ମୋ ଝିଅକୁ ଘରକୁ ଡାକିଲ, ଗ୍ୟରେଜ ଘରେ ରହିବାକୁ କହିଲୁ, ମନେରଖ ମୋ ଝିଅର…. ଦେଖନ୍ତୁ କଣ କହୁଛନ୍ତି Pramila ମା’

ନମସ୍କାର ବନ୍ଧୁଗଣ, ଦୀପିକା ଓ ଦିନେଶଙ୍କ ପ୍ରେମ କାହାଣୀକୁ ନେଇ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ଯାହାକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇ ସାରିଛି । ବର୍ତ୍ତମାନ ଦୀପିକା ତାଙ୍କ ଶଶୁର ଘର ବାରଣ୍ଡାରେ ରୋଷେଇ କରି ଖାଉଛନ୍ତି ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମନାକୁ ଆସୁଛି । ପ୍ରମିଳା ଭୁବନେଶ୍ବର ଯାଇଥିବା ବେଳେ ଦୀପିକାଙ୍କୁ ଡାକିଛନ୍ତି ତାଙ୍କ ଶ୍ଵଶୁର । ସେହି ସମୟରେ ବର୍ଷା ହେଉଥିଲା ଯାହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ଦୀପିକାଙ୍କ ଶ୍ଵଶୁର ।

ଏହା ଜଣାଇବା ପରେ ପ୍ରମିଳା ତ୍ରିପାଠୀ ଦୀପିକାଙ୍କ ଶ୍ଵଶୁରକୁ ଟାର୍ଗେଟ କରି କହିଛନ୍ତି ମୁଁ ପାଞ୍ଚ ଦିନ ପାଇଁ ଭୁବନେଶ୍ବର ଯାଇଥିଲି ତାହା ଭିତରେ ଏତେ କାଣ୍ଡ ଘଟାଇ ଦେଲ ଶ୍ଵଶୁର ତୁମେ । ମୋ ଅନୁପସ୍ଥିତିର ସୁଯୋଗ ନେଇ ମୋ ଝିଅକୁ ତୁମେ ଘରକୁ ଡାକିଲ । ଆଉ କଣ କହୁଥିଲ ଗ୍ଯାରେଜ ତା ଘର କାର ତା ବର । କାନ ଖୋଲି ଶୁଣି ନିଅ ତମ ପୁଅ ତା ବର ଆଉ ତୁମେ ତା ଶ୍ଵଶୁର ।

ଆଉ ତୁମେ ଯେଉଁ କାଣ୍ଡ କରିଛ ତୁମେ ଯେଉଁ କଥା କହିଛ ଯଦି ଏମିତି ଆଉ ଥରେ କର ତେବେ ତୁମକୁ ବହୁତ ଅସୁବିଧା ଭୋଗିବାକୁ ପଡିବ । ତାର ଜବାବ ମୁଁ ଦେବିନି ଏହାର ଜବାବ ତମ ବୋହୁ ମାନେ ମୋ ଝିଅ ଦୀପିକା ଦେବ ମୁଁ ଛିଡା ହୋଇ ସବୁ ଦେଖିବି । ମୋର ପାଞ୍ଚ ଦିନର ଅନୁପସ୍ଥିତିରେ ତୁମେ ବହୁତ ସୁବିଧା ଉଠେଇଲ । ମୋ ଝିଅର ପରିବା ଉପରେ ସର୍ପ ପାଣି ପକାଇ ପୁଚକା କରିଦେଲ ।

ମୋ ଝିଅକୁ କେହି ନଥିବା ବେଳେ ତୁମେ ଘରକୁ ଡାକିଲ ଆଉ ଗ୍ଯାରେଜ ଘରେ ରହିବାକୁ କହିଲ । କେମିତି ସହିବି ମୁଁ ବି ଗୋଟେ ମାଆ ଆଉ ଥରେ କହୁଛି କାନ ଖୋଲି ଶୁଣି ନିଅ ତୁମେ ଯଦି ମୋ ଝିଅ ଯିବ ତେବେ ତା ଶାଶୁଘରକୁ ଯିବ ବୋହୁର ଅଧିକାର ନେଇ ଶାଶୁଘରେ ରହିବ ।

ତୁମକୁ ଶ୍ଵଶୁର ଡାକିବ ତୁମ ସ୍ତ୍ରୀକୁ ଶାଶୁ ଡାକିବ ଆଉ ମୋ ନାତିକୁ ତା ବାପାର ପରିଚୟ ମିଳିବ । ମୋ ଝିଅ କଣ ଏମିତି ଭୁଲ କରିଛି ତମ ମନକୁ ପଚାର ମୋ ଝିଅ ଭୁଲ କରିଛି ନା ତୁମ ପୁଅ । ଭୁଲ ଉଭୟ କରିଛନ୍ତି କିନ୍ତୁ ମୋ ଝିଅ କଣ ପାଇଁ କଷ୍ଟ ପାଇବ ମୋ ଝିଅ ପ୍ରେମ କରିଛି ଆଉ ତା ହକ ପାଇବାକୁ ସ୍ଵାମୀ ଘର ଆଗରେ ବସିଛି ।

ଆଉ ଯେବେ ଯାଏଁ ତା ଅଧିକାର ପାଇ ନାହି ସେତେ ଯାଏଁ ସେ ହଟିବ ନାହି ଏବେଠୁ ମୁଁ ରହିଲି ତୁମର ଯାହା କରିବାର ଅଛି କର । ନିଜ ଝିଅ ପ୍ରତି ୫ ଦିନ ମଧ୍ୟରେ ହୋଇଥିବା ଅନ୍ୟାୟର ମୁଁ ତୋଡ ଜବାବ ଦେଇଛନ୍ତି ପ୍ରମିଳା । ସର୍ଫ ପାଣି ଢାଳି ଦୀପିକାଙ୍କ ପରିବା ନଷ୍ଟ କରିଥିଲେ ସେଥିପାଇଁ ପ୍ରମିଳା ଆସିବା ବେଳେ ପରିବାର ଓ ମିଠା ବି ଆଣିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *