ଭାଜପା ସରକାରଙ୍କର ମହିଳାଙ୍କ ପାଇଁ ବହୁତ ବଡ ଉପହାର, ୧ ଜାନୁୟାରୀ ଠାରୁ ଦେବେ ୧୦ଗ୍ରାମ ସୁନା

ଭାଜପା ସରକାର ମହିଳାଙ୍କ ପାଇଁ ବହୁତ ବଡ ଘୋଷଣା କରିଛନ୍ତି, ଏହା ଅନୁଯାଇ ବିବାହ କରୁଥିବା ଝିଅଙ୍କୁ ୧ ଭରି ସୁନା ଦବା ପାଇଁ କହିଛନ୍ତି । ଏହା ପାଇଁ ସରକାର ‘ଅରୁନ୍ଧତୀ ସ୍ଵର୍ଣ’  ସ୍କିମ ଆରମ୍ଭ କରିଛନ୍ତି, ଏହି ସ୍କିମ ଅନୁଯାଇ ବିବାହ କରୁଥିବା ଝିଅଙ୍କୁ ସରକାର ୧ ଭରି ସୁନା ଦେବ । ସରକାର ଏହି ଯୋଜନା ପାଇଁ ୮୦୦ କୋଟି ପ୍ରତିବର୍ଷ ଖର୍ଚ କରିବାର ଯୋଜନା କରୁ ଅଛି ।

କନ୍ୟାଙ୍କ ପାଇଁ ହେଉଥିବା ଅରୁନ୍ଧତୀ ସ୍ଵର୍ଣ ଯୋଜନା ଏବେ ଆସାମ ରେ ଆରମ୍ଭ ହୋଇଛି । ତେବେ ଏହି ଯୋଜନା ବିଷୟରେ ଆସନ୍ତୁ ଜାଣିବା ।

ଏହା ପାଇଁ ରାଜ୍ୟ ବିତମନ୍ତ୍ରୀ ହିମନ୍ତା ବିଶ୍ଵ ଶର୍ମା କହିଛନ୍ତି କି ଏହା ପଛ କାରଣ ବହୁତ ସ୍ପଷ୍ଟ ଓ ନିର୍ମଳ ଅଟେ, ଏହା ପଛ କାରଣ ମହିଳାଙ୍କୁ ସଶକ୍ତିକରଣ କରିବା ସହ ତାଙ୍କୁ ନିଜ ବିବାହ କୋର୍ଟ ରେ ରେଜିଷ୍ଟ୍ରି କରେଇବା ପାଇଁ ଉତ୍ସୁକ କରେଇବା ଅଟେ । ମହିଳାଙ୍କ ପାଇଁ ସୁବିଧା ଓ ଜାଗରୁକ କରେଇବା ପାଇଁ ଏହି ସ୍କିମ କରା ଯାଉଛି ଯାହା ଦ୍ଵାରା ତାଙ୍କ ସହ କିଛି ଧୋକା ନହେଉ । ଏହି ସ୍କିମ ରେ କିଛି ଶର୍ତ ମଧ୍ୟ କରା ଯାଇଛି ଯାହା ଦ୍ଵାରା ଶିଶୁ ବିବାହ ଅଟକେଇ ହବ ।

ଏହି ପ୍ରକାର ପାଇ ପାରିବେ ଅରୁନ୍ଧତୀ ସ୍ଵର୍ଣ ଯୋଜନା ଲାଭ :

– ଏହି ଯୋଜନା ୧ ଜାନୁୟାରୀ ୨୦୨୦ ଠାରୁ ଆରମ୍ଭ ହୋଇବ ତେବେ ଏହି ତାରିଖ ପରେ ହେଉଥିବା ବିବାହ ପାଇଁ ଏହି ଯୋଜନା କାମ କରିବ ଏବଂ ଏହା ପରେ ବିବାହ କରୁଥିବା କନ୍ୟା ଏହାର ଲାଭ ନେଇ ପାରିବେ ।

– ଏହି ସ୍କିମ ଲାଭ ଉଠେଇବା ପାଇଁ କନ୍ୟାଙ୍କୁ ଅତି କମରୁ ୧୮ବର୍ଷ ହବା ଅତି  ଆବଶ୍ୟକ ଅଟେ ଏବଂ ପୁଅଙ୍କ ପାଇଁ ଅତି କାମରୁ ୨୧ ବର୍ଷ ହବା ଦରକାର ଅଟେ ।

–      ଏହି ସ୍କିମ ଲାଭ କନ୍ୟା ତେବେ ପାଇବେ ଯେତେବେଳେ ସେ ନିଜ ବିବାହ ସକ୍ରିଲ କାର୍ଯ୍ୟଳୟ ରେ ରେଜିଷ୍ଟର କରେଇବେ ।

–      ଏହା ମଧ୍ୟ ରେ କୁହା ଯାଇଛି ଯେ ବିବାହିତ ଦମ୍ପତ୍ତି କୁ ଦଶମ ପର୍ଯ୍ୟନ୍ତ ପଢିବା ଅତି ଆବଶ୍ୟକ ଅଟେ କିନ୍ତୁ ଟି ଟ୍ରାଇବ୍ସ କୁ ଏହା ଠାରୁ ଅଲଗା ଶ୍ରେଣୀ ରେ ରଖା ଯାଇଛି ।

–      ଅରୁନ୍ଧତୀ ସ୍ଵର୍ଣ ସ୍କିମ ଅନୁଯାଇ କନ୍ୟା ବ୍ୟାଙ୍କ ରେ ୩୦୦୦୦ ଟଙ୍କା ବିବାହ ରେଜିଷ୍ଟ୍ରି ପରେ ପଠା ଯିବ ।

–      ଏହି ସ୍କିମ ଲାଭ ଉଠେଇବା ପାଇଁ କନ୍ୟା ମାଁ ବାପାଙ୍କ ବାର୍ଷିକ ରୋଜଗାର ୫ ଲକ୍ଷ ଠାରୁ କମ ହବା ଉଚିତ ।

–  ଏହା ବି ସର୍ତ୍ତ ଅଛି ଯେ ସେହି ପଇସା କନ୍ୟା କେବଳ ସୁନା କିଣିବାରେ ହିଁ ଖର୍ଚ୍ଚ କରିପାରିବେ ଅନ୍ୟ କୌଣସି କାମ ପାଇଁ ନୁହେଁ ।

Leave a Reply

Your email address will not be published. Required fields are marked *