ମାର୍ଚ୍ଚ ୨୬ ରେ ପୁଣିଥରେ ହେବାକୁ ଯାଉଛି ଭାରତ ବନ୍ଦ, ଦେଖନ୍ତୁ କଣ ଖୋଲା କଣ ବନ୍ଦ!

ବନ୍ଧୁଗଣ, ନୂଆ କୃଷି ଆଇନ ସମ୍ବନ୍ଦରେ ତେଜିଛି ଆନ୍ଧୋଳନ । ମାର୍ଚ୍ଚ ୨୬ ତାରିଖରେ କୃଷକ ସଂଗଠନ ପକ୍ଷରୁ ପୁଣି ଥରେ ହେବାକୁ ଯାଉଅଛି ଭାରତ ବନ୍ଦ । ବନ୍ଧୁଗଣ ଗତ ବର୍ଷ କରୋନା ରେ ସମଗ୍ର ବିଶ୍ଵ ବାସୀ ବହୁତ ଦୟନୀୟ ଅବସ୍ଥା ରେ ଗତି କରିଛନ୍ତି । ଏହାପରେ ଟିକିଏ ସ୍ଥିତି ସୁଧୁରିଲା ବେଳକୁ ସରକାରଙ୍କର ନାନା ପ୍ରକାର ନିୟମ ପରିବର୍ତ୍ତନ ଏବଂ ଯୋଜନା ମାନ ସମାଜକୁ ବହୁତ ପ୍ରଭାବିତ କରି ଚିନ୍ତାର ବିଷୟ ହୋଇଛି ।

ସାଧାରଣ ଜନତା ବସ୍ତୁ ଗୁଡିକର ମୂଲ୍ୟ ବୃଦ୍ଧି ଯୋଗୁଁ ବହୁତ ଅସୁବିଧାର ସମୁଖିନ ହେଉଛନ୍ତି । ଏହାକୁ ନେଇ ବର୍ତ୍ତମାନ କୃଷି ସଂଗଠନ ଆନ୍ଦୋଳନକୁ ଓଲ୍ଲହାଇ ଆସିଅଛି । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ମାର୍ଚ୍ଚ ୨୬ ତାରିଖରେ ହେବାକୁ ଯାଉଥିବା କୃଷି ଆନ୍ଦୋଳନ ରେ କଣ ସବୁ ଖୋଲା ରହିବା ଏବଂ କଣ ସବୁ ବନ୍ଦ ରହିବ ? ବନ୍ଧୁଗଣ କେନ୍ଦ୍ରର ନୂତନ କୃଷି ଆଇନ ଉପରେ ତେଜିଛି ଆନ୍ଧୋଳନ । ଏଥିପାଇଁ ମାର୍ଚ୍ଚ ୨୬ ରେ ଭରତ ବନ୍ଦ ର ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ ।

ଦେଶର କୃଷକ ସଂଗଠନ ସହିତ ଦେଶର ବିଭିନ୍ନ ଶ୍ରମିକ ଏବଂ ଟ୍ରାନ୍ସପୋର୍ଟ ସଂଗଠନ ଆଲୋଚନା ପରେ ଏହି ନିସ୍ପତି ଟି ନିଆଯାଇଛି । ବୈଠକରେ ୨୬ ମାର୍ଚ୍ଚ ରେ ଭାରତକୁ ବନ୍ଦ କରାଯିବ ବୋଲି ଜଣା ଯାଇଛି । ବନ୍ଧୁଗଣ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଦିଲ୍ଲୀ ସୀମାରେ ବିଭିନ୍ନ କୃଷକ ସଂଗଠନ ଆନ୍ଧୋଳନ ଚଳାଇ ଆସିଛନ୍ତି । ସେମାନେ ମାର୍ଚ୍ଚ ୨୬ ରେ ଚକା ଜାମ କରି ଶକ୍ତି ପ୍ରଦର୍ଶନ କରିବେ ।

ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହେବାକୁ ଯାଉଥିବା ବନ୍ଦରେ ତୈଳ ଏବଂ ଗ୍ଯାସ ଦର ବୃଦ୍ଧି ବିଭିନ୍ନ ସରକାରୀ ଉଦ୍ୟଗୋର ଘରୋଇକରଣ ପ୍ରତିବାଦରେ ମଧ୍ୟ ବନ୍ଦ ପାଳନ କରାଯିବ ବୋଲି ସଂଯୁକ୍ତ କିଶାନ ସଂଗଠନ ଘୋଷଣା କରିଛନ୍ତି । ଅପର ପାର୍ସ୍ବୋରେ ଗ୍ରୀଷ୍ମ ଯୋଗୁଁ ଖରା ମାଡ ଖାଉଥିବା ଚାଷୀ ମାନେ ସଡକ ଉପରେ ପକ୍କା ଘର ନିର୍ମାଣ କରିବା ମଧ୍ୟ ଆରମ୍ଭ କରିଛନ୍ତି । ବନ୍ଧୁଗଣ ଖବର ସୂତ୍ରରୁ ନଜରକୁ ଆସିଅଛି ଦେଶର କୃଷକ ସଂଗଠନ ସହିତ ଦେଶର ବିଭିନ ଶ୍ରମିକ ସଂଗଠନ ର ଆଲୋଚନା ପରେ ଏହି ନିଷ୍ପତ୍ତିଟି ନିଆଯାଇଛି ଯେ ମାର୍ଚ୍ଚ ୨୬ ଅର୍ଥାତ ଆଗାମୀ ୨୬ ତାରିଖ ଦିନ ଭାରତ ବନ୍ଦ ରହିବ ।

ବନ୍ଧୁଗଣ ଆପଣଙ୍କ ସୂଚନା ପାଇଁ ଜଣାଇ ଦେବାକୁ ଯାଉଛୁ ଯେ, ଏହା ସକଳ ୬ ରୁ ଆରମ୍ଭ ହୋଇ ସନଦ୍ୟା ୬ ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟରେ ଟ୍ରେନ, ଅଟୋ, ବାଇକ, ସମସ୍ତ ଚଳାଚଳ ବନ୍ଦ ରହିବ । ମାତ୍ର ସମସ୍ତ ଜରୁରୀ କାଳୀନ ସେବା ଯେପରିକି ଆମ୍ବୁଲାଂସ, ବିବାହ ଉଶ୍ଚବ ଆଦି ଚାଲୁ ରହିବ । ଏବଂ ମେଡ଼ିସିନ ଦୋକାନ ଗୁଡିକ ଖୋଲା ରହିବ । ବନ୍ଧୁଗଣ ସରକାର ନିଜ ନିସ୍ପତି ରେ ଅତଳ ଥିବାବେଳକୁ ସାଧାରଣ ଜନତା ବହୁତ ହଇରାଣ ହେଉଛନ୍ତି । ଏହି ସମ୍ବନ୍ଦରେ ଆପଣଙ୍କ ମତାମତ କଣ ଅଟେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *