ନୂଆବର୍ଷ 2024 ଜାନୁଆରୀ 1 ତାରିଖରେ ନିଶ୍ଚୟ କରନ୍ତୁ ଏହି କାମ । ସୁଖ, ସମୃଦ୍ଧି, ଧନ, ସମ୍ପଦ ପ୍ରାପ୍ତ ହେବ ।

ବନ୍ଧୁଗଣ 2023 ବର୍ଷ ସରିବାକୁ ଆଉ ମାତ୍ର ଗୋଟେ ଦିନ ବାକି ରହିଲା । ଆଉ ଆରମ୍ଭ ହେବାକୁ ଯାଉଛି 2024 ବର୍ଷ । ଏହି ନୂଆବର୍ଷ ରେ ଘରକୁ ଲୋକ ମାନେ ନୂଆ ନୂଆ ଜିନିଷ ଆଣିବାକୁ ପସନ୍ଦ କରିଥାନ୍ତି । ଆଉ କେହି କେହି ନୂଆ ଗାଡି କିଣିବାକୁ ମଧ୍ୟ ପସନ୍ଦ କରିଥାନ୍ତି । କି ନ୍ତୁ ଏମିତି ବି କିଛି ପ୍ରାକୃତିକ ଜିନିଷ ରହିଛି ଯାହାକୁ ନୂଆବର୍ଷ ଦିନ ଘରକୁ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଆଜି ଆମେ ଜାଣିବା ନୂଆବର୍ଷ ରେ ଘରକୁ କେଉଁ କାମ କରିବା ଶୁଭ ହୋଇଥାଏ ।

1- ଶୁଆର ଫୋଟୋ  : ନୂଆବର୍ଷରେ ଶୁଆ ର ଫୋଟୋ ଆଣି ଘରର ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ପଢୁଇଥିବା ପିଲାଙ୍କର ମନରେ ଏକାଗ୍ରତା ବଢିଥାଏ । ପାଠ ପଧାରେ ମନ ଲାଗିବା ସହ ପାଠ ପଢା ମଜବୁତ ହୁଏ । ଘରର ସଦସ୍ୟଙ୍କର ଆୟୁଷ ବୃଦ୍ଧି ହୋଇଥାଏ ।

2- ଶଙ୍ଖ : ଶଙ୍ଖ କୁ ବହୁତ ପବିତ୍ର ବୋଲି ମାନାଯାଏ । ଶଙ୍ଖକୁ ଭଗବାନ ବିଶୁଣୁ ସ୍ଵୟଂ ଧାରଣ କରିଛନ୍ତି । ନୂଆବର୍ଷ ଦିନ ଶଙ୍ଖ ଘରକୁ ଆଣିଲେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ ଆଗମନ ଗୃହକୁ ହୋଇଥାଏ । ଏହାର ଶବ୍ଦ ରେ ଘରେ ଥିବା ନେଗେଟିଭ ଊର୍ଜା ଦୂର ହୋଇଥାଏ । ପିଲାଙ୍କୁ ନଜର ଲାଗିଥିଲେ ପ୍ରତିଦିନ ଶଙ୍ଖ ବଜାଇଲେ ତାହା ଦୂର ହୁଏ ।

3- ପ୍ରଭୁ ଗଣେଶଙ୍କ ଫୋଟୋ : ପ୍ରଭୁ ଗଣେଶ ହେଉଛନ୍ତି ଅଗ୍ର ପୂଜ୍ୟ । ନବବରସର ପ୍ରଥମ ଦିନରେ ଭଗବାନ ଗଣେଶଙ୍କର ଫୋଟୋ କିଣି ଆଣିବେ ଏହା ଦ୍ଵାରା ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ । ଭଗବାନ ଗଣେଶ ବସିଥିବା ମୁଦ୍ରାରେ ହୋଇଥିବା ଆବଶ୍ୟକ ।

4- ତୁଳସୀ ଗଛ : ତୁଳସୀ ଗଛକୁ ପବିତ୍ର ଭାବେ ମାନାଯାଏ । ପ୍ରତେକ ହିନ୍ଦୁଙ୍କ ଆଗମନରେ ତୁଳସୀ ଗଛ ରହିଥାଏ । ନବବର୍ଷରେ ତୁଳସୀ ଗଛ ଗୃହରେ ରୋପଣ କରିଲେ ଦୁଃଖ ଦାରିଦ୍ରତା ଆସି ନ ଥାଏ । ଓ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ।

5- ମୟୂର ପର : ଭଗବାନ କୃଷ୍ଣ ନିଜ ମସ୍ତକରେ ମୟୂର ପଙ୍ଖ ଧାରଣ କରିଛନ୍ତି । ଏଥର ନୂଆବର୍ଷର ପ୍ରଥମ ଦିନରେ ମୟୂର ପଙ୍ଖ ଘରକୁ କିଣି ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ଗୃହର ଉତ୍ତର ଦିଗର କାନ୍ଥରେ ଲଗାଇବା ଦ୍ଵାରା ଗୃହକୁ ଧନକୁ ଆକର୍ଷିତ କରିବାର କାର୍ଯ୍ୟ କରିଥାଏ ଓ ନେଗେଟିଭ ଶକ୍ତି ଦୂର କରିଥାଏ ।

6- ଚାନ୍ଦିର ହାତୀ : ନୂଆବର୍ଷ ଦିନ ଗୃହକୁ ଚାନ୍ଦି ର ହାତୀ କିଣି ଆଣିବା ଶୁଭ ହୋଇଥାଏ  ଏହା ଦ୍ଵାରା ଘରେ ସୁଖ, ସମୃଦ୍ଧି ଓ ବିଭବ ପ୍ରାପ୍ତ ହୋଇଥାଏ । ଚାନ୍ଦିର ହାତୀ ମା ଲକ୍ଷ୍ମୀଙ୍କୁ ଗୃହକୁ ଆକର୍ଷଣ କରିବାର କାର୍ଯ୍ୟ କରିଥାଏ ।

7- କଇଁଛ : ଜାନୁଆରୀ 1ରେ ଧାତୁ ରେ ନିର୍ମିତ କଇଁଛ ଗୃହକୁ ନେଇ ଆସନ୍ତୁ । ଏହା ଦ୍ଵାରା ଗୃହରେ ଉନ୍ନତି ହୁଏ ଓ ଏହାକୁ ଉତ୍ତର ଦିଗରେ ରଖନ୍ତୁ । ଧନ ସମ୍ପତି, ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *