ଚୁଟି ପାଚିବା ଆଗକାଳ ଲୋକଙ୍କର ବୃଦ୍ଧା ଅବସ୍ଥା ରେ ହେଉଥିଲା କିନ୍ତୁ ଏବେ କମ ବୟସରୁ ସମସ୍ତଙ୍କର ବି ଚୁଟି ପାଚିବା ଏକ ବଡ ସମସ୍ୟା ର କାରଣ ହୋଇଯାଇଛି । କମ ବୟସ ରେ ଚୁଟି ପାଚିବା ବଢୁଥିବା ବୟସର କାରଣ ନୁହେଁ ହେଲେ ଦିନ ମାନଙ୍କ ଚିନ୍ତା, ଖରାବ ଓ ବାହାର ଖାଦ୍ୟ ଆଡୁକୁ ଇସାରା କରୁଛି । ଲୋକ ଏହି ଧଳା ଚୁଟି ପାଇଁ କେତେ କଣ କରୁଛନ୍ତି ଯେମିତିକି କଲର ଏବଂ ମେହେନ୍ଦି ଲଗାଉଛନ୍ତି କିନ୍ତୁ ଏହା ଅଧିକ ସମୟ ଚୁଟି କୁ କଳା ରଖି ପାରୁ ନାହାଁନ୍ତି ।
ଏବଂ ଏହି ସବୁ ଜିନିଷ ରେ କେତେ ପ୍ରକାର କେମିକାଲ ପାଇଁ ଚୁଟି ଆହୁରି ଖରାବ ହେଉଛି ।
ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟ ରେ କହିବୁ ଯାହା ଆପଣଙ୍କ ଚୁଟି ପାଇଁ ଅତି ଲାଭକରି ଅଟେ । ଆମେ କହିବାକୁ ଯାଉଛୁ ବାଦାମ ତେଲ ବିଷୟରେ, ଏହାକୁ ମେହେନ୍ଦି ସହ ମିସାଇ ଲଗାଇଲେ ଆପଣଙ୍କ ଚୁଟି ବହୁତ ସମୟ ଯାଏ କଳା ଓ ଭଲ ରହିବ ।
ଆସନ୍ତୁ ଜାଣିବା ଏହାକୁ କେମିତି ଲଗାଇବା :
ସାମଗ୍ରୀ :
ମେହେନ୍ଦି ଓ ବାଦାମ ତେଲ
ଏହାକୁ କେମିତି ପ୍ରସ୍ତୁତ କରିବେ:
ଆଗ ଗୋଟେ ପାନ ରେ କିଛି ମାତ୍ରା ରେ ପାଣି ନିଅନ୍ତୁ ତା ପରେ ସେହି ପାଣି ରେ ମେହେନ୍ଦି ଓ ବାଦାମ ତେଲ ମିଶାଇ ଟିକେ ସମୟ ଗ୍ୟାସ ରେ ରଖନ୍ତୁ । ଯେତେବେଳେ ଏହା ପୂର୍ଣ ରୂପେ ମିଶିଯିବ ଏହାକୁ ଓହ୍ଲାଇ ଥଣ୍ଡା କରିନିୟନ୍ତୁ ।
ପ୍ରୟୋଗ କେମିତି କରିବେ :
ଏହି ମିଶ୍ରଣକୁ ଭଲକିରି ଚୁଟି ଉପରେ ଲଗାନ୍ତୁ ଏବଂ ୩୫-୪୦ ମିନିଟ୍ ପାଇଁ ଛାଡି ଦିୟନ୍ତୁ । ଯେତେବେଳେ ଏହା ପୂର୍ଣ୍ଣତଃ ସୁଖୀ ଯିବ ତା ପରେ ଏହାକୁ ଧୋଇ ଦିୟନ୍ତୁ । ୨ ସପ୍ତାହ ରେ ଥରେ ଏହାକୁ ଲଗାନ୍ତୁ, ଏହା ଆପଣଙ୍କ ଚୁଟି କୁ କଳା ଓ ଭଲ ରଖିବ ।
ବାଦାମ ତେଲ ଚୁଟିପାଇଁ କେତେ ଭଲ ଆସନ୍ତୁ ଜାଣିବା :
ଚୁଟି ଝଡିବା, କଡା ଚୁଟି ଓ ଚୁଟିର ଅନ୍ୟ ସମସ୍ଯା ପାଇଁ ବାଦାମ ତେଲ ବହୁତ ଲାଭକରି ଅଟେ । ବାଦାମ ତେଲ ସ୍କାଳ୍ପ ସମସ୍ଯା ରୁ ବି ଆରାମ ଦିଏ । ବାଦାମ ତେଲ ରେ ଥିବା ଭିଟାମିନ ଇ ଚୁଟି ବଢିବାପାଇଁ ଅତି ଆବଶ୍ୟକ ଅଟେ ଓ ଚୁଟି କୁ ପୋଷଣ ଦେଇ ଥାଏ, କେବଳ ଏହା ନୁହେଁ ଏହା ଚୁଟିକୁ ସଫ୍ଟ ଏବଂ ଶାଇନୀ ବନେଇ ଥାଏ ।