ମନ୍ଦାର ଫୁଲର ଉପକାରିତା ଜାଣି ଆପଣ ବିଶ୍ଵାସ ବି କରିପାରିବେନି- Acharya Balkrishna  

ଆଜି ଏହି ଲେଖାରେ ଜାଣିବା ମନ୍ଦାରର ଉପକାରିତା ବିଷୟରେ । ଲୁହା ମଳି ଓ ମନ୍ଦାର ଫୁଲକୁ ଏକତ୍ର ଲୁହ ନିର୍ମିତ ଖୋଲରେ ବାଟି ମୁଣ୍ଡ ବଳରେ ଲେପୀ ଅଧ ଘଣ୍ଟା ପରେ ମୁଣ୍ଡ ଧୋଇ ପକାଇଲେ ମସ୍ତକର ମୁଣ୍ଡ ପାଚେ ନହିଁ । କେସ ପାଚିଥିଲେ ମଧ୍ୟ ଏହି ଉପାୟ ବାରମ୍ବାର କରିବା ଦ୍ଵାରା ଶୁକ୍ଳ କେସ କୃଷ୍ଣ ବର୍ଣ୍ଣ ହୋଇଥାଏ । ଏହାର ପତ୍ରକୁ ଜଳରେ ଚକଟି ଛାଣି ଅଳ୍ପ ମିଶ୍ରି ଗୁଣ୍ଡା କି ଚିନୀ ମିଶାଇ ତିନି ଥର ପିଆଇଲେ ସବୁ ପ୍ରକାର ଝାଡା ନିବାରିତ ହୋଇଥାଏ ।


ଏହାର ପତ୍ରଆଣି ଛେଚି ରସ ବାହାର କରି ସେଇ ରସରେ କିଛି କଲି ଚୁର୍ଣ ପରଖ ଦେଇ ସେବନ କରାଇଲେ ପିଲାମାନଙ୍କର କୁର୍ମି ଦୋଷ ନିବାରିତ ହୋଇଥାଏ । ଏହି କୃମି ଦୋଷ ଜନିତ କ୍ଷ୍ଯୁଦାମାନ୍ଦ୍ୟ, ଅଜିର୍ଣ, ଝାଡା,ଆଳସ୍ୟ, ପେଟ ବିନ୍ଧା, ପ୍ରଭୁତି ସବୁ ଭଲ ହୋଇଥାଏ । କେତେକ ମନ୍ଦାର ଗଛର ପତ୍ରକୁ ଆଣି ଜଳରେ ଚକଟି ଛାଣି ଆଣି ସେଥିରେ କିଞ୍ଚିତ ମିଶ୍ରି ଗୁଣ୍ଡ ଅଥବା ଚିନୀ ମିଶାଇ ସେବନ କରିବା ଦ୍ଵାରା ସବୁ ପ୍ରକାରର ମେହ ରୋଗ ଭଲ ହୋଇଥାଏ ।


ଏହି ଗଛର ପାକଳ ହୋଇଥିବା ପତ୍ରକୁ କିଛି ଆଣି ଶୁଖାଇ କୁଟି ଚୁର୍ଣ କରି ରଖିବ, ସେଇ ଚୁର୍ଣକୁ ନେଇ ସୁଖୁନଥିବା ଘାରେ ଲଗାଇଲେ ସେଇ ଘା ଶୁଖିଯାଏ । ଏହି ଗଛର ଛେଳିକୁ ଆଣି ସିଝାଇ ତାକୁ ଶୀତଳ କରି ସେଇ ଜଳ ସାଙ୍ଗରେ କିଞ୍ଚିତ ମହୁ ମିଶ୍ରିତ କରି ସେବନ କରାଇଲେ ପିଲାମାନଙ୍କର ଶ୍ଲେଷ ଓ କଫ ଦୋଷ ଜ୍ଵର ଆଦି ନିବାରିତ ହୋଇଥାଏ । ମନ୍ଦାର ଫୁଲ ରସ ସାଙ୍ଗରେ ଅଳ୍ପ ମହୁ ମିଶାଇ ସେବନ କରିଲେ ବାୟୁ ବିକୃତ ହେତୁ ପେଟ ବ୍ୟଥା ଓ କୃମି ଦୋଷ ଆଦି ନିବାରିତ ହୋଇଥାଏ ।

ଶ୍ଵେତ ମନ୍ଦାର ଗଛ ଚେରକୁ କଞ୍ଚା ଗାଈ ଦୁଧରେ ବାଟି କେବଳ ମାତ୍ର ତିନି ପାନ ସେବନ କଲେ ସ୍ତ୍ରୀ ମାନଙ୍କର ପ୍ରଦର ରୋଗ ଭଲ ହୋଇଥାଏ । ଚିରାଇତା, ଧନିଆ, ଓ ମନ୍ଦାର ଛେଲି  ତିନି ଦ୍ରବ୍ୟକୁ ସମାନ ଲେଖାଏ ଆଣି ଏକତ୍ର ଜଳରେ ସିଝାଇ ସେଇଜଳରେ ଅଳ୍ପ ମହୁ ମିଶାଇ ସେବନ କରାଇଲେ ଜର ଛାଡିଯାଏ । ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗୁଛି ଲାଇକ ଓ ଶେୟର କରନ୍ତୁ ଓ ଆଗକୁ ଆମ ସହିତ ଯୋଡି ହୋଇରହିବା ପାଇଁ ଏମିତି ରହିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *