ବନ୍ଧୁଗଣ ଗତ ବର୍ଷ ମହାମାରୀ ଆସି ସମସ୍ତଙ୍କୁ ବହୁତ ସମସ୍ୟାରେ ପକାଇ ଦେଇଛି । କୋରନା ର ପ୍ରଭାବ ଏ ପର୍ଯ୍ୟନ୍ତ ଥମିବାରେ ନାହିଁ । ଯଦିଓ ଟିକେ ମାତ୍ରାରେ କମି ଯାଇଥିଲା ପୁଣି ତାହା ଆସି ବହୁତ ଚିନ୍ତାର କାରଣ ହେଲାଣି । ବନ୍ଧୁଗଣ ଏହି କୋରନା ଯୋଗୁ ଅଧିକରୁ ଅଧିକାଂଶ ପରିବାର ଛିନ୍ନ ବିଛିନ୍ନ ହୋଇଯାଇଛି । ଶିକ୍ଷା କ୍ଷେତ୍ର, କାର୍ଯ୍ୟ କ୍ଷେତ୍ର ତଥା ଯାତାୟାତରେ ବହୁତ ବଡ ସମସ୍ଯା ଉପୁଜିଛି । ରୋଜଗାରର ବାଟ ସଂପୂର୍ଣ୍ଣ ଭାବେ ବନ୍ଧ ହୋଇ ସାରିଛି ।
ଏହିଭଳି ପରିସ୍ଥିତିରେ ରାଜ୍ୟ ସରକାର ମାର୍ଚ୍ଚ ମାସ ଠାରୁ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଆସନ୍ତୁ ଜାଣିବା ତାହା ସବୁ କଣ କଣ ଅଟେ । ରାଜ୍ୟ ସରକାରଙ୍କ ନୂଆ ଗାଇଡ ଲାଇନ;-
୧- ଏଥିରେ ଯାତ୍ରା କାରିଗର ମାନଙ୍କ ପାଇଁ ଖୁସି ଖବର, ୨୦୦୦ ଦର୍ଶକଙ୍କ ଉପସ୍ଥିତିରେ ଯାତ୍ରା କରି ପାରିବେ । ସାମାଜିକ ନିୟମ ଅନୁସାରେ କରୋନା ପାଇଁ ମାସ୍କ ବ୍ୟବହାର କରାଯିବ, ଏହା ସହିତ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରିବାକୁ ହେବ ।
୨- ଦୋକାନ ବ୍ୟବସାୟିକ ପ୍ରତିଷ୍ଠା ରେ ସାମାଜିକ ଦୂରତା ରକ୍ଷା କରିବେ ଏବଂ ନିୟମିତ ଭାବେ ମାସ୍କ ବ୍ୟବହାର କରିବେ । ମାର୍ଚ୍ଚ ମାସ ପାଇଁ ଏହି ସବୁ ନିର୍ଦେଶ ରହିଛି ରାଜ୍ୟ ସରକାରଙ୍କର ।
୩- ବିବାହ କ୍ଷେତ୍ରରେ ୫୦୦ ପର୍ଯ୍ୟନ୍ତ ବ୍ୟକ୍ତି ସାମିଲ ହୋଇ ପାରିବେ । ଏହା ସହିତ ସେଲୁନ ସ୍ପା, ମଧ୍ୟ କରୋନା କଟକଣା ସହିତ ଖୋଲା ରହିବ । ସମସ୍ତ ବ୍ଯବସାୟିକ ପ୍ରତିଷ୍ଠାନ ଖୋଲାଯିବ ମାତ୍ର ସମସ୍ତେ କରୋନା ର ଗାଇଡ ଲାଇନ କୁ ମାନି ଏହି ସବୁ କାର୍ଯ୍ୟରେ ଆଗେଇବେ ।
୪- ସର୍ବ ସାଧାରଣ ଜନତା ଏଣୁ ତେଣୁ ଛେପ ପକାଇବେ ନାହିଁ । ବନ୍ଧୁଗଣ ଏହା ସହିତ ବାହାରୁ ଆସିଥିବା ଯାତ୍ରୀ ମାନଙ୍କ ପ୍ରତି ଧ୍ୟାନ ଦେବାକୁ ହେବ । କାରଣ ଦ୍ଵିତୀୟ ସଂକ୍ରମଣ ଆସି ମହାରାଷ୍ଟ୍ର ରେ ପହଞ୍ଚିଲାଣି । ସମସ୍ତ ପ୍ରକାରର ନିୟମ ଅବଲମ୍ବନ କରି ସଜାଗ ରହି ଜୀବନ ଜାପାନ କରିବାକୁ ହେବ ।
ଯଦି ଉଚିତ ନିୟମ ପାଳନ ନ କରି ଆମେ ଜୀବନ ଜାପନ କରିବା ତେବେ ବହୁତ ବଡ ବିପତିର ସମୂଖୀନ ହେବାକୁ ପଡିବ, କାରଣ ମହାରାଷ୍ଟ୍ର ଏବଂ କେରଳ ଏବଂ ମଧ୍ୟ ପ୍ରଦେଶରେ କରୋନା ର ଦୁତୀୟ ସଂକ୍ରମଣ ପ୍ରକ୍ରିୟା ବଢିବାରେ ଲାଗିଛି । ବନ୍ଧୁଗଣ ସମସ୍ତେ ଟିକେ ଶାନ୍ତନା ପାଇଲା ବେଳକୁ କରୋନା ଭଳି ସଂକ୍ରମଣ ପୁଣି ଆସି ସମସ୍ତଙ୍କର ଚିନ୍ତାର କାରଣ ହୋଇଅଛି ।
ଗତ ବର୍ଷ ଏହା ଏତେ ମାତ୍ରାରେ ସମସ୍ତଙ୍କ ମାନସିକ ଏବଂ ବ୍ୟକ୍ତିଗତ ଜୀବନ ଉପରେ ବହୁତ ପ୍ରଭାବ ପକାଇଛି । ଆମ୍ଭ ମାନଙ୍କୁ ସାବଧାନତାର ସହିତ ସମସ୍ତ ନିୟମକୁ ପାଳନ କରିବାକୁ ହେବ । ବନ୍ଧୁଗଣ ଟିକେ ସାବଧାନତା ଅବଲମ୍ବନ ନ କରି ବହୁତ ବଡ ସମସ୍ୟାରେ ସାରା ବିଶ୍ଵ ଜଡିତ ହୋଇ ଏ ପର୍ଯ୍ୟନ୍ତ ରହିଅଛି ।
ମାର୍ଚ୍ଚ ମାସରେ ନୂତନ ଗାଇଡ ଲାଇନ ଆରମ୍ଭ ହେଉଛି ସତ ମାତ୍ର ସଠିକ ଭାବେ ଧ୍ୟାନର ସହିତ ସରକାରଙ୍କ ନିୟମ କୁ ମାନି ଚାଲିଲେ ସମସ୍ତଙ୍କ ପାଇଁ ତାହା ଉଚିତ ହେବ, ନଚେତ ବହୁତ ବଡ ବିପତ୍ତି ଆସି ଆମ ଦ୍ଵାରସ୍ଥ ହେବ ସେତେବେଳେ ସରକାର ମଧ୍ୟ ନିରୂପାୟ ହୋଇ ପୁଣି ଲକ ଡାଉନ , ସଟ ଡାଉନ ଭଳି ନିୟମ ଲାଗୁ କରିବେ । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିଷୟ ବସ୍ତୁ ଜାଣି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।