ କାଟିବା ଦ୍ଵାରା ଜୀବନରେ ଝଗଡା, ବାଦ ବିବାଦ ସବୁବେଳେ ଲାଗି ରୁହେ ।

ଗୁରୁବାର କେଶ କାଟିବା ଦ୍ଵାରା ଧନ ସମ୍ପତ୍ତିର ନାଶ ହୋଇଥାଏ । ଶନିବାର କେଶ କାଟିବା ଦ୍ଵାରା ଅଶୁଭ ଘଟଣା ଜୀବନରେ ଘଟିବାକୁ ଲାଗେ । ତେବେ ଏହି 3 ବାରକୁ ଛାଡି ଅନ୍ୟ ବାର ମାନଙ୍କରେ ଆରାମରେ ନିଜର ଚୁଟି କାଟିପାରିବେ । ବିଶେଷ କରି ଶୁକ୍ରବାର ଦିନକୁ ଚୁଟି କାଟିବା ପାଇଁ ଶ୍ରେଷ୍ଠ ବାର କୁହାଯାଇଥାଏ । ପବିତ୍ର ଓଷାବାର ଦିନ, ଅମାବାସ୍ୟା, ଗ୍ରହଣ ଓ ପୂର୍ଣ୍ଣମୀ ତିଥିରେ କେଶ କାଟିବାକୁ ଅଶୁଭ କୁହାଯାଇଥାଏ ।

ଏହି ସବୁ ଦିନ ମାନଙ୍କରେ ଚୁଟି କାଟିବା ଦ୍ଵାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ମହିଳା ମାନେ ନିଜର କେଶକୁ ଅପରିଷ୍କାର କରି ରଖିବା ଉଚିତ ନୁହେଁ । ମହିଳା ମାନଙ୍କୁ ମାସିକ ଧର୍ମର 3 ଦିନ ପର୍ଯ୍ୟନ୍ତ ନିଜର କେଶକୁ କାଟିବା କି ଧୋଇବା ଉଚିତ ନୁହେଁ । ମହିଳା ହେଉ ଅବା ପୁରୁଷ ଶୋଇବା ସମୟରେ ନିଜର ମୁଣ୍ଡ କୁ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ କରି ଶୋଇବା ଉଚିତ ।

କାରଣ ଉତ୍ତର ଦିଗକୁ ମୁଣ୍ଡ କରି ଶୋଉଥିବା ବ୍ୟକ୍ତି ପାଖକୁ ଧନ କେବେ ମଧ୍ୟ ଆସିନଥାଏ । ମହିଳା ମାନେ ଶୋଇବା ସମୟରେ ରାତିରେ ନିଜର କେଶ ମୁକୁଳା କରି ଶୋଇବା ଅନୁଚିତ । କେଶ ମୁକୁଳା କରି ଶୋଉଥିବା ମହିଳାଙ୍କ ଗାରେ ଧନ ସହ ଜଡିତ ବହୁତ କିଛି ସମସ୍ଯାର ସାମ୍ନା କରିବାକୁ ପଡିଥାଏ ।

ତେଣୁ ମହିଳା ମାନେ ଶୋଇବା ସମୟରେ ନିଜର ଲମ୍ବା କେଶକୁ ବାନ୍ଧି କରି ହିଁ ଶୋଇବା ଉଚିତ । ଯାହା ଦ୍ଵାରା ସେହି ମହିଳା ତଥା ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପାଦ୍ରୁଷ୍ଟି ସବୁବେଳେ ବଜାୟ ରହିବ । ତେବେ ଏହିଭଳି ଶାସ୍ତ୍ର ସହ ଜଡିତ ଅନେକ କିଛି ମହତ୍ଵପୂର୍ଣ୍ଣ କଥା ଜାଣିବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *