ମୋଦି ସରକାର କରୋନା ପୀଡ଼ିତଙ୍କ ପାଇଁ କଲେ ବଡ଼ ଘୋଷଣା, ଜନତାଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ୱୋର୍ଲ୍ଡ ହେଲଥ ଅର୍ଗାନାଇଜେସନ ଦ୍ଵାରା ବହୁତ ଭୟଙ୍କର କରୋନା ଭାଇରସକୁ ବିଶ୍ଵ ମହାମାରୀ ଘୋଷିତ କରାଯାଇଛି । ଏହି ଭାଇରସ ବ୍ୟାପିବା ଦ୍ଵାରା ସାରା ଦୁନିଆରେ ଏବେ ଯାଏ ୧୦ ହଜାର ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଭାରତରେ ସଂକ୍ରମିତ ଲୋକ ସଂଖ୍ୟା ୨୮୦ ରେ ପହଞ୍ଚିଛି ଓ ବଢିବାରେ ଲାଗିଛି । ଭାରତରେ ଏହି କାରଣରୁ ଏବେ ଯାଏ ୫ ଜଣଙ୍କ ମୃତ୍ୟୁ ହେଲାଣି ।

ଚୀନର ବୁହାନ ସହରରୁ ଏହି ଭାଇରସ ଆସି ଅନେକ ଦେଶକୁ ଆକ୍ରାନ୍ତ କରିସାରିଲାଣି ।

ଭାରତ ସରକାର ଏହାକୁ ଅଟକେଇବା ପାଇଁ କଡ଼ା ପଦକ୍ଷେପ ନେଉଛନ୍ତି । 2 ଅପ୍ରେଲ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରିଦେଇଛନ୍ତି । ଏହା ସହିତ ତାଜମହଲ, ଇଣ୍ଡିଆଗେଟ ଓ କୁତବମିନାର ଇତ୍ୟାଦି ପର୍ଯଟନ ସ୍ଥଳ ମଧ୍ୟ ବନ୍ଦ କରି ଦେଇଛନ୍ତି ।

ମୋଦି ସରକାରଙ୍କ ବଡ଼ ଘୋଷଣା

ଦେଶର ଜନତା ଙ୍କୁ ଧ୍ୟାନ ରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ର ବ୍ୟବସ୍ଥା କରିଛନ୍ତି । ସାରାଦେଶରେ ଆଲର୍ଟ ଜାରି କରିବା ପରେ ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ରେ କୁହାଯାଇଛି ଯଦି କୌଣସି ନାଗରିକ ର ମୃତ୍ୟୁ କରୋନା ଭାଇରସ ପାଇଁ ହୁଏ, ତାଙ୍କ ପରିବାର ଲୋକ ଙ୍କୁ 4 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ମୋଦି ସରକାରଙ୍କ ଏହି ଘୋଷଣା ପାଇଁ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତେବେ ଏହା ପରେ ଗତ କାଲୀ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟଙ୍କୁ ସମ୍ବୋଧିତ କରି ଏକ ସାକ୍ଷାତ୍କାରରେ କହିଛନ୍ତି କି ୨୨ ମାର୍ଚ୍ଚ ଦିନ ” ଜନତା କରଫ୍ଯୁ’ ଲାଗିବ । ସେଥିପାଇଁ ସେ ସମସ୍ତ ଜନତାଙ୍କୁ କହିଛନ୍ତି ନିଜ ନିଜ ଘରେ ରହିବାକୁ ଓ ବାହାରକୁ ନ ବାହାରିବା ପାଇଁ ।

ଏହା ସକାଳ ୭ଟାରୁ ରାତି ୯ ଟା ପର୍ଯ୍ୟନ୍ତ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏବଂ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ନିଜ ଘର ଛାତ, ବାଲକୋନୀ ବା ଝରକା ପାଖରେ ଠିଆ ହୋଇ ସେହି ଲୋକମାନଙ୍କୁ ଧ୍ୟାନବାଦ ଜ୍ଞାପନ କରିବାକୁ କହିଛନ୍ତି ଯେଉଁମାନେ ଏହି ମହାମାରୀ ସମୟରେ ସାରା ଜନତାଙ୍କ ସେବା କରୁଛନ୍ତି । ଏହି କଥାକୁ ନେଇ ଜଣେ ଡକ୍ଟର ମଧ୍ୟ ଦୁଇ ଦିନ ତଳେ ଏକ ପୋସ୍ତ କରିଥିଲେ କି ” ଆମେ ଆପଣଙ୍କ ପାଇଁ କାମ କରୁଛୁ, ଆପଣ ଆମ ପାଇଁ ଘରେ ରୁହନ୍ତୁ ” ।

ସ୍ରୋତ- ଖବର ଅରେନା

Leave a Reply

Your email address will not be published. Required fields are marked *