ମନ୍ଦାର ଫୁଲ ଆପଣଙ୍କୁ କରିବ ଧନୀ, ନିଶ୍ଚୟ କରନ୍ତୁ ଏହି ଉପାୟ- Vaastu Tips

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୂଜା ପାଠ କରିବା ବେଳେ ଫୁଲର ମହତ୍ଵ କେତେ ଅଧିକ ରହିଥାଏ । କେଉଁ ଠାକୁର ଙ୍କ ପାଖରେ କେଉଁ ଫୁଲ ଚଢାଇଲେ ସେ ପ୍ରସନ୍ନ ହୋଇଥାନ୍ତି ଓ କେଉଁ ଠାକୁରଙ୍କର କେଉଁ ଫୁଲ ପ୍ରିୟ ହୋଇଥାଏ ତାହା ଜାଣିବା ନିହାତି ଆବଶ୍ୟକ ଅଟେ । ଆଜି ଆମେ ଜାଣିବା ଅତି ଦୁର୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ । ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ ।

ଦେବୀଙ୍କ ପୂଜାରେ ନାଲି ରଙ୍ଗର ଓ ଦେବତାଙ୍କ ପୂଜାରେ ହଳଦୀ ରଙ୍ଗର ଫୁଲର ମହତ୍ଵ ରହିଥାଏ । ଆଜି ଆମେ ମନ୍ଦାର ଫୁଲର କିଛି ଚମତ୍କାରୀ କଥା ବିଷୟରେ ଜଣାଇବୁ । ଦେବୀ ନବ ଦୂର୍ଗା ଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ । ୯, ୧୧ ବା ୨୧ ଟି ମନ୍ଦାର ଫୁଲର ମାଳା ଅର୍ପଣ କରନ୍ତୁ । ଦେଖିବେ ସବୁ ଇଚ୍ଛା ପୂରଣ ହୋଇଥାଏ । ଦେବୀ ମାତାଙ୍କ ପାଖରେ ଯେତେ ପ୍ରକାରର ଭୋଗ ଲଗାଇଲେ ମଧ୍ୟ ଦେବୀ ତାହା ଗ୍ରହଣ ନ କରି ମନ୍ଦାର ଫୁଲର ମାଳ ଆକୁ ଅତି ସହଜରେ ଗ୍ରହଣ କରିଥାନ୍ତି ।

ଏବଂ ସବୁ ପ୍ରକାରର ମନସ୍କାମନା ପୂରଣ କରିଥାନ୍ତି । ମା ଦୂର୍ଗା ଓ ମା ଲକ୍ଷ୍ମୀ ଙ୍କୁ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ । ଏହା ସହ ହନୁମାନ ଜୀ ଙ୍କର ମଧ୍ୟ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ । କାହିଁକି ନା ହନୁମାନ ଜୀ ନାଲି ରଙ୍ଗ ପ୍ରତି ଆକ୍ରୁଷ୍ଟ ଅଟନ୍ତି । ମଙ୍ଗଳବାର ଦିନ ଦେବୀ ଦୂର୍ଗା ଓ ହନୁମାନ ଜୀ ମନ୍ଦାର ଫୁଲ ଅର୍ପଣ କରିଲେ ଏବଂ ଶୁକ୍ରବାର ଦିନ ମା ଲକ୍ଷ୍ମୀ ଙ୍କୁ ମନ୍ଦାର ଫୁଲ ଅର୍ପଣ କରିଲେ ସୁଖ ସମୃଦ୍ଧି, ଧନ ସମ୍ପତି ଭଳି ଜିନିଷର ପ୍ରାପ୍ତି ହୋଇଥାଏ ।

ଏହା ସହ ଗ୍ରହ ପୀଡା ମଧ୍ୟ ଦୂର ହୋଇଥାଏ । ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଯେଉଁ ମାନେ ନବ ଦୂର୍ଗା ଓ ସୂର୍ଯ୍ୟ ନାରାୟଣ ଙ୍କର ବ୍ରତ କରିଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭଦାୟକ ଅଟେ । ମାନ୍ୟତା ଅଛି କି ଏହି ମନ୍ଦାର ଫୁଲ ରୁ ମାତ୍ର ଗୋଟେ ମନ୍ଦାର ଫୁଲ ପ୍ରାୟି ଦିନ ନବ ଦୂର୍ଗା ଙ୍କୁ ଅର୍ପଣ କରାଯାଏ ତେବେ ଶତ୍ରୁ ନାଶ ହୋଇଥାଏ ।

ଏହି ମନ୍ଦାର ଫୁଲ କୁ ସୂର୍ଯ୍ୟ ନାରାୟଣ ଙ୍କୁ ଜଳରେ ପକାଇ ଅର୍ପଣ କରିଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ । ଏବଂ ସମସ୍ତ ରୋଗ ନାସ ହୋଇଥାଏ । ଘରେ ଥିବା ଫୁଲପାତ୍ର ବା କଳସ ରେ ମନ୍ଦାର ଫୁଲ ରଖିଲେ ସ୍ନେହ, ଶ୍ରଦ୍ଧା, ସହାନୁଭୂତି ବଢିଥାଏ । ପରିବାରର ସଦସ୍ୟ ମିଳିମିଶି ଚଳିବାକୁ ପସନ୍ଦ କରିଥାନ୍ତି । ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥାଏ, ଦୁଃଖ, ନୈରାଶ୍ୟ ରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନ ଜୀ ଙ୍କୁ ୧୧ଟି ମନ୍ଦାର ମାଳା ଅର୍ପଣ କରିବା ଉଚିତ । ଏହା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *