ନମସ୍କାର ବନ୍ଧୁଗଣ । ଆଜିକାଲି ଦୁନିଆରେ ଯୌତୁକ ନିର୍ଯାତନା ପାଇଁ କେତେ ଯେ ପ୍ରାଣ ହାନି ହେଉଛି ତାହା ଆପଣ ମାନେ ଦେଖଥିବେ ବା ଶୁଣିଥିବେ । ତେବେ ଆଜି ବି ସମାଜରେ ଏମିତି ଲୋଭୀ ପ୍ରକୃତିର ଲୋକ ଅଛନ୍ତି ଯେଉଁ ମାନେ ସାମାନ୍ଯ ଟଙ୍କା ପାଇଁ ଅନ୍ୟ ର ଜୀବନ ନେବା ପାଇଁ ତାଙ୍କୁ ବାଧ୍ୟ କରି ଦେଉଛନ୍ତି । ତେବେ ଏଭଳି ଏକ ଘଟଣା ସାମନାକୁ ଆସିଛି । ମୁଁ ମରିଗଲେ ମୋର ଅନ୍ତିମ ସଂସ୍କାର ବେଳେ ମୋର ବୋହୁ ବେଶରେ ସଜାଇବେ ନାହି । ମୋର ଅନ୍ତିମ ସଂସ୍କାର ମୁଁ ଜନ୍ମ ହୋଇଥିବା ଗାଁ ରେ କରାଇବେ ।
ମୁଁ ଶାଶୁଘର ଲୋକଙ୍କ ନିର୍ଯାତନା ଆଉ ସହିପାରୁ ନାହି, ସବୁବେଳେ ଏ ସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇ ପଡିଲିଣି । ଆଉ ଏ ଜୀବନ ଭଲ ଲାଗୁ ନାହି । ମୃତ୍ୟୁ ପୂର୍ବ ରୁ ନିଜର ଶେଷ ଇଚ୍ଛା ଲେଖି ନିଜର ଜୀବନ ହାରି ଦେଇଛନ୍ତି ଜଣେ ନବ ବଧୁ । ହରିୟାଣାର ସାଇବର ସିଟି ଗୁରୁଗ୍ରାମ ରେ ଜଣେ ନବ ବଧୁ ଋତୁଙ୍କର ମୃତ୍ୟୁ କୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
କିନ୍ତୁ ମୃତ୍ୟୁ ପୂର୍ବ ରୁ ସେ ତାଙ୍କର ହାତରେ ସୁସାଇଟ ନୋଟ ଲେଖି ଯାଇଛନ୍ତି । ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଓ ଶେଷ ଇଚ୍ଛା ସମ୍ପର୍କ ରେ ସବୁ କିଛୁ ଉଲେଖ କରି ଯାଇଛନ୍ତି । ମୃତକ ଙ୍କ ଭାଇ ଙ୍କ କହିବା ଅନୁଯାୟୀ ଗତ ଫେବୃଆରୀ ୧୮ ତାରିଖରେ ଅର୍ଥାତ ଗତ ୩ ମାସ ହେବ ଦିଲ୍ଲୀ ରେ ଚେତନା ନାମକ ଜଣେ ଯୁବକ ଙ୍କ ସହ ତାଙ୍କ ଭଉଣୀର ବାହାଘର ହୋଇଥିଲା ।
ତାଙ୍କ ଭଉଣୀ ଏମବିଏ ପରେ ଚାକିରି କରିବାକୁ ଇଚ୍ଛା କରିଥିଲେ । କିନ୍ତୁ ତାଙ୍କର ଶାଶୁଘର ଲୋକ ଙ୍କୁ ଏହା ପସନ୍ଦ ନ ଥିଲା । ମୃତକ ଙ୍କ ଭାଇ ଆହୁରି ମଧ୍ୟ କହିଛନ୍ତି କି ତାଙ୍କ ଭଉଣୀ ଙ୍କୁ ଯୌତୁକ ପାଇଁ ଶାଶୁ, ଶ୍ଵଶୁର ଓ ସ୍ଵାମୀ ଅନେକ ନିର୍ଯାତନ ଦେବ ସହ ହଇରାଣ କରୁଥିଲେ । ଫଳରେ ତାଙ୍କର ଭଉଣୀ ଜୀବନ ହାରି ଦେଇଛି ।
ମୃତକ ଙ୍କ ପରିବାର ଲୋକଙ୍କ ଅଭିଯୋଗରେ ଆଧାରରେ ତାଙ୍କ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ମାମଲା ରୁଜୁ ହୋଇଛି । ଆଉ ଏ ନେଇ ପୋଲସି ଅଧିକ ତଦନ୍ତ ମଧ୍ୟ ଚଳାଇଛି । ତେବେ ବନ୍ଧୁଗଣ ମୃତକ ଙ୍କ ଏଭଳି ପଦକ୍ଷେପ କେତେ ଦୂର ଗ୍ରହଣୀୟ ତାହା ଆପଣ ମାନେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।