ମନ୍ଦିରକୁ ଯିବା ସମୟରେ ଏହି ଗୋଟିଏ ଭୁଲ ଦେଇଥାଏ ଓଲଟା ଫଳ । ଜାଣନ୍ତୁ ମନ୍ଦିର କୁ ଯିବା ସମୟରେ କେଉଁ ଭୁଲ କରିବା ଅନୁଚିତ ?

ବନ୍ଧୁଗଣ ଆପଣ ମାନେ କୌଣସି ଶୁଭ ଦିନରେ ହେଉ ବା ପ୍ରତିଦିନ ହେଉ ମନ୍ଦିର ନିଶ୍ଚୟ ଯାଉଥିବେ । ତେବେ ମନ୍ଦିରକୁ ଯିବା ସମୟରେ ଆପଣ ମାନେ ଭଗବାନଙ୍କ ନିକଟରେ ଦୀପ ଜାଳିବା ସହ ନିଜର ଇଚ୍ଛା ମଧ୍ୟ ଜାହିର କରିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ମନ୍ଦିର କୁ ଯିବା ସମୟରେ କିଛି ଭୁଲ ହେବା ଦ୍ଵାରା ଏହାର ଓଲଟା ଫଳ ମିଳିଥାଏ । ଯାହା ଅନେକ ଲୋକ ଜାଣି ନ ଥାନ୍ତି । ମନ୍ଦିର କୁ ଯିବା ସମୟରେ କେଉଁ ଭୁଲ କରିବା ଅନୁଚିତ ଆସନ୍ତୁ ଜାଣିବା ।

ମନ୍ଦିର ରେ ଯେବେ ଆପଣ ଦେବା ଦେବୀ ଙ୍କ ଦର୍ଶନ କରିବାକୁ ଯାଉଛନ୍ତି । ଯଦି କୌଣସି ସମୟରେ ଦେବା ଦେବୀ ଙ୍କ ବେଢା ଆଗରେ ପିଠି କରି ବସିଛନ୍ତି ତେବେ ବସିବା ଉଚିତ ନୁହେଁ । ମନ୍ଦିରରେ ପ୍ରାର୍ଥନା କରିବାକୁ ବସଥିଲେ ତେବେ ଉତ୍ତର ଦିଗକୁ ମୁଖ କରି ବସିବା ଉଚିତ । ଏପରି କରିବା ଦ୍ଵାରା ସବୁ କାର୍ଯ୍ୟ ସଫଳ ହୋଇଥାଏ । ଯଦି ମନ୍ଦିର କୁ ବୁଲିବାକୁ କୌଣସି ବ୍ୟକ୍ତି ଯାଇଥାନ୍ତି ତେବେ ଏହା ସହ ଗୋଟେ କମ କରନ୍ତୁ ।

ଖାଲି ଦେବା ଦେବୀ ଙ୍କ ଦର୍ଶନ କରନ୍ତୁ ନାହିଁ । ଏହା ସହ ମନ୍ଦିରର ପରିକ୍ରମା ମଧ୍ୟ କରନ୍ତୁ । ଏହା କରିବା ଅତ୍ୟନ୍ତ ଶୁଭ ଭାବେ ବିଚାର କରାଯାଏ । ଏପରି କରିବା ଦ୍ଵାରା ମନୋକାମନା ପୂର୍ଣ୍ଣ ହେବାର ଆଶଙ୍କା ବହୁତ ଅଧିକ ଥାଏ । ଦେବା ଦେବୀ ଙ୍କୁ ମନ୍ଦିରରେ ଦର୍ଶନ କରିବା ସମୟରେ ଦୀପ ଦାନ କରି ଦର୍ଶନ କରିଲେ ମନସ୍କାମନା ବହୁତ ଜଲ୍ଦି ପୂରଣ ହୋଇଥାଏ । କାରଣ ଦୀପ ଏକ ସାକ୍ଷୀ ସ୍ୱରୂପ ହୋଇଥାଏ ମନ୍ଦିର ରେ ।

ଦୀପ କୁ ସାକ୍ଷୀ ରଖି ଯାହା ବି ମନ୍ଦିରରେ ମାଗିବେ ତାହା ନିଶ୍ଚୟ ପୂରଣ ହୋଇଥାଏ । ବିନା ଦୀପ ଦାନ ରେ ମନ୍ଦିର ଦର୍ଶନ କରିଲେ କାର୍ଯ୍ୟ ନିଷ୍ଫଳ ହୋଇଥାଏ । କାର୍ଯ୍ୟ ରେ କୌଣସି ଫଳ ମିଳି ନ ଥାଏ । ପାଦ ନ ଧୋଇ କେବେ ବି କୌଣସି ସ୍ଥିତିରେ ମନ୍ଦିରକୁ ଯିବା ଉଚିତ ନୁହେଁ । ଏହା ବଡ ଦୋଷ ଭାବେ ମାନାଯାଏ । ଏହି ଭୁଲ କରିବା ଦ୍ଵାରା ଗୋଟେ ବର୍ଷ ମଧ୍ୟରେ ଶାରୀରିକ ବା ଆର୍ଥିକ କ୍ଷତି ଦେଖା ଦେଇଥାଏ ।

ଏଣୁ ଏପରି କରିବା ଉଚିତ ନୁହେଁ ।  ଯଦି ମନ୍ଦିରରେ ଗୋଡ ନ ଧୋଇବା ପାଇଁ କୌଣସି ବ୍ୟବସ୍ଥା ନ ଥାଏ ତେବେ କାନ ର ତଳ ଭାଗକୁ ସ୍ପର୍ଶ କରି ଗଙ୍ଗା ମାତା ଙ୍କୁ ସ୍ମରଣ କରନ୍ତୁ । କାରଣ କାନ ରେ ଗଙ୍ଗା ମାତା ରହିଥାନ୍ତି । ଏହି ଉପାୟ ଟି କରି ମନ୍ଦିର କୁ ପ୍ରବେଶ କରିଲେ ଦୋଷ କମି ଯାଇଥାଏ । କିନ୍ତୁ ସବୁଠାରୁ ଉତ୍ତମ ହେଉଛି ମନ୍ଦିର କୁ ଗୋଡ ଧୋଇ କି ଯିବା । ମନ୍ଦିରକୁ ଯିବା ସମୟରେ ପାଦ ଧୋଇ ପରିକ୍ରମା କରିବା ସହ ଦୀପ ଦାନ କରିଲେ ମନୋକାମନା ନିଶ୍ଚୟ ପୂରଣ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *