ମାଳିକା ଭବିଷ୍ୟବାଣୀ: ଭାଙ୍ଗିଯିବ ହୀରାକୁଦ ଡ୍ୟାମ, ମହାନଦୀରେ ମିଶିବ ଗଙ୍ଗା… Malika Bachana

ଆଗତ ଭବିଷ୍ୟତ ଉପରେ ଯେଉଁ କଥା ମହାପୁରୁଷ ମାନେ କହି ଯାଇଛନ୍ତି ତାହାକୁ ମାଳିକା କୁହାଯାଏ ଯାହା ବନ୍ଧୁଗଣ ଆପଣ ମାନେ ଜାଣିଥିବେ । ଭିନ୍ନ କବି ମାନଙ୍କ ଦ୍ଵାରା ମାଳିକା ଅନେକ ନାମରେ ଲେଖନ କରା ଯାଇଛି । ମାଳିକା ବଚନରେ ଅଚ୍ଯୁତାନନ୍ଦ ଦାସ, ହାଡିଦାସ, ହର ଦାସ ମାଳିକା, ଯଶୋବନ୍ତ ଦଶା, ଗୋ-ସ୍ଵାମୀ ବାହୁଡା ଦାସ ଅନ୍ୟତମ ଅଟନ୍ତି । ଲୋକ ମାନେ ମାଳିକରେ ଲେଖା ହୋଇଥିବା ଅନେକ ପ୍ରକାରର ତଥ୍ୟ ବିଷୟାରେ ଜାଣିବା ପାଇଁ ଇଚ୍ଛା କରିବାର ଅନେକ ସମୟରେ ନଜର ଆସିଥାନ୍ତି । ମହାପୁରୁଷ ମାନେ ଯେଉଁ ଲେଖା ମାଳିକା ରେ ଲେଖି ଯାଇଛନ୍ତି ତାହାର ସତ୍ୟତା ଆଜି ଦେଖିବାକୁ ମିଳୁଛି ଏ କଳି ଯୁଗରେ ।

ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକା ର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି । ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟ ଅନୁଯାୟୀ ଦେଖିବାକୁ ମିଳୁଛି । ତେବେ ମହାଜ୍ଞାନୀ ଶ୍ରୀ ପୁଳିନ କହିଛନ୍ତି କି ଭଗବାନଙ୍କ ଲୀଳା ଦୀର୍ଘ ୩୦ ବର୍ଷ ଧରି ଜାରି ରହିବ ।

ପ୍ରଭୁ ୨୭ ବର୍ଷ ଓ ଆଉ ୩ ବର୍ଷ ଧରି ମା ଙ୍କ ଲୀଳା ରହିବ ଯାହା ମାଳିକା ଲେଖା ଯାଇଛି । ତେବେ ଏହା ଆଦ୍ୟ, ମଧ୍ୟ ଓ ପ୍ରାନ୍ତ ଅନୁଯାୟୀ ହେବ । ମାଳିକାରେ ଉଲେଖ ରହିଛି ୨୦୨୭ ସୁଧା ସତ୍ୟ ଯୁଗର ଆରମ୍ଭ ହେବ । ମାଳିକା ଅନୁଯାୟୀ ସତ୍ୟ ଯୁଗର ଆରମ୍ଭ ହେବା ପୂର୍ବରୁ ଅନେକ କିଛି ସଂକେତ ଆମକୁ ମିଳିବ । ଯାହା ବିଷୟରେ ଲୋକ ମାନେ ଜାଣି ନାହାନ୍ତି ।

ଯେମିତିକି ୨୦୨୩ ରେ ଓଡିଶାରେ ଅନେକ ଜାଗାରେ ପ୍ରବଳ ପାଣି ମାଡି ଆସିବାର ଦେଖାଯିବ । ସମୁଦ୍ର ରୁ ପାଣି ଜୁଆର ରୂପରେ ଆସି ସହର ମାନଙ୍କରେ ପ୍ରବେଶ କରିବ ୨୦୨୩ରେ । ହଜାର ହଜାର ଲୋକ ଜଳମଗ୍ନ ହେବା ସହ ଓଡିଶାର ଅନେକ କ୍ଷୟ କ୍ଷତି ଘଟିପାରେ ବୋଲି ମାଳିକାରେ ଲେଖା ଯାଇଛି । ସିଧା ସଳଖ କହିବାକୁ ଗଲେ ସମଗ୍ର ଓଡିଶା ଜଳମଗ୍ନ ହୋଇଯିବ ।

ଅଚ୍ୟୁତାନନ୍ଦ ଙ୍କ ମତରେ ସେହି ସମୟରେ ଭାରତରେ ଯୁଦ୍ଧ ଆରମ୍ଭ ହୋଇଯିବ । ଯାହା ଫଳରେ ଓଡିଶାରେ ଅନେକ ଜାଗାରେ ବୋମା ମାଡ ହେବ । ଯେଉଁ କାରଣରୁ ସାରା ଓଡିଶା ଜଳମଗ୍ନ ହେବ । ଏହାର ଅର୍ଥ ଆଗାମୀ ଭବିଷ୍ୟତରେ ଓଡିଶା ଉପରକୁ ବଡ ବିପଦ ମଦୀୟ ଆସୁଛି । ଆହୁରି ମଧ୍ୟ ମାଳିକାରେ କୁହାଯାଇଛି ଏହି ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ଥାନାନ୍ତର କରାଯିବ ।

୨୦୨୩ରେ ମହାପ୍ରଭୁ ସତ୍ୟବଟକୁ ସ୍ଥାନାନ୍ତର ହୋଇଯିବେ । ୨୦୨୩ରୁ ୨୦୨୭ ମଧ୍ୟରେ ଯୁଦ୍ଧର ସ୍ଥିତି ଦେଖାଯିବ । ମାଳିକାରେ କୁହାଯାଇଛି ବଉଳା କୁମ୍ଭୀର ଆସିବ ସେହି ସମୟରେ ସାରା ଓଡିଶା ଜଳମଗ୍ନ ହୋଇଯିବ । ଆଉ ଏକ କଥା ଲେଖାଯାଇଛି କି ଶ୍ରାବଣ ମାସରେ ଭାଙ୍ଗି ନଡିଆ, ବୈଶାଖରେ ଫୁଟିବ କଇଁ, ଗୋଚର ଦଣ୍ଡାକୁ ଚଷିଯିବେ ଚଷା ଧର୍ମକୁ ବରଜି ଦେଇ ।

ଅର୍ଥାତ ମହାପୁରୁଷ କହିଛନ୍ତି ଶ୍ରାବଣ ମାସରେ ବର୍ଷା ହେବ ନାହି, ମାଟି ଏତେ ଶକ୍ତ ହେବ କି ନଡିଆ ଗଛରୁ ନଡିଆ ତଳେ ପଡି ଭଙ୍ଗିବ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *