ସତ ହେବ କି Malika Bachana! ହେବ କି ସୃଷ୍ଟିର ବିନାଶ, କୋଣାର୍କ ମନ୍ଦିର ଭିତରେ ପାଣି, ବୁଡିଲା ପାହାଚ, ଭୟରେ ଥରହର ପର୍ଯ୍ୟଟକ…

ନମସ୍କାର ବନ୍ଧୁଗଣ, ଆମ ଓଡିଶାର ପରମ୍ପରା ହେଉଛି ମହାନ । ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଆମ ଓଡିଶାରେ ଏମିତି ଅନେକ ସଂସ୍କୃତି ଓ ପରମ୍ପରା କୁ ନେଇ ମନ୍ଦିର ରହିଛି ଯାହାକୁ ଦର୍ଶନ କରିବା ଲାଗି ଲକ୍ଷ ଲକ୍ଷ ଲୋକେ ଓଡିଶା ବାହାରୁ ଆସିଥାନ୍ତି । ସେଥି ମଧ୍ୟରୁ କୋଣାର୍କ ସୂର୍ଯ୍ୟ ମନ୍ଦିରର ହେଉଛି ଅନ୍ୟତମ । ତେବେ ସୂର୍ଯ୍ୟ ମନ୍ଦିର ଓଡିଶାର ପ୍ରସିଦ୍ଧ ମନ୍ଦିର ଭାବେ ଗଣନା କରାଯାଏ । ଏଠାରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ମାନଙ୍କର ଭିଡ ଜମିଥାଏ ଏଠିକାର ପରିବେଶ କୁ ଉପୋଭୋଗ କରିବା ପାଇଁ ।

କିନ୍ତୁ ବର୍ତ୍ତମାନ ସମୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ନେଇ ବଡ ଖବର ସାମନା କୁ ଆସିଛି । ଗତ କିଛି ଦିନ ହେଲେ ଲଘୁଚାପ ଲଗାଣ ବର୍ଷା ହେତୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବର୍ଷା ପାଣି ଜମି ରହିଛି । ଫଳରେ ମନ୍ଦିର ର କାରୁ କାର୍ଯ୍ୟ ଦେଖିବାକୁ ନାନାଦି ଅସୁବିଧାର ସମୁଖିନ୍ନ ହେଉଛନ୍ତି ପର୍ଯ୍ୟଟକ ମାନେ । କୋଣାର୍କ ସୂର୍ଯ୍ୟ ମନ୍ଦିର ର ଦାୟିତ୍ଵ ରେ ଥିବା ଭାରତୀୟ ପ୍ରତ୍ୟୁତ୍ତ ବିଭାଗ ଅବହେଳା କାରଣରୁ ସୂର୍ଯ୍ୟ ମନ୍ଦିର ପରିସରରେ ଜମି ରହୁଥିବା ବର୍ଷା ପାଣିର ଏ ଯାଏଁ ସ୍ଥାୟୀ ସମାଧାନ ହୋଇପାରି ନାହି ।

ଫଳରେ ଅଳ୍ପ ବର୍ଷା ହେଲେ ବି ମନ୍ଦିର ପରିସର ରେ ବର୍ଷା ପାଣି ଜମି ରହୁଛି । ଏହାକୁ ନେଇ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ପରିସର ରୁ ବୁଲିବାକୁ ବଞ୍ଚିତ ହେବା ବେଳେ ଛୋଟ ଛୋଟ ପିଲା ମାନଙ୍କୁ ଧରି ବ୍ଲାକ ପାଗୋଡା କାରୁ କାର୍ଯ୍ୟ ଉପୋଭୋଗ କରିବାରୁ ବଞ୍ଚିତ ହେଉଛନ୍ତି ।

ଗୋଟିଏ ୧୦ ଇଲୋ ୱାଟ ବିଦ୍ୟୁତ ପାଣି ମଟର ଲାଗିଥିବା ସହ ୪ଟି ୫ କିଲୋ ୱାଟ ଡିଜେଲ ଜଳ ଲାଗିଥିଲେ ମଧ୍ୟ ବର୍ଷା ପାଣି କୁ ସୂର୍ଯ୍ୟ ମନ୍ଦିର ଭିତରୁ ନିଷ୍କାସନ କରୁ ହେଉ ନାହି । ବାରମ୍ବାର ଗଣ ମାଧ୍ୟମରେ ପ୍ରସାରଣ ହେବ ପରେ ବି ନିଦ ଭାଙ୍ଗି ନାହି ASI କର୍ମଚାରୀଙ୍କର ।

ତୁରନ୍ତ ଯଦି ଏହାର ସ୍ଥାୟୀ ସମାଧାନ ନ କରାଗଲେ ସୂର୍ଯ୍ୟ ମନ୍ଦିର ପ୍ରତି ବିପଦ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସାଧାରଣ ରେ ଏମିତି ଏବେ ଚର୍ଚ୍ଚା ହେଉଛି କି କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳମଗ୍ନ ହେବାରୁ ମନ୍ଦିର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମା ହେଉଛି । ଏମିତିକି ସୃଷ୍ଟି ର ବିନାଶ ହେବ କି ଏବଂ ହେବାକୁ ଯାଉଛି କି ମାଳିକା ବଚନ ସତ ଯାହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

ତେବେ କଣ ସତରେ ସୃଷ୍ଟି ର ବିନା ହେବାର ଏ ହେଉଛି ସୂଚନା ନା ଆଗକୁ କୌଣସି ବଡ ବିପଦ ଆସିବାର ସନ୍ଦେହ ମିଳୁଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି ଜନ ମହଲ ରେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *