ମୋ ପୁଅ ବୋହୂ ସୁଖରେ ଘର ସଂସାର କରନ୍ତୁ, ମୋ ବୋହୂ ମୋ…. ଦେଖନ୍ତୁ କଣ କହୁଛନ୍ତି Ashwinଙ୍କ ମା’

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଓଲିଉଡ ଜଗତରେ ଚାଲିଛି ବିବାହର ସିଜିନ । ଜଣଙ୍କ ପରେ ଜଣେ ସେଲିବ୍ରେଟି ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଆଉ ନିଜର ନୂଆ ଦୁନିଆ ଗଢିବାକୁ ଯେଉଁ ସ୍ଵପ୍ନ ଦେଖିଥିଲେ ସେଲିବ୍ରେଟି ମାନେ ତାହା ପୂରଣ ହେଉଛି । ଏହାରି ମଧ୍ୟରେ ଅନେକ ଲୋପ୍ରିୟ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଅଭିନେତା ଅସବନୀ ମହୀ ଅଭିନେତ୍ରୀ ପ୍ରେରଣା ଙ୍କୁ ବିବାହ କରି ସାରିଛନ୍ତି ।

ଏହି ଦୁଇ କଳାକାର ଟେଲିଭିଜନ ଜଗତର ଜଣେ ନାମିଦାମୀ ତଥା ଜଣାଶୁଣା କଳାକାର ଅଟନ୍ତି । ଦୁହିଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି ଆଉ ଭଲ ପାଇବା ମଧ୍ୟ ଦେଇଥାନ୍ତି । ଅଶ୍ଵିନୀ ଓ ପ୍ରେରଣା ଅନେକ ସାରା ଟିଭି ସିରିଏଲରେ ଜବରଦସ୍ତ ଅଭିନୟ କରି ଲୋକଲୋଚନ କୁ ଆସିଛନ୍ତି । ତେବେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଗତ କାଲି । ଅଶ୍ଵିନୀ ଙ୍କ ପୁରା ପରିବାର ତାଙ୍କ ବାହାଘରକୁ ନେଇ ବେଶ ଖୁସି ଥିବାର ବ୍ୟକ୍ତ କରିଛନ୍ତି ।

ଅଶ୍ଵିନୀ ରାଜଗାଦି ରେ ବସି ବର ବେଶ ସାଜି ଖୁବ ଧୁମ ଧାମ ରେ ବରଯାତ୍ରୀ ନେଇ ଯାଇଛନ୍ତି ପ୍ରେରଣା ଙ୍କୁ ଆଣିବା ପାଇଁ । ବରଯାତ୍ରୀ ଯାଇଥିବା ସମସ୍ତେ ଖୁବ ଜୋର ରେ ଦ୍ୟସନା ମଧ୍ୟ କରିବାର ନଜର ଆସିଛନ୍ତି । ତାଙ୍କ ବାହାଘର ଖୁବ ଜାକଜକମ ରେ ଶେଷ ହୋଇଛି । ତେବେ ନିଜ ପୁଅ ବାହାଘର କୁ ନେଇ ପ୍ରତେକ ମା ସ୍ଵପ୍ନ ଦେଖିଥାଏ କି କେମିତି ନୂଆ ବୋହୂ ଆସିବ ମୋ ପୁଅ ବୋହୂ ଭଲରେ ଘର ସଂସାର ଗଢିବେ । ଏମିତି ଅନେକ ସୁନେଲି ସ୍ଵପ୍ନ ଆଉ ଆଶା ରହିଥାଏ ପ୍ରତେକ ମା ଙ୍କ ମନରେ ।

ଠିକ ସେମିତି ଅଶ୍ଵିନୀ ଙ୍କ ମା ଙ୍କର ମଧ୍ୟ ନିଜ ପୁଅ ବାହାଘରକୁ ନେଇ ଯେଉଁ ସ୍ଵପ୍ନ ଥିଲା ତାହା ଆଜି ସାକାର ହୋଇଛି । ଏ ନେଇ ଅଶ୍ଵିନୀ ଙ୍କ ଗଣ ମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି କି “ମୋ ପୁଅକୁ ସମସ୍ତେ ଏତେ ଭଲ ପାଉଛନ୍ତି ବୋଲି ସେଟା ମୋର ବହୁତ ବଡ ଖୁସି । ମୋ ବୋହୂ ଝିଅ ଭଳି ରହିବ ମୋ ଘରେ । ସେ ତା ସଂସାର ନିଜେ ସଜାଡି ରଖିବ । ଏତିକି ଇଚ୍ଛା ଅଛି ମୋର । ଅଶ୍ଵିନୀ ଓ ପ୍ରେରଣା ଦୁହେଁ ଏକାଠି ମିଶି ଭଲରେ ସଂସାର କରନ୍ତୁ ।

ସଂସାର କରିବାକୁ ହେଲେ କିଛି ତ୍ୟାଗ କରିବାକୁ ପଡିବ । କିଛି ହରାଇବାକୁ ପଡିବ ଏ ସବୁ କରିବା ପରେ ଯାଇ ସଂସାର କରି ପାରିବା । ମୋ ପୁଅ ବୋହୁ ଭଲରେ ଘର ସଂସାର କରନ୍ତୁ ଆଉ କଣ କହିବି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଶ୍ଵିନୀ ଓ ପ୍ରେରଣା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *