‘ବାପା କହୁଛି, ମୋ ସ୍ୱାମୀକୁ ମାରି ମୋତେ ବିଧବା କରିବ, ମୋ ଧନକୁ ବଞ୍ଚେଇ ଦିଅ…’ ନବ ବିବାହିତା ଝିଅ ନିଜ ବାପାଙ୍କ ବିଷୟରେ ଯାହା କହୁଛି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବାପା କହୁଛନ୍ତି ମୋ ମଥାର ସିନ୍ଦୁର ପୋଛି ଦେବେ ମୋତେ ବିଧବା କରି ଦେବେ । ଆମେ ଦୁହେଁ ପରସ୍ପରକୁ ଭଲ ପାଉଥିଲୁ । ପରିବାକୁ ବୁଝାଇ ବାହା ହେବ ପାଇଁ ସ୍ଥିର ମଧ୍ୟ କରିଥିଲୁ ଆଉ ସେଥିପାଇଁ ନିର୍ବନ୍ଧ ସାରିଥିଲା । ଆଉ ରୀତିନୀତି ଅନୁଯାୟୀ ବରଧରା ଆସି ବରକୁ ନିମନ୍ତ୍ରଣ କରି ଯାଇଥିଲା । ବରଯାତ୍ରୀ ନେଇ ରୋଷଣୀ କରି ବର ପହଞ୍ଚିଥିଲା କନ୍ୟା ଘରେ । ଭୋଜି ବି ହେଲା ବର ବରଣୀ ପାଇଁ ବେଦିରେ ବସିଲା । କିନ୍ତୁ ବେଦିରେ ଅଟକି ଗଲା ବାହାଘର । ପୁଣି ପୂର୍ବ ଶତ୍ରୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ଆରମ୍ଭ ହେଲା ।

ଆଉ ବଳି ପଡିଗଲା ଦୁଇ ଜଣଙ୍କର ପ୍ରେମ । ରାତି ପାହିଲା ପରେ ବର ବରଯାତ୍ରୀ ଧରି ଫେରିବା ସମୟରେ କନ୍ୟା ଜିଦି ଧରିଲା ବର ସାଙ୍ଗରେ ଆସିବାକୁ । ଆଉ ତା ପରେ ବର ଘର ଆଗରେ ବନ୍ଧା ହେଲା ବେଦି ବାହାଘର ବି ହେଲା । ବାହାଘର ଗୋଟେ ଦିନ ପୁରୁଛି କି ନାହାଇ ଶାଶୁଘରେ ପହଞ୍ଚିଗଲେ ବଡବାପାଙ୍କ ସହ ପରିବାର ।

ଆଉ ତା ପରେ ଘରର ଜିନିଷପତ୍ର ଭାଙ୍ଗିବା ସହ ଧମକ ବି ଦେଇ ଆସିଲେ ତୋ ମଥାରୁ ସିନ୍ଦୁର ପୋଛି ଦେବୀ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନାନପୁର ଗାଁରେ । ଏହି ଗାଁର ଯୁବକ ବିଶ୍ଵନାଥ ବିଶ୍ଵାଳ ସେହି ଗାଁର ଯୁବତୀ ସ୍ମରଣିକା ନାୟକଙ୍କୁ ଭଲ ପାଉଥିଲେ । ଦୀର୍ଘ ୭ ବର୍ଷ ହେବ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା ।

ଆଉ ବାହାଘର ବେଦିରେ ଅଟକି ଯାଇଥିଲା ବାହାଘର । ଆଉ ତା ପରେ ବି ପ୍ରେମ ପାଇଁ ଝିଅ ଘର ଛାଡିଥିଲା । କନ୍ୟା କହୁଛନ୍ତି ତାଙ୍କ ପରିବାର ଲୋକେ ତାଙ୍କ ସ୍ବାମୀଙ୍କୁ ହାଣି ଦେବା ପାଇଁ ଧମକ ଦେଇ ଆସିଛନ୍ତି । ତେଣୁ ସେ ନିଜ ସିନ୍ଦୁରକୁ ବଞ୍ଚିବା ପାଇଁ ଅନୁରୋଧ କରୁଛନ୍ତି । ଏହି ଘଟନା ଘଟିବା ପରେ ବରର ପରିବାର ଲୋକେ ଅସ୍ତରଙ୍ଗ ନୟାଗଡ ଥାନାରେ ଏତାଲା ଦିଆଯାଇଛି ।

ଅଭିଯୋଗକୁ ଭିତ୍ତି କରି ନୂଆଗଡ ପୋଲିସ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଝିଅଟି ସୁରକ୍ଷା ପାଇଁ ଗଣ ମାଧ୍ୟମ ଜରିଆରେ ନିବେଦନ କରୁଛି । ତେବେ ଏଠି ଦେଖିବାର ରହିଲା ପ୍ରଶାସନ ଏହି ପ୍ରେମୀ ଯୁଗଳଙ୍କୁ କେମିତି ଆଇନଗତ ସୁରକ୍ଷା ଦେଇ ପାରୁଛି । ତେବେ ସୂଚନା ଅନୁଯାୟୀ ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ଶତ୍ରୁତା ପୂର୍ବ ରୁ ରହିଥିଲା ।

ଯାହା ପାଇଁ ବର କୁ ମାରିବା ପାଇଁ ଝିଅ ଘର ଲୋକ ଧମକ ଦେଇ ଯାଇଛନ୍ତି । ତେବେ ଦୁଇ ପ୍ରେମୀ ଆଉ ଆଗକୁ ଏକାଠି ହୋଇ ସଂସାର ଗଢି ପାରିବେ କି ନାହି ତାହା ତ ସମୟ କହିବ । କିନ୍ତୁ ସବୁଠାରୁ ବଡ କଥା ହେଉଛି ବାପା ହୋଇ କେମିତି ନିଜ ଝିଅର ମଥାର ସିନ୍ଦୁର ପୋଛିବା ଭଳି କଥା କହିପାରିଲେ ?

ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଅଭାବନୀୟ ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପଜେକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *