ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ମନ ଅଲଗା ଜାଗାରେ ଲାଗିବା, ଚାରୋଟି କାରଣ ପାଇଁ ମନ ଅଲଗା ଜାଗାରେ ଲାଗିଥାଏ- ନିଶ୍ଚୟ ଜାଣନ୍ତୁ

ଲୋକ ଭଲ ପାଇବାର ଅସଲ କାରଣ ଭୁଲି ଯାଇଛନ୍ତି, ସେଥିପାଇଁ ବୋଧେ ସମ୍ପର୍କ ଯୋଡି ହବା ପୂର୍ବରୁ ଭାଙ୍ଗି ଯାଉଛି । ସମ୍ପର୍କ ଭାଙ୍ଗିବାର ବହୁତ ଗୁଡେ କାରଣ ହୋଇପାରେ କିନ୍ତୁ ମନ ଅଲଗା ଜାଗା ରେ ଲାଗିବା ଗୋଟେ ମୁଖ୍ୟ କାରଣ ବୋଲି ଆମେ ମନେ କରୁଛୁ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି କାହିଁକି ହୁଏ । କାହିଁକି ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଫାଟ ଆସେ । ଆସନ୍ତୁ ଜାଣିବା କଣ ପାଇଁ ମଣିଷ ମନ ଅଲଗା ଜାଗା ରେ ଭଟକି ଥାଏ ।

ମନ ସୁନ୍ଦରତା ରୁ ଦୂରେଇ ଯିବା :

କାହା ସହ ସମ୍ପର୍କ ରେ ଥାଇ ବି ଯଦି ଆପଣଙ୍କ ମନ ଆଉ କାହା ପ୍ରତି ଆକର୍ଷିତ ହେଉଛି ତାହେଲେ ଏହାର ବଡ କାରଣ ଫିଜିକଲ ଅଟ୍ରାକ୍ସନ ଅଟେ । ଆଜି କାଲିକା ଯୁଗରେ ମନର ସୁନ୍ଦରତା ବହୁତ ପଛ ରେ ରହି ଯାଇଛି ଏବେ ଲୋକ ବାହାର ସୁନ୍ଦରତା ଦେଖି ଭଲ ପାଉଛନ୍ତି ଯାହା କାରଣରୁ ଗୋଟେ ପରେ ଆଉ ଗୋଟେ ଭଲ ଲାଗୁଛି ଯଦି ମନରୁ କାହାକୁ ଭଲ ପାଇବ ତାହେଲେ ଜଣେ ହିଁ ପସନ୍ଦ ଆସିବ ।

କିଛି ନୂଆ ନହେଲେ :

ଯେତେବେଳେ ଆପଣଙ୍କ ମଧ୍ୟରେ ରୋମାନ୍ସ କମ ହେଇଯାଇଥାଏ ସେତେବେଳେ ସମ୍ପର୍କ ଖରାପ ହୋଇପାରେ କିଛି ନୂଆ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ । ଏହି ଭଳି ପରିସ୍ଥିତି ରେ ଆପଣଙ୍କ ମନ ଆରାମ ସେ ଅଲଗା ଆଡେ ଆକର୍ଷିତ ହେଇପାରେ ।

ସମୟ :

କୌଣସି ସମ୍ପର୍କ ରେ ସମୟ ବହୁତ ଜରୁରୀ ହୋଇଥାଏ ଦୁହେଁ-ଦୁହିଁଙ୍କୁ ସମୟ ଦେଲେ ସମ୍ପର୍କ ଭଲ ରହିଥାଏ । କିନ୍ତୁ ଯେତେବେଳେ ଆପଣ ନିଜ ପାର୍ଟନରକୁ ସମୟ ଦେଇ ନଥାନ୍ତି ସେତେବେଳେ ସମ୍ପର୍କ ଖରାପ ହୋଇଥାଏ । ସେଥିପାଇଁ ନିଜ ପାର୍ଟନରକୁ ସମୟ ଦିଅନ୍ତୁ, ଏହା କଲେ ସମ୍ପର୍କ ଭଲ ହୋଇଥାଏ ।

ସନ୍ଦେହ :

କୁହାଯାଏ କି ସନ୍ଦେହ ର କିଛି ଚିକିତ୍ସା ନାହିଁ ଏହି ଦୁନିଆ ରେ , ଏହି ସନ୍ଦେହ ଗୋଟେ ଭଲ ସମ୍ପର୍କକୁ ବି ଖରାପ କରି ଦେଇଥାଏ । ସେଥିପାଇଁ ସବୁବେଳେ ଚେଷ୍ଟା କରନ୍ତୁ କି ଆପଣମାନଙ୍କ ମଧ୍ୟ ରେ କିଛି ଲୁଚି କି ନରୁହେ ସବୁ ସ୍ପଷ୍ଟ କରିଦବା ଉଚିତ ଅଟେ ।

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆମର ଏହି ଟିପ୍ସ ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *