ମଥାରେ ଥିବା ଏହି ରେଖା କଣ ଦେଇଥାଏ ଭବିଷ୍ୟତର ସୂଚନା ଜାଣନ୍ତୁ ରହସ୍ୟ | Ajira anuchinta

ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୌଣସି ବି ବ୍ୟକ୍ତିର ମଥାର ରେଖାକୁ ଦେଖି ଆପଣ ଜାଣି ପାରିବେ କି ସେ ବ୍ୟକ୍ତି ଜଣକ କେତେ ଭାଗ୍ୟଶାଳୀ । ମଥାର ରେଖା ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ବହୁତ କିଛି ସୂଚନା ଦେଇଥାଏ । ମଥାରେ ଦେଖାଯାଉଥିବା ସମସ୍ତ ରେଖାର ଭିନ୍ନ ଭିନ୍ନ ରହସ୍ୟ ଅଛି । ଯାହାକି ବ୍ୟକ୍ତିର ଧନ, ସ୍ୱାସ୍ଥ୍ୟ, ବ୍ୟବସାୟ ଓ ପାରିବାରିକ ବିଷୟରେ ବହୁତ କିଛି କହିଥାଏ । ପ୍ରାୟତଃ ସମସ୍ତଙ୍କ ମୁଣ୍ଡରେ ୫ ରୁ ୬ ଟି ରେଖା ନଜର ଆସିଥାଏ ।

ଏହି ସମସ୍ତ ରେଖା କେତେକ ମଥାରେ ଭଲ ଭାବରେ ଦେଖାଯାଏ ତ କେତେକ ମଥାରେ ସଠିକ ରୂପରେ ନଜର ଆସେ ନାହିଁ । ଆଜି ଆମେ ଆପଣଙ୍କୁ ମଥାରେ ନଜର ଆସୁଥିବା ଏହି ସମସ୍ତ ରେଖା ବିଷୟରେ କହିବୁ ଓ ଏହାର ବିଶେଷତ୍ଵ ବିଷୟରେ ବି କହିବୁ ।

· ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ପ୍ରଥମ ରେଖା ଧନ ସହ ଜଡିତ ଅଟେ । ଯେଉଁ ବ୍ୟକ୍ତିର ମଥାର ଧନର ରେଖା ଅର୍ଥାତ ପ୍ରଥମ ରେଖା ଯେତେ ସ୍ପଷ୍ଟ ଦେଖାଯାଏ ସେହି ବ୍ୟକ୍ତି ସେତିକି ଧନବାନ ହୋଇଥାଏ । କିନ୍ତୁ ମଥାର ଏହି ପ୍ରଥମ ରେଖା ଯଦି ସ୍ପଷ୍ଟ ଦେଖାଯାଏ ନାହିଁ ତେବେ ଏହା ସୂଚିତ କରିଥାଏ କି ସେମାନଙ୍କ ଜୀବନରେ ସବୁବେଳେ ଧନର ସମସ୍ୟା ରହିବ ।

· ମଥାର ଦ୍ଵିତୀୟ ରେଖା ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଥାଏ । ଯଦି କୌଣସି ବ୍ୟକ୍ତିର ମଥାର ଦ୍ଵିତୀୟ ରେଖା ଗାଢ ଓ ପରିଷ୍କାର ନଜର ଆସୁଛି ତେବେ ଜାଣି ନିଅନ୍ତୁ କି ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ଯଦି ଏହି ରେଖା ଭଲ ଭାବରେ ଦେଖା ନ ଯାଏ ତେବେ ବ୍ୟକ୍ତିକୁ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବ ।

· ମଥାର ତୃତୀୟ ରେଖା ବ୍ୟକ୍ତିର ଭାଗ୍ୟ ସହ ଜଡିତ ଅଟେ । ଏହି ରେଖା ବହୁତ କମ ଲୋକମାନଙ୍କ ମଥାରେ ଦେଖିବାକୁ ମିଳେ । କିନ୍ତୁ ଯଦି ଆପଣଙ୍କ ମଥାରେ ଏହି ରେଖା ସ୍ପଷ୍ଟ ଦେଖାଯାଉଛି ତେବେ ଆପଣ ବହୁତ ଭାଗ୍ୟଶାଳୀ । ଏମାନଙ୍କୁ ଜୀବନରେ ସବୁବେଲେ ସଫଳତା ମିଳିଥାଏ ।

· ଚତୁର୍ଥ ରେଖା ଜୀବନର ଉଥାନ ପତନ ସହ ଜଡିତ ଅଟେ । ୨୬ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଜୀବନରେ ଦେଖାଯାଉଥିବା ସମସ୍ୟା ଓ ସଂଘର୍ଷ ବିଷୟରେ ଏହା ଆପଣଙ୍କୁ ସୂଚିତ କରିଥାଏ । ଏହି ରେଖା ଥିବା ବ୍ୟକ୍ତିମାନେ ୪୦ ବର୍ଷ ବୟସରେ ସଫଳତାର ଶୀର୍ଷରେ ପହଞ୍ଚି ଥାନ୍ତି । ଏମାନଙ୍କ ଜୀବନରେ ଆର୍ଥିକ ଅବସ୍ଥା ଉତ୍ତମ ରହିଥାଏ ।

· ମଥାରେ ଯଦି ପଞ୍ଚମ ରେଖା ଦେଖା ଯାଉଛି ତେବେ ଏହା ବିପଦ ଜଣକ ଅଟେ । ଏହି ରେଖା ଆପଣଙ୍କ ଜୀବନର କଷ୍ଟ ଓ ଚିନ୍ତାକୁ ଦର୍ଶାଇଥାଏ ।

· ମଥାରେ ଷଷ୍ଠ ରେଖା ନଜର ଆସୁଥିବା ବ୍ୟକ୍ତିମାନେ ଆଶା ଠାରୁ ଅଧିକ ଉନ୍ନତି କରିଥାନ୍ତି । ଏହାକୁ ଦେଇବିକ ରେଖା ବୋଲି କୁହାଯାଏ । ଏହାର ଅର୍ଥ ଏମାନଙ୍କ ଉପରେ ଦୟବିକ ଶକ୍ତି ଅଛି । ଏହି ବ୍ୟକ୍ତିଙ୍କ ଜୀବନରେ ଆଶା ଠାରୁ ଅଧିକ ଉନ୍ନତି ହୋଇଥାଏ ।

Leave a Reply

Your email address will not be published. Required fields are marked *