ମୀନ ରାଶି ପାଇଁ ୨୦୨୧ ମସିହା ଟି ଆର୍ଥିକ ଦୃଷ୍ଟିରୁ ବହୁତ ଭଲ ରହିବ। ରୋଜଗାର ରେ ଆପଣ ସବୁ ସୀମା ପାର କରିଯିବେ। ନିଜସ୍ୱ ବ୍ୟବସାୟ ଆପଣ ଏପ୍ରିଲ କିମ୍ବା ମେ ମାସ ରୁ ଆରମ୍ଭ କରି ପାରିବେ।
ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଶରୀର ସୁସ୍ଥ ରହିବ।ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଦୂର ସ୍ଥାନକୁ ଯାତ୍ରା କରି ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ ।
ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । ଆର୍ଥିକକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ।ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ।
ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । କର୍ମକ୍ଷେତ୍ରରେ ମଧ୍ୟ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ । ବ୍ୟାବସାୟିକ କାର୍ଯ୍ୟ ଲାଗି ଦିନଟିଏ ଭଲ ରହିବ । କିନ୍ତୁ ଅର୍ଥ ସମ୍ପର୍କୀୟ ବ୍ୟତିକ୍ରମ ମାଧ୍ୟମରେ ଚିନ୍ତିତ କରାଇପାରେ । ଅଫିସରେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମନରେ ସରସତା ରହିବ ନାହିଁ । ନିର୍ମାଣ କାର୍ଯ୍ୟ ଆକସ୍ମିକ ଭାବେ ଅଟକି ଯିବ । ପ୍ରଶାସନିଳ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ ।
ପରିବହନ, ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିରେ ଚାପ କ୍ରମଶଃ ବଢ଼ିପାରେ । ସ୍ଵାସ୍ଥ୍ୟରେ ଆଂଶିକ ଉନ୍ନତି ଆସିବା ସଙ୍ଗେସଙ୍ଗେ ପାରିବାରିକ ସ୍ଥିତିରେ ସୁସ୍ଥ ରହିବ । ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ନିଜର ଚତୁରତା ଓ ପତିଆରା ଯୋଗେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷକୁ ଆଣି ପାରିବେ।
ବ୍ୟବସାୟ କ୍ଷେତ୍ରରେ କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ କଥାବାର୍ତ୍ତା ଓ ବ୍ୟବହାର ନିୟନ୍ତ୍ରଣ ନକଲେ ଲୋକ ସଂପର୍କରେ ବାଧା ଉପୁଯିବ। ପ୍ରେମିକ ପ୍ରେମିକାମାନଙ୍କର ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ। ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।