ଦେବୀ ସୁଭଦ୍ରା କେମିତି ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କର ଭଉଣୀ ହେଲେ ? ସୁଭଦ୍ରାଙ୍କ ଜନ୍ମ କେମିତି ହୋଇଥିଲା ?

ପୁରୀ ଶ୍ରୀ କ୍ଷେତ୍ରରେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳରାମ ଓ ଦେବୀ ସୁଭଦ୍ରାଙ୍କ ସହ ପୂଜା ପାଇଥାନ୍ତି । ପ୍ରଭୁ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଅଟନ୍ତି । ଜଣେ ଦେବକିଙ୍କ ଗର୍ଭରୁ ଓ ଆଉ ଜଣେ ରୋହିନୀଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି । ଶ୍ରୀ କୃଷ୍ଣଙ୍କ ଦେବକୀଙ୍କ ୮ମ ଗର୍ଭର ସନ୍ତାନ ଓ ବଳାରମ ଦେବକୀଙ୍କର ୭ମ ଗର୍ଭର ସନ୍ତାନ ଅଟନ୍ତି । ଯିଏ କି ଗର୍ଭ ସ୍ଥାନାନ୍ତର ମାଧ୍ୟମରେ ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ପ୍ରଭୁ ବଳରାମ । ଆଜି ଆମେ ଆପଣଙ୍କୁ ଦେବୀ ସୁଭଦ୍ରା କିପରି ବଳାରମ ଓ ଶ୍ରୀକୃଷ୍ଣଙ୍କ ଭଉଣୀ ହେଲେ ଏବଂ ତାଙ୍କର ମତ କିଏ ସେହି ବିଷୟରେ କହିବାକୁ ଯାଉଛୁ ।

ମହାଭାରତରେ ଉଲେଖ ରହିଛି ସେ ସେଠାରେ ବଳାରମ ଓ କୃଷ୍ଣଙ୍କର ଭଉଣୀ ହେବ ସହ ଅର୍ଜୁନଙ୍କର ସ୍ତ୍ରୀ ଥିଲେ । ତେବେ ସୁଭଦ୍ରାଙ୍କ ମାତାଙ୍କ ନାମ କେଉଁ ଠାରେ ଦେଖିବାକୁ ମିଳିନାହି । କଥା ଅନୁଯାୟୀ ବଳରାମ ଓ ଶ୍ରୀକୃଷ୍ଣ କଂସର ଅନ୍ତ କରିବା ପରେ ଦୁଇ ଭାଇ ଶିକ୍ଷା ଗ୍ରହଣ କରିବା ପାଇଁ ସନ୍ଦିପାନ ଆଶ୍ରମକୁ ଯାଇଥିଲେ । ସେହି ସମୟରେ ସୁଭଦ୍ରାଙ୍କ ଜନ୍ମ ହୋଇଥିଲା ।

ସୁଭଦ୍ରାଙ୍କ ଜନ୍ମ ରୋହିନୀଙ୍କ ଗର୍ଭରୁ ହୋଇଥିଲା । ଶ୍ରୀମଦ ଭଗବତ ଗୀତା ଅନୁଯାୟୀ ଯେବେ ଦେବକୀ ନିଜର ୮ମ ପୁତ୍ରଙ୍କୁ ଜନ୍ମ ଦେଲେ ସେତେବେଳେ ବସୁଦେବ ତାଙ୍କର ପୁତ୍ରକୁ ନେଇ ନନ୍ଦ ବାବାଙ୍କ ସ୍ତ୍ରୀ ଯଶୋଦାଙ୍କ ପାଖରେ ଶୁଆଇ ଦେଲେ । ଆଉ ଯଶୋଦାଙ୍କ ଠାରୁ ତାଙ୍କର ଜନ୍ମିତ ପୁତ୍ରୀକୁ କାରାଗାରକୁ ଆଣିଥିଲେ । ଏହି ସମୟରେ ମାତା ଯଶୋଦା ଗଭୀର ନିଦକୁ ପ୍ରାପ୍ତ ହୋଇଥିଲେ ।

ଏହି କାରଣରୁ ସେ ନିଜ ପୁତ୍ରୀକୁ ଦେଖି ନ ଥିଲେ । ଯେବେ ମାତା ଯଶୋଦା ଆଖି ଖୋଲିଲେ ସେହି ସମୟରେ ତାଙ୍କ ପାଖରେ ଭଗବାନ କୃଷ୍ଣ ଥିଲେ । ଯେବେ କଂସ କୁ ଏହା ଜଣା ପଡିଲା ଦେବକୀ ନିଜର ଅଷ୍ଟମୀ ସନ୍ତାନକୁ ଜନ୍ମ ଦେଇ ସାରିଛନ୍ତି ସେ ତାକୁ ମାରିବା ପାଇଁ କାରାଗାରକୁ ଆସିଲେ । କିନ୍ତୁ ଯେବେ କଂସ ଶିଶୁକୁ ମାରିବା ପାଇଁ ଭୂମିକୁ କଚାଡିଲେ ସେ ଉପରକୁ ଉଠିଗଲେ ଓ ଶୁଣିବାକୁ ମିଳିଲା ହେ ମୂର୍ଖ ତୁମେ ଯେଉଁ ଶିଶୁକୁ ମାରିବାକୁ ଚାହୁଁଚ ସେ ପୁରା ସୁରକ୍ଷିତ ଅଛି ଏବେ ତୁମେ ନିଜର ରକ୍ଷା କିପରି କରିବ ?

ଏହା କହି ଯୋଗମାୟା ଅବିଲୀନ ହେବା ପରେ ବିନ୍ଧ୍ୟାଚଳରେ ଅବସ୍ଥିତ ହୋଇଗଲେ । ସେଠାରେ ସେ ମାତା ବିନ୍ଧା ବାସିନୀ ନାମରେ ପୂଜା ପାଉଥିଲେ । ଯେବେ କୃଷ୍ଣ ଓ ବଲରାମ ବଡ ହେଲେ ସେମାନେ ଜାଣିବାକୁ ତାଙ୍କର ଭଉଣୀ ଥିଲେ ଯିଏ କଂସ ହାତରୁ ବଞ୍ଚି ଯାଇଥିବା ଯୋଗମାୟା । ଶ୍ରୀକୃଷ୍ଣଙ୍କ ଆଦେଶ କ୍ରମେ ନନ୍ଦରାଜାଙ୍କ ସ୍ତ୍ରୀ ରୋହିଣୀଙ୍କ ଗର୍ଭରୁ ଯୋଗମାୟା ଜନ୍ମ ନେଇଥିଲେ ।

ତେବେ ଯୋଗମାୟା ମୃତ୍ୟୁଲୋକରେ ସୁଭଦ୍ରା ନାମରେ ଜନ୍ମ ନେଇଥିଲେ ତେଣୁ ସେ ବଳରାମ ଓ କୃଷ୍ଣଙ୍କର ଭଉଣୀ ଥିଲେ । ଶୁଭଦ୍ରାଙ୍କ ଜନ୍ମ ବିଶେଷ କାରଣ ପାଇଁ ହୋଇଥିଲା ପରେ ସେ ଅର୍ଜୁନଙ୍କୁ ବିବାହ କରିବା ପରେ ବୀର ଅଭିମନ୍ୟୁ ନାମରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *