୧୦ଟି ମଜାଦାର ପହେଲି: ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଓ ପଛରୁ ମଣିଷ ଗଢିଲା ?

ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି ।

ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ୟୁପିଏସି ପରୀକ୍ଷାରେ ପଚରା ଯାଇଅଛି ।

Image Courtesy: Google

୧. ଗୋଟିଏ ରୁମାଲର ଚାରିଟି କୋଣ । ଗୋଟିଏ କୋଣ କାଟିଦେଲେ ଆଉ ରହିବ କେତେ କୋଣ ?

ଉତ୍ତର : ୫ଟି

୨. କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ । ଶୁଖିଲା ପରେ ଡାକନ୍ତି ଆଉ ଗୋଟିଏ ନାଁ, ତାହା କଣ ?

ଉତ୍ତର : ପଇଡ ଏବଂ ନଡିଆ

୩. ଛୋଟ ପିଲାମାନଙ୍କର ଏମିତି ଏକ ଖେଳନା ଯାହାକୁ ଦୁନିଆରେ ସବୁଠାରୁ ବଡ ଲୋକ ମଧ୍ୟ କିଣି ପାରିବେ ନାହିଁ । ତାହା କଣ ?

ଉତ୍ତର : ଜନ୍ହ ମାମୁଁ

Image Courtesy: Google

୪. କେଉଁଠିକି ଶହେ ଲୋକ ଗଲେ ଫେରନ୍ତି ଅନେଶ୍ଵତ ?

ଉତ୍ତର : ମଶାଣି

୫. କେଉଁଠିକି ଶହେ ଲୋକ ଗଲେ ଫେରନ୍ତି ଶହେ ଏକଟି ?

ଉତ୍ତର : ବାହାଘର

୬. ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଓ ପଛରୁ ମଣିଷ ଗଢିଲା ?

ଉତ୍ତର : ବଳଦ ଗାଡି

Image Courtesy: Google

୭. ଆପଣଙ୍କ ଦେହର କେଉଁ ଅଂଶ ପାଣିରେ ପଡିଲେ ମଧ୍ୟ ଓଦା ହୁଏ ନାହିଁ ?

ଉତ୍ତର : ଦେହର ଛାଇ

୮. ଏମିତି କଣ, ଯାହାର ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇଲେ ଆପଣ ବହୁତ ଖୁସି ହୁଅନ୍ତି ?

ଉତ୍ତର : ମୁଦି

୯. ଯିଏ କିଣିବ, ସେ ବ୍ୟବହାର କରି ପାରିବ ନାହିଁ, ଯିଏ ବ୍ୟବହାର କରିବ ସେ କିଣି ପାରିବ ନାହିଁ । ତାହା କଣ ?

ଉତ୍ତର : କୋକେଇ

୧୦. ଘର ଗୋଟିଏ ବାର ବଖରା । ତିନି ସିପାହୀ ଦିଅନ୍ତି ପହରା । ତାହା କଣ ?

ଉତ୍ତର : ଘଣ୍ଟା

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *