ମାର୍ଗଶିର ମାସ ଗୁରୁବାରରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ- Ajira Anuchinta

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତିଙ୍କୁ ପୂଜାର୍ଚନା କରାଯାଏ । ଗୁରୁବର ଦିନ ମାତା ଲକ୍ଷମୀଙ୍କର ବହୁତ ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟା ଦିନ ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚନା କରିବା ଦ୍ଵାରା ଗୃହକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଜ୍ୟୋତିଶ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ତଙ୍କ ଦେବତା ବୋଲି କୁହାଯାଇ ଥାଏ ।

ଏପରିକି ଆମ ଜୀବନର ସବୁ ଚାବି କଠୀ ବୃହସ୍ପତିଙ୍କ ପାଖରେ ଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛିକି ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ଦ୍ରୁଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନହିଁ ।

ଗୁରୁବାରେ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ , ଏଠି ସହିତ ଗୁରୁବାରରେ କଣ କାଲେ ଶୁଭ ଫଳ ମିଳିଥାଏ । ଗୁରୁବାରରେ ବିଳମ୍ବ ଯାଏ ସୁଅନ୍ତୁ ନହିଁ । ଏହି ଦିନ ସଖାଲୁ ଉଠି ପ୍ରଥମେ ଘର ଦ୍ଵାରା ସଫା କରିବା ଆବଶ୍ୟକ । ସକାଳୁ ଉଠିବ ପରେ ବାସି ବିଛଣା ପକାଇ ପୂଜା କରନ୍ତୁ ନହିଁ । ପ୍ରଥମେ ବାସି ବିଛଣା ଉଠାଇ ଘର ଝାଡୁ କରନ୍ତୁ । ପରେ ଘର  ପୋଛିବା ପରେ ପୂଜା କରନ୍ତୁ । ଗୁରୁବାରରେ ପ୍ରଥମେ ବୃନ୍ଦାବତୀଙ୍କୁ ପୂଜା କରିବା ପରେ ଠାକୁର ଘରେ ପୂଜା କରନ୍ତୁ ।

ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ ଦେବ ଗୁରୁଙ୍କର ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ହୋଇଥାଏ । ଗୁରୁବାର ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଗୁରୁବାରରେ ହଳଦିଆ ରଙ୍ଗର ଜିନିଷ ଦାନ କରିବା ଶୁଭ ବୋଲି କୁହାଯାଏ । ଏହି ଦିନ ହଳଦୀ ଚନାଡାଲି କିମ୍ବା କଦଳୀ ଦାନ କରନ୍ତୁ । ଏହା ଦ୍ଵାରା ଗୁରୁବାର ଦିନ ବୃହସ୍ପତିଙ୍କର ମନ୍ତ୍ର ୧୦୮ ଥର ଜପ କରନ୍ତୁ । ନିଶ୍ଚିତ ଭାବରେ ଶୁଭ ଫଳ ମିଳିବ ।

ଗୁରୁବାରକୁ ମା ଲକ୍ଷ୍ମୀଙ୍କର ବାର ବୋଲି ମଧ୍ୟ କୁହାଯାଏ । ଏହି ଦିନ ଲାଲ ରଙ୍ଗର କପଡା ଉପରେ କିଛି ଧାନ ବିଛାଇଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ । କିଛି ଧଳା ପୁଷ୍ପ ମଧ୍ୟ ମାଙ୍କ ଉପରେ ଦିଅନ୍ତୁ । ଗୁରୁବାର ଦିନ ଭୁଲରେ ବି ଘରେ ଆମିଷ ରାନ୍ଧନ୍ତୁ ନହିଁ କି ଆମିଷ ଖାଆନ୍ତୁ ନହିଁ ।  ଗୁରୁବାର ୧୨ ଟା ପରେ କାହାକୁବି ଭିକ୍ଷା ଦିଅନ୍ତୁ ନହିଁ । ଏହି ବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନହିଁ ।

ଏପରି କାଲେ ଘରୁ ମାତା ଲକ୍ଷ୍ମୀ ଘରୁ ଛାଡି ଚାଲି ଯାଇଥାନ୍ତି । ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ନିଷେଧ  । ସନ୍ଧ୍ୟା ସମୟରେ ଝୁଣା ଜଳାଇ ଘର ସାରା ବୁଲାନ୍ତୁ । ଏହା ଦ୍ଵାରା ଆଖପାଖରେ ଥିବା ବାତାବରଣ ସୁଧ ହେବା ସହିତ  ନକରାତ୍ମକ ଶକ୍ତି ଘର ମଧ୍ୟରୁ ଦୁରାଇ ଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *