ମନୁଷ୍ୟ ର କର୍ମ ଯେମିତି ଥାଏ ସେହିଭଳି ଜନ୍ମ ମିଳିଥାଏ, ଜାଣନ୍ତୁ 11ଟି କର୍ମ ଓ ଏହି କର୍ମ ଅନୁଯାୟୀ କେଉଁ ଯୋନି ରେ ଜନ୍ମ ମିଳିଥାଏ ?

ବନ୍ଧୁଗଣ ମଣିଷ ଜୀବନରେ ଯେଉଁ କର୍ମ କରିଥାଏ ସେହି ଅନୁସାରେ ଫଳ ପାଇଥାଏ । କିନ୍ତୁ ମଣିଷ ଦ୍ଵାରା କରା ଯାଇଥିବା କିଛି ଏମିତି କର୍ମ ଅଛି ଯାହା ମୃତ୍ୟୁ ପରେ ମଧ୍ୟ ପିଛା ଛାଡେ ନାହିଁ । ଏହି କର୍ମ ଅନୁଯାୟୀ ଆଗାମୀ ଜନ୍ମ ନିର୍ଧାରିତ କରିଥାଏ । ଗରୁଡ ପୁରାଣରେ ଏ ବିଷୟରେ ବିସ୍ତାର ବେବ ଲେଖା ଯାଇଛି । ଗରୁଡ ପୁରାଣ ଅନୁଯାୟୀ ଏମିତି 11ଟି କର୍ମ ଅଛି ଯାହା ମନୁଷ୍ୟ ଅଲଗା ଅଲଗା ପଶୁପକ୍ଷୀ ଙ୍କ ଯୋନି ରେ ଜନ୍ମଗ୍ରହଣ କରିଥାଏ ।

1- ବନ୍ଧୁଙ୍କ ସହ ଛଳନା କରିବା : ଯେଉଁ ମନୁଷ୍ୟ ନିଜ ବନ୍ଧୁଙ୍କ ସହ ଛଳନା କରିଥାଏ ବା ଧୋକା ଦେଇଥାଏ ତାଙ୍କୁ ପର ଜନ୍ମରେ ଶାଗୁଣା ଜନ୍ମ ମିଳିଥାଏ ।

2- ଧର୍ମର ଅପମାନ କରିବା : କିଛି ଲୋକ ଅନ୍ୟ ଧର୍ମକୁ ନିନ୍ଦା କରିଥାନ୍ତି ଓ କୁ-ଦୃଷ୍ଟିରେ ଦେଖିଥାନ୍ତି । ଏହି ପାପ କରୁଥିବା ବ୍ୟକ୍ତିଙ୍କୁ ନର୍କ ମିଳିବା ସହ ପର ଜନ୍ମରେ କୁକୁର ଜନ୍ମ ମିଳିଥାଏ ।

3- ନିଜ ଲୋକଙ୍କର ଅନାଦର କରିବା : ଯେଉଁ ଲୋକ ନିଜର ମାତା, ପିତା, ଗୁରୁଙ୍କର ନିନ୍ଦା କରିବା ସହ ଅନାଦର କରିଥାଏ ସେହି ବ୍ଯକ୍ତିର ଗର୍ଭାବସ୍ଥା ସମୟରେ ମୃତ୍ୟୁ ହୋଇଯାଏ ।

4- ଜ୍ଞାନ ନ ବାଣ୍ଟିବା : କୌଣସି ଜ୍ଞାନୀ ବ୍ୟକ୍ତି ନିଜର ଜ୍ଞାନ ଶିଷ୍ୟଙ୍କୁ ସମାନ ଭାବ ନ ବାଣ୍ଟିଲେ ତାଙ୍କୁ ପରବର୍ତ୍ତୀ ଜନ୍ମରେ ଷଣ୍ଢ ଜନ୍ମ ମିଳିଥାଏ ।

5- ଚାଲାକ କରୁଥିବା : ଅନେକ ଲୋକ ଦୁନିଆରେ ବିଶ୍ଵସ୍ତ ହେବା ସହ ଆଉ କିଛି ଧୃତ ଲୋକ ଅଛନ୍ତି ଯେଉଁ ମାନେ ଚାଲାକ ହୋଇ ଲୋକଙ୍କୁ ମୂର୍ଖ ବନାଇଥାନ୍ତି । ଏଭଳି ବ୍ୟକ୍ତି ଆଗାମୀ ଜନ୍ମରେ ପେଚା ଜନ୍ମ ନେଇଥାନ୍ତି ।

6- ଅପମାନ କରୁଥିବା ସ୍ତ୍ରୀ : ଯେଉଁ ନାରୀ ନିଜ ସ୍ଵାମୀ, ଶାଶୁ ଶ୍ବଶୁରଙ୍କୁ ଅପଶବ୍ଦ କହୁଥିବ ସେମାନେ ପର ଜନ୍ମରେ ପୋକ ଜନ୍ମ ନେଇଥାନ୍ତି ।

7- ଅନାଜ ନଷ୍ଟ କରୁଥିବା : ଯେଉଁ ବ୍ୟକ୍ତି ଖାଦ୍ଯ ର ହେରାଫେରି କରିଥାଏ ବା ଚୋରୀ କରିଥାଏ ମୃତ୍ୟୁ ପରେ ଆଗାମୀ ଜନ୍ମ ମୂଷା ବା ଚୁଚୁନ୍ଦ୍ରା ଜନ୍ମ ହୋଇଥାଏ ।

8- ଗାଳି କରିବା : ଯେଉଁ ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିକୁ ଗାଳି ଗୁଲଜ କରିଥାଏ ବା ଖରାପ ଶବ୍ଦର ପ୍ରୟୋଗ କରିଥାଏ ସେମାନେ ଆଗାମୀ ଜନ୍ମରେ ଛେଳି ଜନ୍ମ ନେଇଥାନ୍ତି ।

9- ବାସନାରେ ମୋହିତ ହେବା : କୌଣସି ପୁରୁଷ ଅନ୍ୟ ସ୍ତ୍ରୀ ପ୍ରତି ଖରାପ ନଜର ରଖିଥାନ୍ତି ବା କାମନା ବାସନାରେ ବୁଡି ରହିଥାନ୍ତି ସେମାନେ ପର ଜନ୍ମରେ ଗଧ ଯୋନିରେ ଜନ୍ମ ମିଳିଥାଏ ।

10- ବ୍ୟାଭିଚାର କରୁଥିବା ସ୍ତ୍ରୀ : ଯେଉଁ ସ୍ତ୍ରୀ ନିଜ ସ୍ଵାମୀ କୁ ଛାଡି ପର ପୁରୁଷ ପ୍ରତି ନଜର ରଖିଥାନ୍ତି ବା ବ୍ୟାଭିଚାରିଣୀ ହୋଇଥାନ୍ତି ସେମାନେ ମୃତ୍ୟୁ ପରେ ଝିଟପିଟି ବା ଚମଗାଦଡ ଯୋନି ରେ ଜନ୍ମ ହୋଇଥାଏ ।

11- ଆତ୍ମହତ୍ୟା କରିବା : ମଣିଷ ଜୀବନ ବହୁତ କଷ୍ଟରେ ମିଳିଥାଏ । କିନ୍ତୁ କିଛି ଅଜ୍ଞାନୀ ଲୋକ ଜୀବନକୁ ତୁଛ ମନେ କରି ଆତ୍ମହତ୍ୟା କରିଥାନ୍ତି । ଏଭଳି ବ୍ୟକ୍ତି ପର ଜନ୍ମରେ ସାପ ଯୋନିରେ ଜନ୍ମ ନେଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *