ଜାଣନ୍ତୁ ମାସରେ କେତେ ଥର ଶାରୀରିକ ସମ୍ପର୍କ ରଖିବା ଉଚିତ ?

ଆମ ସମାଜରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଦୁଇଟି ଶରୀର ଓ ଦୁଇଟି ଆତ୍ମାର ମିଳିନକୁ ବିବାହ କୁହାଯାଏ । ଯେଉଁ ବନ୍ଧନରେ ବାନ୍ଧି ହେବା ପରେ ଏ ସଂସାର ଆଗକୁ ବଢିଥାଏ । ଏହା ହେଉଛି ସଂସରାର ନିୟମ । ଯାହାକୁ ଆମେ ସମସ୍ତେ ମାନି ଚଳି ଆସୁଛେ । ତେବେ ବିବାହ ଯେମିତି ଆମ ସଂସାରର ଏକ ନିୟମ ବା ପ୍ରଥା ସେହିଭଳି ବିବାହ ପରେ ସୃଷ୍ଟିକୁ ଆଗକୁ ବଢାଇବା ପାଇଁ ଶାରୀରିକ ସମ୍ପର୍କ ମଧ୍ୟ ଅନିବାର୍ଜ୍ୟ । ଏହା ବିନା ସୃଷ୍ଟି ଆଗକୁ ବଢିପାରିବ ନାହିଁ ।

ଵିଵାହ ପରେ ସବୁ ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହେଉଛି ଏକ ସାଧାରଣ କଥା ସତ କିନ୍ତୁ ଏହା ଆମ ଜୀବନରେ ବହୁତ ଗୁରୁତ୍ବପୂର୍ଣ୍ଣ ମଧ୍ୟ ଅଟେ । କିନ୍ତୁ ଆଜି କାଲିର ପିଢୀ ଏହି ପବିତ୍ର ବନ୍ଧନକୁ ଏକ ସଉକ କରି ସାରିଲେଣି । ସେମାନଙ୍କ ପାଇଁ ଏହି ସମ୍ବନ୍ଧର ମୂଲ୍ୟ କିଛି ବି ନୁହେଁ, ସେମାନେ ଏହାକୁ ଏତେ ଗୁରୁତ୍ଵ ନ ଦେଇ କେହି ବି କାହା ସହ ଶାରୀରିକ ସମ୍ପର୍କ ରଖିବାକୁ ପଚଉ ନାହାନ୍ତି । ଆଜିକାଲିର ଯୁବ ପିଢୀ ଏବେ ପ୍ରେମ କରିବାରେ ବ୍ୟସ୍ତ ଏବଂ ସେମାନଙ୍କ ପାଇଁ ପ୍ରେମ ମାନେ ହେଉଛି କେବଳ ଶାରୀରିକ ସମ୍ପର୍କ। ଯାହାକି ଏକ ଭୁଲ ଧାରଣା ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ସେହି ଶାରୀରିକ ସମ୍ବନ୍ଧ ଉପରେ କିଛି ଗୁରୁତ୍ଵ ପୂର୍ଣ୍ଣ ତଥ୍ୟା ଦେବାକୁ ଯାଉଛୁ । ଏହା ପାଇଁ କିଛି ସମୟ ସୀମା ନିର୍ଧାରଣ କରାଯାଇଛି । ଯାହାଫଳରେ ସେହି ସମୟ ସୀମା ଭିତରେ ସମ୍ପର୍କ ରଖିବା ଦ୍ଵାରା କୌଣସି କ୍ଷତି ହୋଇ ନଥାଏ । ଏବଂ ଏହା ଦ୍ଵାରା ଶରୀରକୁ ବହୁତ ଫାଇଦା ମଧ୍ୟ ହୋଇଥାଏ । ଇଉରୋପରେ ଏକ ହଜ଼ାର ଲୋକ ଙ୍କୁ ନେଇ ଏହା ଉପରେ ଏକ ଗବେଷଣା  କରାଯାଇଥିଲା । ସେହି ଗବେଷଣା ଅନୁସାରେ ଯଦି କୌଣସି ଦମ୍ପତି ଏକ ମାସ ଭିତରେ ଏକୋଇଶ ଥର ସମ୍ବନ୍ଧ ରଖିବେ ତେବେ ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଦୁଶ୍ଚିନ୍ତା, ହୃଦଘାତ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଆହୁରି ମଧ୍ୟ ଜଣା ଯାଇଛି କି ଏକୋଇଶ ଥର ସମ୍ବନ୍ଧ ରଖିବା ଦ୍ଵାରା କୋଡିଏ ପ୍ରତିଶତ କ୍ୟାନ୍ସର ସମସ୍ୟା କମିଥାଏ । ତେଣୁ ଏହି ସୀମା ଭିତରେ ସମ୍ପର୍କ ରଖିଲେ କିଛି ଅସୁବିଧା ହୁଏ ନାହିଁ। ଯଦି ଆପଣ ଏହି ବିଷୟରେ ଅବଗତ ନଥିଲେ ତେବେ ଆଜି ଠାରୁ ଏହି ନିୟମକୁ ମାନି ଚଲାନ୍ତୁ । ଦେଖିବେ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିବା ସହ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *