ମୋ ଝିଅ Lipsaକୁ କଲବଲ କରି ମାରିଦେଲେ ସିନିୟର ମାନେ.. ନର୍ସିଂ ପଢିବାକୁ ଯାଇଥିଲା କିନ୍ତୁ… ଦେଖନ୍ତୁ Video କେମିତି ବିକଳ ହୋଇ କାନ୍ଦୁଛନ୍ତି ମା’

ନମସ୍କାର ବନ୍ଧୁଗଣ । ମାଟିରେ ଗଡେଇ ତଡେଇ ହୋଇ କାନ୍ଦୁଛି ମା । କାନ୍ଦି କାନ୍ଦି ଯେମିତି ଚେତା ଶୂନ୍ୟ ହୋଇ ପଡୁଛି ମା । ରାତିରେ ମା କୁ ଝିଅ ଫୋନ କରିଥିଲା ଆଉ ସବୁ କିଛି ଠିକ ମଧ୍ୟ ଲାଗୁଥିଲା । କିନ୍ତୁ ସକାଳୁ ଝିଅ ଫ୍ୟାନ ରେ ଝୁଲି ପଡିଛି । ସବୁ ଦିନ ପାଇଁ ଆଖି ବୁଜି ଦେଇଛି ଲିପ୍ସା । ଆଉ ଏହି ଖବର ସହ୍ୟ ନ କରିପାରି ମା ଚିତ୍କାର କରି କାନ୍ଦି ଗଡି ଯାଉଛି । ଝିଅ ଲିପ୍ସା ସିନିୟର ମାନଙ୍କର ଟର୍ଚର ନ ସମ୍ଭାଳି ପାରି ଶେଷରେ ଜୀବନ ହଋ ଦେଇଛି । ଲିପ୍ସା ନର୍ସିଙ୍ଗ ପାଠ ପଢିବା ପାଇଁ ବାଲେଶ୍ଵର ଯାଇ ଏକ ଘରୋଇ ମେଡିକାଲରେ ନର୍ସିଙ୍ଗ କରୁଥିଲେ ।

ହେଲେ ସେଠାରେ ସିନିୟର ମାନଙ୍କର ଅତ୍ୟାଚାର ଦିନକୁ ଦିନ ବଢି ଚାଲିଲା । ଶେଷରେ ସେ ସହି ନ ପରି ଜୀବନ ହାରି ଦେଲେ । ବାଲେଶ୍ଵର ଜିଲା ସୋର ଥାନା ସବାରି ଅଞ୍ଚଳ ର ଗଙ୍ଗାଧର ବେହେରାଙ୍କ ଝିଅ ହେଉଛନ୍ତି ଲିପ୍ସା ରାଣୀ ବେହେରା । ବାଲେଶ୍ଵର ସ୍ଥିତ ଏକ ଘରୋଇ ନର୍ସିଙ୍ଗ ମେଡିକାଳରେ ପ୍ରଥମ ବର୍ଷ ର ଛାତ୍ରୀ ଥିଲେ ଲିପ୍ସା ।

ଗତ ରବିବାର ଦିନ ରାତିରେ ଗଙ୍ଗାଧର ଙ୍କ ନିକଟକୁ କଲେଜ ତରଫରୁ ଝିଅ ଗୁରୁତର ଅଛି ବୋଲି ଗୋଟେ ଫୋନା ଆସିଥିଲା । ଆଉ ସେହି କଲ ରେ କୁହା ଯାଉଥିଲା ଜଲ୍ଦି ଜ୍ଯୋତି ହସପିଟାଲରେ ପହଞ୍ଚିବାକୁ । ପରିବାର ଲୋକେ ହସପିଟାଲରେ ପହଞ୍ଚିବା ପରେ ଝିଅକୁ ଗୁରତୁର ଅବସ୍ଥାରେ ଆସିୟୁ ରେ ଦେଖିବାକୁ ପାଇଲେ । ଯେମିତିକି ପାଦ ତଳୁ ମାଟି ଖସି ଯାଇଥିଲା ।

ଲିପ୍ସା ର ଏ ଅବସ୍ଥା କେମିତି ହେଲା ପରିବାର ଲୋକେ ଜାଣିବାକୁ ଚେଷ୍ଟା କରିଥିଲେ । ହେଲେ କଲେଜ କର୍ତ୍ତୁପକ୍ଷ ଝିଅ ରହୁଥିବା ହଷ୍ଟେଲ ରୁମ କୁ ଛାଡିଲେ ନାହି କିମ୍ବା ରୁମମେଟ କୁ ମିଶିବାକୁ ମଧ୍ୟ ଦେଲେ ନାହି । ଯାହାକୁ ନେଇ ଲିପ୍ସା ଙ୍କୁ ଭୁବନେଶ୍ବର ରେ ଏକ ଘରୋଇ ହସପିଟାଲରେ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରା ଯାଇଥିଲା ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଲିପ୍ସା ସକାଳ ୯ଟା ରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ । ସିନିୟର ମାନଙ୍କ ରାଗିଙ୍ଗ ଯୋଗୁଁ ଲିପ୍ସା ଜୀବନ ହାରିଥିବା ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଆଉ ରାଗିଙ୍ଗ ରେ କେତେ ଜୀବନ ଯିବ ? କେବେ ମିଳିବ ଏମାନଙ୍କୁ ନ୍ୟାୟ ? ଆଉ କେବେ ବନ୍ଦ ହେବ ଏହି ର ରାଗିଙ୍ଗ ?

ତେବେ ଗତ କିଛି ଦିନ ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ମଧ୍ୟ ସିନିୟର ମାନଙ୍କର ଅତ୍ୟାଚାର ସହ୍ୟ ନ କରିପାରି ଆତ୍ମହତ୍ୟା କରିଥିଲେ ଯାହାର ତଦନ୍ତ ଆଜି ବି ଜାରି ରହିଛି । ତେବେ ପୁଣି ଥରେ ଆଉ ଏକ ଜୀବନ ଯାଇଛି ସେହି ରାଗିଙ୍ଗ ପାଇଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କେବେ ରାଗିଙ୍ଗ ବନ୍ଦ ଆଉ ଏମିତି ଜୀବନ ଯିବା ବନ୍ଦ ହେବ ?

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *